ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ଦ୍ୱାରା ଶାନ୍ତି ସ୍ୱରୂପ ମେମୋରିଆଲ ଟୁର୍ନାମେନ୍ଟ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର- ସିଏସ୍‌ଆଇଆର୍‌-ଇନଷ୍ଟିଟ୍ୟୁଟ୍ ଅଫ୍ ମିନେରାଲ୍‌ସ ଆଣ୍ଡ ମେଟେରିଆଲସ୍ ଟେକ୍ନୋଲୋଜି ଏବଂ ସିଏସ୍‌ଆଇଆର୍‌-ସ୍ପୋର୍ଟସ୍ ପ୍ରମୋସନ୍ ବୋର୍ଡ ଦ୍ୱାରା କ୍ରିକେଟ୍ ଏବଂ ଭଲିବଲ୍ ପାଇଁ ୫୧ତମ ଶାନ୍ତି ସ୍ୱରୂପ ମେମୋରିଆଲ ଟୁର୍ନାମେନ୍ଟ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଚଳିତ ମାସ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଛି ।
ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ନିର୍ଦ୍ଦେଶକ ପ୍ରଫେସର ଏସ୍‌. ବାସୁ ଏହି ଟୁର୍ନାମେନ୍ଟର ଶୁଭାରମ୍ଭ କରିଥିଲେ । ସିଏସ୍‌ଆଇଆର୍‌-ଏଚ୍‌ଆର୍‌ଡିସି ମୁଖ୍ୟ ତଥା ସିଏସ୍‌ଆଇଆର୍‌-ସ୍ପୋର୍ଟସ୍ ପ୍ରମୋସନ୍ ବୋର୍ଡ ସଚିବ ଆର୍‌.କେ. ସିନ୍‌ହା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ସିଏସ୍‌ଆଇଆର୍‌-ସ୍ପୋର୍ଟସ୍ ପ୍ରମୋସନ୍ ବୋର୍ଡ ସଦସ୍ୟ ଡକ୍ଟର ବି.ପି. ବାଗ୍‌, ଡକ୍ଟର ବି.ସି. ତ୍ରୀପାଠି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଗୋଆର ସିଏସ୍‌ଆଇଆର୍‌-ଏନ୍‌ଆଇଓ, ସିଏସ୍‌ଆଇଆର୍‌-ଏନ୍‌ଏଲ୍ ବାଙ୍ଗାଲୁରୁ, ସିଏସ୍‌ଆଇଆର୍‌-ଏନ୍‌ଆଇଆଇଏସ୍‌ଟି ଥିରୁଅନନ୍ତପୁରମ୍‌, ଚେନାଇର ସିଏସ୍‌ଆଇଆର୍‌-ମାଡ୍ରାସ୍ କମ୍ପଲେକ୍ସ , ମଇସୁର ସିଏସ୍‌ଆଇଆର୍‌-ସିଏଫ୍‌ଟିଆର୍‌ଆଇ, ଦୂର୍ଗାପୁରର ସିଏସ୍‌ଆଇଆର୍‌-ସିଏମ୍‌ଇଆର୍‌ଆଇ, ଚଣ୍ଡିଗଡର ସିଏସ୍‌ଆଇଆର୍‌-ସିଏସ୍‌ଆଇଓ ଆଦି ଦଳ ଏଥିରେ ଅଂଶଗ୍ରହଣ କରିଥିଲେ ।
ସିଏସ୍‌ଆଇଆର୍ ପ୍ରଥମ ସାଧାରଣ ନିର୍ଦ୍ଦେଶକ ୰ଶାନ୍ତି ସ୍ୱରୁପ ଭଟ୍ଟନାଗରଙ୍କ ଅବଦାନ ପାଇଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ନିମନ୍ତେ ଶାନ୍ତି ସ୍ୱରୁପ ଭଟ୍ଟନାଗର ମେମୋରିଆଲ୍ କ୍ରିକେଟ୍ ଏବଂ ଭଲିବଲ୍ ଟୁର୍ଣ୍ଣାମେନ୍ଟ୍ ଆୟୋଜିତ କରାଯାଇଥିଲା । ସିଏସ୍‌ଆଇଆର୍‌ର ସ୍ପୋର୍ଟସ୍ ପ୍ରମୋସନ୍ ବୋର୍ଡ (ସିଏସ୍‌ଆଇଆର୍‌-ଏସ୍‌ପିବି) ସର୍ବଦା କ୍ରୀଡା କାର୍ଯ୍ୟକଳାପ ଆୟୋଜନ କରି ଉଭୟ ମାନସିକ ଏବଂ ଶାରୀରିକ ସୁସ୍ଥତା ପାଇଁ ରୀତିନୀତି ଅଭ୍ୟାସ କରିବା ପାଇଁ ଉପଯୁକ୍ତ ପ୍ଲାଟ୍‌ଫର୍ମ ଯୋଗାଇବାକୁ ଚେଷ୍ଟା କରିଥାଏ ଏବଂ ନ୍ତ ଶାନ୍ତି ସ୍ୱରୁପ ଭଟ୍ଟନାଗର ମେମୋରିଆଲ୍ ଟୁର୍ଣ୍ଣାମେନ୍ଟ୍ ଏହାର ଏକ ଉଦାହରଣ । ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ଏହି ଜୋନାଲ୍ ଟୁର୍ଣ୍ଣାମେନ୍ଟକୁ ଆୟୋଜନ କରିଛି ।
ଏହି ଅବସରରେ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ନିର୍ଦ୍ଦେଶକ ପ୍ରଫେସର ଏସ୍‌. ବାସୁ କହିଛନ୍ତି, ଆମ ବିକାଶ ନିମନ୍ତେ ମାନସିକ ଏବଂ ଶାରୀରିକ ସୁସ୍ଥତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ସମସ୍ତେ ଉତମ ସ୍ୱାସ୍ଥ୍ୟ ପାଇଁ କ୍ରିଡା ଅତ୍ୟନ୍ତ ଆବଶ୍ୟକ । ସେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ ଜଣାଇବା ସହ ସ୍ପୋର୍ଟସ୍ ପ୍ରମୋସନ୍ ବୋର୍ଡକୁ ସମର୍ଥନ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ଶେଷରେ ଡକ୍ଟର ମନୀଷ କୁମାର ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

 

0
0
0
s2sdefault