ହେଡଲାଇନସ୍:

ଉପନିର୍ବାଚନ ର ସରଗରମ ମାହୋଲ ଭିତରେ ଗ୍ରାମାଞ୍ଚଳ କ୍ରିକେଟ ମ୍ୟାଚ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ସାଧାରଣତଃ ନଭେମ୍ବର ମାସ ଏହି ସମୟରେ ବେଶ ଶୀତ ଅନୁଭୁତ ହୋଇଥାଏ । ହେଲେ ପଦ୍ମପୁର ଅଂଚଳରେ ଶୀତ ବଦଳରେ ନିର୍ବାଚନ ତାତି ବେଶୀ ଅନୁଭୁତ ହେଉଛି । ଏହି ନିର୍ବାଚନ ର ମାହୋଲ ଭିତରେ ମଧ୍ୟ ଯୁବକ ବନ୍ଧୁ ମାନେ ନିଜର ପ୍ରିୟ ଖେଳ ଠାରୁ ଦୂରେଇ ଯାଇନାହାନ୍ତି । ଆଜି ପାଇକମାଲ ବ୍ଲକ ଝିଟିକି ଗ୍ରାମରେ ଝିଟିକି ୟୁଥ କ୍ଲବ ଦ୍ୱାରା 5 ଦିନିଆ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆୟୋଜନ ଜରାଯାଇଛି । କ୍ଲବ ର ସମସ୍ତ ସଭ୍ୟ ଙ୍କର ଅନୁରୋଧ କ୍ରମେ ମାଲକାନଗିରି ର ପୂର୍ବତନ ବିଧାୟକ ଶ୍ରୀ ମାନସ ମାଡକାମୀ ଓ ପାଇକମାଲ ପେକ୍ସ ର ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ସ୍ୱାଇଁ ଏହି ଟୁର୍ଣ୍ଣାମେଣ୍ଟ କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଏହି ଅବସରେ ରେ ଯୁବକ ବନ୍ଧୁ ମାନେ ଆଗାମୀ ଦିନର ଭବିଷ୍ୟତ , ପାଠ ପଢିବା ସହିତ ନିଜକୁ ସୁସ୍ଥ ରଖିବା ପାଇଁ ଖେଳକୁଦ ନିହାତି ଆବଶ୍ୟକ । ଏଥିପାଇଁ ଯୁବସମାଜ ନିହାତି ଭାବରେ ଖେଳ ପ୍ରତି ସଚେତନ ହେବାକୁ ପଡିବ ବୋଲି ମୁଖ୍ୟ ଅତିଥି ଶ୍ରୀ ମାଡକାମୀ କହିଥିଲେ । ଏହାପରେ ଶ୍ରୀ ମାଡକାମୀ ଓ ଶ୍ରୀ ସ୍ୱାଇଁ କିଛି ସମୟ ଖେଳାଳି ମାନଙ୍କ ସହିତ ଖେଳି ତାଙ୍କୁ ଉତ୍ସାହିତ କରିଥିଲେ ।

0
0
0
s2sdefault