ହେଡଲାଇନସ୍:

ଲିନେନ୍‍ କ୍ଲବ ତରଫରୁ ‘ଲିନେନ୍‍ ଉତ୍ସବ’ର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‍ ପକ୍ଷରୁ ଭାରତରେ ଅଗ୍ରଣୀ କପଡା ଓ ପୋଷାକ ବ୍ରାଣ୍ଡ୍‍ ଲିନେନ୍‍ କ୍ଲବ ତାହାର ବାର୍ଷିକ ପାର୍ବଣ ଅଭିଯାନ- ଲିନେନ୍‍ ଉତ୍ସବ ନିଜର ଭୁବନେଶ୍ୱର ଓ କଟକରେ ଥିବା ଏକ୍ସକ୍ଲୁସିଭ ସୋ’ରୁମ୍‍ଗୁଡିକରେ ଆରମ୍ଭ କରିଛି । ଏହି ଶିଳ୍ପରେ ଅଗ୍ରଣୀ ସ୍ଥାନରେ ଥିବା ଲିନେନ୍‍ କ୍ଲବ ଭାରତର ସର୍ବବୃହତ ଲିନେନ୍‍ କପଡା ବ୍ରାଣ୍ଡ୍‍ ଏବଂ ସର୍ବୋତ୍ତମ ଗୁଣମାନର ଲିନେନ୍‍ ପାଇଁ ସୁପରିଚିତ ।
ଲିନେନ୍‍ ଉତ୍ସବ ହେଉଛି ଲିନେନ୍‍ କ୍ଲବର ବାର୍ଷିକ ବିପଣନ ଏକତ୍ୱ ଅଧିକାର, ଯେଉଁଠାରେ ବ୍ରାଣ୍ଡ୍‍ ପକ୍ଷରୁ ପାର୍ବଣ ଋତୁ ଅବସରରେ ସ୍ୱତନ୍ତ୍ର ଅଫର ପ୍ରଦାନ କରାଯାଉଛି । ଚଳିତ ବର୍ଷ ଲିନେନ୍‍ ଉତ୍ସବର ଅଂଶଭାବରେ ଲିନେନ୍‍ କ୍ଲବ ପକ୍ଷରୁ ଏହାର ଗ୍ରାହକଙ୍କୁ ସେମାନଙ୍କର କିଣାକିଣି ଉପରେ ମାଗଣା ଡଫଲ୍‍ ଏବଂ ଟ୍ରଲି ବ୍ୟାଗ୍‍ ପ୍ରଦାନ କରାଯାଉଛି ।
୭୯୯୯ ଟଙ୍କା ମୂଲ୍ୟର କ୍ରୟକଲେ ଗ୍ରାହକ ଏକ ପ୍ରିମିୟମ ଡଫଲ୍‍ ବ୍ୟାଗ୍‍ ଏବଂ ୧୪୯୯୯ ଟଙ୍କାର କିଣାକିଣି ଉପରେ ଗ୍ରାହକ ଏକ ପ୍ରିମିୟମ ଟ୍ରଲି ବ୍ୟାଗ୍‍ ପାଇପାରିବେ ।
ଗ୍ରାହକମାନେ ଲିନେନ୍‍ କ୍ଲବର ବିସ୍ତୃତ ପାର୍ବଣ ବର୍ଗରୁ ସେମାନଙ୍କର ମନପସନ୍ଦର କିଣାକିଣି କରିପାରିବେ, ଯେଉଁଥିରେ ଅତ୍ୟନ୍ତ ସୂକ୍ଷ୍ମ ଭାବରେ ବିବିଧ ରଙ୍ଗ, ଡିଜାଇନ ଏବଂ ପାଟର୍ନରେ ବୁଣାଯାଇଥିବା କପଡା ରହିଛି । ପାର୍ବଣ ସମ୍ଭାରରେ କୁର୍ତ୍ତା, ନେହରୁ ଜ୍ୟାକେଟ, ବନ୍ଧଗଳା, ଶେରୱାନି, ବ୍ଲେଜର, ସାର୍ଟସ୍‍ ଏବଂ ଆହୁରି ଅନେକ କିଛି ପାଇଁ ଶୁଦ୍ଧ ଲିନେନ୍‍ ଏବଂ ଲିନେନ୍‍ ମିଶ୍ରିତ କପଡା ରହିଛି । ଏହି ବ୍ରାଣ୍ଡ୍‍ ମଧ୍ୟ ଗ୍ରାହେକଙ୍କୁ ତାହାର ସମସ୍ତ ସୋ’ରୁମ୍‍ରେ ଟେଲରିଂ ସୁବିଧା ଉପଲବ୍ଧ କରାଉଛି । କପଡା ବ୍ୟତୀତ ଗ୍ରାହକମାନେ ମଧ୍ୟ ଲିନେନ୍‍ କ୍ଲବର ପିନ୍ଧିବାକୁ ପ୍ରସ୍ତୁତ ବର୍ଗରୁ ବାଛିପାରିବେ, ଯେଉଁଥିରେ ସାର୍ଟସ୍‍, ଟ୍ରାଉଜର୍ସ, କୁର୍ତ୍ତା, ନେହରୁ ଜ୍ୟାକେଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ରହିଛି ।
ତେଣୁ ଚଳିତ ପାର୍ବଣ ଋତୁରେ ଲିନେନ୍‍ ଉତ୍ସବ ସହିତ ଆପଣ ସ୍ୱାଚ୍ଛନ୍ଦ୍ୟ ଓ ଷ୍ଟାଇଲର କପଡା ଓ ପୋଷାକ କିଣାକିଣି କରନ୍ତୁ ଏବଂ ଲିନେନ୍‍ କ୍ଲବରେ ସ୍ୱତନ୍ତ୍ର ଅଫର୍‍ର ସୁଯୋଗ ନିଅନ୍ତୁ! ଏକ୍ସକ୍ଲୁସିଭ ଲିନେନ୍‍ ସୋ’ରୁମ୍‍ଗୁଡିକ ଭୁବନେଶ୍ୱରର ଗୁରୁଦ୍ୱାର ସିଂ ସଭା ନିକଟ, ଜନପଥ ଏବଂ କଟକରେ କ୍ୟାଣ୍ଟନମେଣ୍ଟ ରୋଡ, ଡିସିପି ଅଫିସ ସମ୍ମୁଖରେ ଅବସ୍ଥିତ ।

0
0
0
s2sdefault