ହେଡଲାଇନସ୍:

ଖଣ୍ଡିଝରଣ ଡ୍ୟାମରୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ କ୍ଷତାକ୍ତ ଓ ଗଳିତ ମୃତଦେହ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ କଣ୍ଟାପଡା ର ମହମ୍ମଦ ମୁସ୍ତାକ ଗତ ୨୫ ତାରିଖରୁ ନିଖୋଜ ଥିବା ବେଳେ ଆଜି ସକାଳୁ ତାଙ୍କୁ ଖୋଜାଖୋଜି କରୁଥିବା କିଛି ପିଲା ଡ୍ୟାମପାଣି ଭିତରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଡେମ ରେ ମୃତଦେହ ଭାସୁଥିବା କଥା ଜଣା ପଡିବା ପରେ ପାଇକମାଲ ପୋଲିସ ଓ ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ଘଟଣା ସ୍ଥଳ କୁ ପହଂଛି ବୋଟ ସାହାଯ୍ୟ ରେ ମୃତଦେହ କୁ ବନ୍ଧ ଉପରକୁ ଆଣିବା ପରେ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ପାଇକମାଲ ଥାନାରେ ଅପମୃତ୍ୟୁ ମାମଲା ନମ୍ବର 22/2022 ରୁଜୁ କରି ଶ୍ରୀ ଗଙ୍ଗରାମ ନାୟକ ଙ୍କୁ ତଦନ୍ତ ଭାର ପ୍ରଦାନ କରାଯାଇଛି ।


ଏଠାରେ ସୂଚନା ଯୋଗ୍ୟ ଯେ ମୃତକ ଗତ 25 ତାରିଖ ଦୁଇପହରେ ମାଛ ଧରିବାକୁ ଡେମକୁ ଯାଇଥିଲା । ସନ୍ଧ୍ୟା ସମୟ ସୁଦ୍ଧା ଘରକୁ ନ ଫେରିବାରୁ ପାଖ ପଡୋଶୀ ଲୋକେ ତାଙ୍କୁ ଖୋଜାଖୋଜି ଆରମ୍ଭ କରି ଦେଇଥିଲେ । ଏହାପରେ ଗତ କାଲି ସକାଳୁ ମୃତକ ମାଛ ଧରିବା ପାଇଁ ବ୍ୟବହାର କରୁଥିବା ବନିସି କଣ୍ଟା , ଚପଲ , ମୋବାଇଲ ଫୋନ କିଛି କପଡା ଆଦି ଡେମ କଡରେ ଦେଖିବାକୁ ମିଳିଥିଲା । ଏହାପରେ ପୋଲିସ , ଅଗ୍ନିଶମ ବିଭାଗ , ସନ୍ଧାନି କୁକୁର ଙ୍କର ଦ୍ୱାରା, ବହୁତ ଖୋଜାଖୋଜି ପରେ ମଧ୍ୟ ମୃତକ ର କୋଣସି ସନ୍ଧାନ ମିଳିନଥିଲା । ଆଜି ମୁସ୍ତାକ ର କ୍ଷତାକ୍ତ ଓ ଗଳିତ ମୃତଦେହର ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ଅସଲ କାରଣ ଜଣା ପଡିବ । ତେବେ ପୋଲିସ ସବୁ ଦିଗ ପ୍ରତି ଦୃଷ୍ଟି ଦେଇ ଅନୁସନ୍ଧାନ ଜାରି ରଖିଥିବା ଜଣା ପଡ଼ିଛି ।।

0
0
0
s2sdefault