ହେଡଲାଇନସ୍:

କେନ୍ଦ୍ର ବିଜ୍ଞାନ ଓ ପ୍ରାଦ୍ୟୋଗିକି ବିଭାଗ ପକ୍ଷରୁ କିଟ୍‍ ଆର୍‍-ଆଣ୍ଡ-ଡି ମହାନିର୍ଦ୍ଦେଶକ ସମ୍ମାନୀତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୧୩ ।୮: ସର୍ଜନା, ଔଦ୍ୟୋଗିକତା ଓ ଇନ୍‍କ୍ୟୁବେସନ୍‍ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ କିଟ୍‍ ରିସର୍ଚ୍ଚ ଆଣ୍ଡ ଡେଭେଲପ୍‍ମେଣ୍ଟ (ଆର୍‍ ଆଣ୍ଡ ଡି) ଓ ଇନୋଭେସନ ମହାନିର୍ଦ୍ଦେଶକ ତଥା କିଟ୍‍ ଟିବିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ମୃତ୍ୟୁଞ୍ଜୟ ସୁଆରଙ୍କୁ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରାଦ୍ୟୋଗିକି ବିଭାଗ ପକ୍ଷରୁ ସମ୍ମାନୀତ କରାଯାଇଛି । ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଡିଏସ୍‍ଟି ଷ୍ଟାର୍ଟ ଅପ୍‍ ଉତ୍ସବ ଅବସରରେ ବିଜ୍ଞାନ ଓ ପ୍ରାଦ୍ୟୋଗିକି ବିଭାଗ ପକ୍ଷରୁ ଡ. ସୁଆରଙ୍କୁ ଗତକାଲି ସମ୍ବର୍ଦ୍ଧିତ କରାଯାଇଥିଲା । ଦେଶରେ ସଫଳ ଇନ୍‍କ୍ୟୁବେସନ ମଡେଲ୍‍ ସୃଷ୍ଟି କରିବା ଦିଗରେ ଡ. ସୁଆରଙ୍କ ନେତୃତ୍ୱ, ପ୍ରତିବଦ୍ଧତା ଓ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଆସିଛି । ଦୀର୍ଘ ୧୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଡ. ସୁଆରଙ୍କ କାର୍ଯ୍ୟାବଳୀ ଦେଶର ଯୁବ ଇନ୍‍କ୍ୟୁବେସନ୍‍ ପ୍ରଫେସନାଲ୍‍ଙ୍କୁ ପ୍ରେରଣା ଯୋଗାଇ ଆସିଛି । ଭବିଷ୍ୟତର ମଧ୍ୟ ଦେଶରେ ଇନ୍‍କ୍ୟୁବେସନ୍‍ ପରିଚାଳନା କ୍ଷେତ୍ରରେ ଅଧିକରୁ ଅଧିକ ଯୁବକ ଯୁବତୀ ସଫଳତା ପାଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏହି ସଫଳତାରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଡ. ସୁଆରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିରେ ସନ୍ତୋଷ ବ୍ୟକ୍ତ କରି ଡ. ସୁଆର କହିଛନ୍ତି, କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରେରଣା ଓ ପ୍ରୋତ୍ସାହନ ଯୋଗୁଁ ଆଜି ଏହା ସମ୍ଭବ ହୋଇପାରିଛି । ଶ୍ରୀ ସାମନ୍ତ ଓଡ଼ିଶାରେ ଏକ ଗୁଣାତ୍ମକ ମାନର ବାୟୋଟେକ୍ନୋଲୋଜି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି । ଏହା ସହ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ କିଟ୍‍ ଯେଉଁସବୁ ଅତ୍ୟାଧୁନିକ ସୁବିଧା ଓ ସୁଯୋଗ ସୃଷ୍ଟି କରିଛି ସେଥିରେ ବହୁ ଉଦ୍ୟୋଗୀ ଓ ଇନ୍‍କ୍ୟୁବେସନ୍‍ ପ୍ରଫେସନାଲ୍‍ ସଫଳତା ଲାଭ କରିଆସୁଛନ୍ତି । କିଟ୍‍ ଇନ୍‍କ୍ୟୁବେସନ୍‍ କେନ୍ଦ୍ର ସଂପ୍ରତି ପୂର୍ବ ଓ ଉତ୍ତର-ପୂର୍ବାଞ୍ଚଳର ଅନେକ କେନ୍ଦ୍ରରେ ମଧ୍ୟ କାର୍ଯ୍ୟ କରୁଛି ।

0
0
0
s2sdefault