ହେଡଲାଇନସ୍:

ଦାରିଦ୍ର୍ୟ ସୀମାରେଖା ତଳର ମଣିଷ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାର ତୁମ୍ବାଅଣ୍ଢେଇସାହି ଗ୍ରାମରେ ରାମଚନ୍ଦ୍ର ଦାସ ନିଜ ସପରିବାରେ ବାସ କରନ୍ତି l ବୃତ୍ତିରେ ଜଣେ ଶ୍ରମିକ, ପରଘରେ ମୁଲଲାଗି ପରିବାରର ପେଟ ପାଟଣା ବୁଝିଥାନ୍ତି lପରିବାର କହିଲେ ୫ଜଣ ଲୋକ ନିଜର ଚାଷ ଜମିବି ନାହିଁ l ସବୁ ଜିନିଷ ପାଇଁ ନିର୍ଭର କରନ୍ତି ବଜାରର ସଉଦା ଉପରେ ସବୁ ଦରଦାମ ବୃଦ୍ଧି କାରଣରୁ ଘର ଚଳାଇବା ତାଙ୍କ ପକ୍ଷେ ବହୁତ କଷ୍ଟକର ହେଉଛି l ରୋଜଗାର କହିଲେ ଏକୁଟିଆ ରାମଚନ୍ଦ୍ର ଦାସ ପରଘରେ ମୂଲଲାଗିବା, ସେଥିରେ ନିଜ ରୋଗୀଣା ବାପାର ଔଷଧ ଟିକେ ମଧ୍ୟ ଭଲରେ ଦେଇପାରୁନାହାନ୍ତି l ସେ ଦରିଦ୍ର ସୀମାରେଖା ତଳର ମଣିଷଟିଏ l ତାଙ୍କୁ ଯେଉଁ ସରକାରୀ ସହାୟତା ମିଳିବା କଥା ତାହା ମଧ୍ୟ ତାଙ୍କୁ ମିଳୁନାହିଁ l ନାଁ ତାଙ୍କର ଅଛି ରେସନ କାର୍ଡ ନା ବିଜୁ ପକ୍କା ଘର ଯୋଜନାରେ ଗୋଟିଏ ପକ୍କାଘର l ଏକ ଝାଟିମାଟି ଚାଳ କୁଡ଼ିଆ ଘରେ ବାସ କରନ୍ତି ନିଜ ଦୁଃଖୀ ପରିବାରଙ୍କ ମେଳରେ l ତୁମ୍ବାଅଣ୍ଢେଇସାହି ଗ୍ରାମପଞ୍ଚାୟତ ବିଜେଡି ସଭାପତି ସୁରେଶ ଚନ୍ଦ୍ର ମହାନ୍ତି ଓ ସରପଞ୍ଚ ପ୍ରତିମା ମହାନ୍ତି ଙ୍କ ସହଯୋଗ ରେ ଆମ ଗଣପ୍ରତିନିଧି ଙ୍କ ଜରିଆରେ ସରକାର ଙ୍କୁ ସହାୟତା ମାଗିଛନ୍ତି ଏହି ଦରିଦ୍ର ସୀମାରେଖାର ଏହି ଦୁଃଖୀ ପରିବାରର ଟି l

0
0
0
s2sdefault