ହେଡଲାଇନସ୍:

ଶିଶୁ ସୁରକ୍ଷା ନିମନ୍ତେ ଜିଲ୍ଲାରେ କାର୍ଯ୍ୟ କରୁଥିବା କର୍ମକର୍ତ୍ତାଙ୍କ ପାଇଁ ଶ୍ରମ ବିଭାଗର ବିଭିନ୍ନ ଯୋଜନା ଉପରେ ପ୍ରଶିକ୍ଷଣ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାପାଳଙ୍କ ସମ୍ମଳନୀ କକ୍ଷରେ ଗଜପତି ଜିଲ୍ଲାର ୭ଟି ବ୍ଲକରେ ଶିଶୁ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା UNFPA ର ବ୍ଲକ ସଂଯୋଜିକା , କ୍ଲଷ୍ଟର ସଂଯୋଜିକା , ସ୍ୱେଚ୍ଛାସେବୀ , ବିଭିନ୍ନ ଚାଇଲ୍ଡ ଲାଇନର କର୍ମକର୍ତ୍ତା ତଥା ଆକ୍ସନ ଏଡ଼ର ଜିଲ୍ଲା ଏବଂ ବ୍ଲକ୍ ସଂଯୋଜକଙ୍କୁ ନେଇ ଶ୍ରମ ବିଭାଗର ବିଭିନ୍ନ ଯୋଜନା ଉପରେ ଏକ ଦିବସିୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଗତ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମର ନିଷ୍ପତ୍ତି ପ୍ରକାରେ ନିର୍ମାଣ ଶ୍ରମିକ ଯୋଜନାରେ ଥିବା ବିଭିନ୍ନ ଉପପକାରିତା ସହ ଶିଶୁ ସୁରକ୍ଷା ଆବଶ୍ୟକ କରୁଥିବା ପରିବାର କିପରି ଯୋଡ଼ା ଯିବା ସହ ଉକ୍ତ ପରିବାର କିପରି ନିର୍ମାଣ ଶ୍ରମିକରେ ଥିବା ସମସ୍ତ ସୁଯୋଗ ପାଇପାରିବେ ସେଥିପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଅଧ୍ୟକ୍ଷ ଭାବେ ଯୋଗଦେଇ ପ୍ରଥମେ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ଆଶୀର୍ବାଦ ଯୋଜନା ଉପରେ ଆଲୋଚନା କରିବା ସହ ଜିଲ୍ଲାରେ ଯେପରି କୋୖଣସି ଶିଶୁ ଆଶୀର୍ବାଦ ଯୋଜନାରୁ ବଞ୍ଚିତ ନହେବେ ସେଥିପାଇଁ ଧ୍ୟାନ ଦେବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ।
ଜିଲ୍ଲା ଶ୍ରମ ବିଭାଗର ନିର୍ମାଣ ଶ୍ରମିକ ସଂଯୋଜକ ଶ୍ରୀ ସୁଶାନ୍ତ ପଣ୍ଡା ଉପସ୍ଥିତ ରହି ଅଂଶଗ୍ରହଣକାରୀଙ୍କୁ ଶ୍ରମ ବିଭାଗର ବିଭିନ୍ନ ଯୋଜନା ବିଷୟରେ ବୁଝାଇବା ସହ ମୁଖ୍ୟତଃ ୫-ଟି ଯୋଜନାରେ ହିତାଧିକାରୀଙ୍କ ଫାଇଦା ରହିଥିବା କହିଥିଲେ ଯଥା :- ନିର୍ମାଣ ଶ୍ରମିକ ଓ ଅସଂଗଠିତ ଶ୍ରମିକଙ୍କ ଶିଶୁଙ୍କ ପାଇଁ ଶିକ୍ଷା ନିମନ୍ତେ ସୁବିଧା , ଝିଅ ବିବାହ ନିମନ୍ତେ ଆର୍ଥିକ ସହାୟତା , ଶ୍ରମିକଙ୍କ ଦୁର୍ଘଟଣା ଜନିତ ଆର୍ଥିକ ସହାୟତା , ଅନ୍ତ୍ୟେଷ୍ଟି କ୍ରିୟା ନିମନ୍ତେ ସହାୟତା , ନିର୍ମାଣ ଶ୍ରମିକ ମାନଙ୍କ ସ୍ତ୍ରୀ ଗର୍ଭବତୀ ଥିବା ସମୟରେ ଆର୍ଥିକ ସହାୟତା ଉପରେ ଆଲୋକପାତ କରିଥିଲେ।
ଉପରୋକ୍ତ କର୍ମକର୍ତ୍ତା ସେମାନଙ୍କ ଅଞ୍ଚଳରେ କିପରି ଏହି ଯୋଜନାରୁ ବଞ୍ଚିତ ନରହିବେ ଧ୍ୟାନ ଦେବାକୁ ଅନୁରୋଧ କରିବା ସହ ଆସନ୍ତା ଏକ ମାସ ମଧ୍ୟରେ ଆଶୀର୍ବାଦ ଯୋଜନାରେ ଉପକାରିତା ପାଉଥିବା ପରିବାର କିପରି ନିର୍ମାଣ ଶ୍ରମିକ ଯୋଜନାରେ ଅନ୍ତର୍ଭୁକ୍ତ ହେବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା।
ନିର୍ମାଣ ଶ୍ରମିକ ଯୋଜନାର ହିତାଧିକାରୀଙ୍କ କାର୍ଡ ନବୀକରଣ ହେବ ଏବଂ ସମସ୍ତ ସୁବିଧା କିପରି ପାଇବେ ସେଥିପ୍ରତି ଧ୍ୟାନ ଦେବାଲାଗି ଅଂଶଗ୍ରହଣକାରୀଙ୍କୁ ଅନୁରୋଧ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ UNFPA ର ଜିଲ୍ଲା ସଂଯୋଜିକା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ,ଆକ୍ସନ ଏଡ଼ରର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ବିକାଶ ମେହେର , ଚାଇଲ୍ଡ ଲାଇନର ସଂଯୋଜକ ଶ୍ରୀଯୁକ୍ତ ନାଗେଶ୍ବର ଚୌଧୁରୀ , ଅରୁଣା ସ୍ବେଚ୍ଛାସେବୀ ଅନୁଷ୍ଠାନର ଜିଲ୍ଲା ସଂଯୋଜିକା ସୁଶ୍ରୀ ସୁସ୍ମିତା ଭୋଇ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ପ୍ରତିନିଧି ବର୍ଷନ ଉପସ୍ଥିତ ଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

0
0
0
s2sdefault