କୋମନା/ଭାଗିରଥି ଭୋଇ :- ନୂଆପଡା ଜିଲା କୋମନା ଜନାଗଡପଡାବାସୀଙ୍କ ଭୋଟ ଦେବା ପାଇଁ ଯିବେ ୩ କିମି । ନିର୍ବାଚନ ବିଭାଗ ର ଏଭଲି ନିଷ୍ପତିକୁ ପଡାବାସୀ ବିରୋଧ କରିଛନ୍ତି । ତାଙ୍କର ବୁଥ ଏଥର ସିଙ୍ଗାରୀପଡା ହୋଇଛି ଯାହାକି ଜୁନାଗଡପଡାରୁ ୩ କିମି ଅଟେ । ପୂର୍ବରୁ ସେମାନେ ସ୍ଥାନିୟ ପ୍ରାଥମିକ ବିଦ୍ୟାଳୟରେ ଭୋଟ ଦେଉଥିଲେ । ଜୁନାଗଡପଡାରେ ୨୧୦ ଜଣ ପୁରୁଷ ଓ ମହିଳା ଭୋଟର ଅଛନ୍ତି । ଭୋଟ କେନ୍ଦ୍ର ସ୍ଥାନାନ୍ତର ନ କଲେ ଭୋଟ ଦେଇ ଯିବୁ ନାହିଁ ବୋଲି ପଡାବାସୀ ଚେତାବନି ଦେଇଛନ୍ତି । ଦୁଇପଡା ମଝିରେ ରହିଛି ଏକ ପାହାଡ ଯାହା ପଡାବାସୀଙ୍କ ପାଇଁ ସମସ୍ୟା ପାଲଟିଛି । ଏନେଇ ପଡାବାସୀ ଆଜି କୋମନା ବିଡିଓ ତଥା ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଜଣାଇଛନ୍ତି । ତୁରନ୍ତ ଭୋଟକେନ୍ଦ୍ର ବଦଲି ନହେଲେ ଲୋକଙ୍କ ଯା ଆସ କରିବାକୁ ଗାଡିର ସୁବିଧା କରିବାକୁ ଦାବି କରିଛନ୍ତି ।
ରାଜ୍ୟ
ବୁଥର ଦୂରତା ୩ କିମି, ଆମେ ଭୋଟ ଦେଇଯିବୁ ନାହିଁ
- Hits: 480