ହେଡଲାଇନସ୍:

ଅକ୍ଷୟ ଶକ୍ତି କ୍ଷେତ୍ରରେ ପ୍ରତିବଦ୍ଧତା: ଡାଲମିଆ ସିମେଣ୍ଟ ଭାରତ ସୌରଶକ୍ତି ପ୍ରକଳ୍ପ ସମ୍ପ୍ରସାରିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କମ୍ପାନୀ ପକ୍ଷରୁ ଓଡ଼ିଶାରକଟକସ୍ଥିତ କପିଳାସ ସିମେଣ୍ଟ ୱାର୍କସ୍‍ କାରଖାନାକୁ ସବୁଜ ଶକ୍ତି ଯୋଗାଇବା ପାଇଁ୧୪.୭ ମେଗାୱାଟ ଭୂଭାଗରେ ଅବସ୍ଥିତ ସୌରଶକ୍ତି ପ୍ରକଳ୍ପ ସ୍ଥାପନ

ଭୁବନେଶ୍ୱର, (ଶାସକ ପ୍ରଶାସକ) : ଅକ୍ଷୟ ଶକ୍ତି କ୍ଷେତ୍ରକୁ ରୂପାନ୍ତରଣ ଦିଗରେ ନିଜର ଦୀର୍ଘସୂତ୍ରୀ ପ୍ରତିବଦ୍ଧତାର ଅଂଶସ୍ୱରୂପ ଏକ ଅଗ୍ରଣୀ ଭାରତୀୟ ସିମେଣ୍ଟ ଉତ୍ପାଦନକାରୀ ଏବଂ ଡାଲମିଆ ଭାରତ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ (ଡିସିବିଏଲ୍‍) ଓଡ଼ିଶାରେ କଟକ ଜିଲ୍ଲାର ଟାଙ୍ଗିଠାରେ ଏହାର ଭୂଭାଗରେ ଅବସ୍ଥିତ ସୋ÷ରଶକ୍ତି ପ୍ରକଳ୍ପର କ୍ଷମତା ୧୭.୧ ମେଗାୱାଟକୁ (୨୦୧୪ରେ ୨.୪ ମେଗାୱାଟରୁ) ସମ୍ପ୍ରସାରଣ କରିଛି । ୪୯ ଏକର ପରିମିତ ଜମି ଉପରେ ଅବସ୍ଥିତ ଏହି ସୌର ଶକ୍ତି ପ୍ରକଳ୍ପ ୨୫.୫୨ ଏମୟୁ/ପିଏ ଶକ୍ତି ଉତ୍ପାଦନ କରିବାକୁ ରହିଛି, ଯାହା ଓଡ଼ିଶାର କଟକସ୍ଥିତ କପିଳାସ ସିମେଣ୍ଟ ମାନୁଫାକଚରିଂ ୱାର୍କସ (କେସିଏମ୍ଡବ୍ଲୁ)ର ଶକ୍ତି ଆବଶ୍ୟକତା ପୂରଣ ନିମନ୍ତେ ବ୍ୟବହାର କରାଯିବ ।
୨୦୪୦ ସୁଦ୍ଧା ଅଙ୍ଗାରକ ବିଯୁକ୍ତ ହେବାପାଇଁ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡର ଦୀର୍ଘସ୍ଥାୟୀ ଲକ୍ଷ୍ୟକୁ ଆଗେଇ ନେଇ ଏହି ପ୍ରୟାସ କାରଖାନାର ଶକ୍ତି ଦକ୍ଷତାରେ ବୃଦ୍ଧି ଘଟାଇବ । ଏହି ୧୭.୧ ମେଗାୱାଟ ପ୍ଲାଂଟ କେସିଏମ୍ଡବ୍ଲୁ କଟକ କାରଖାନାର ଦିନ ସମୟରେ ଶକ୍ତି ଆବଶ୍ୟକତା ନିର୍ଭରଶୀଳତାକୁ ଜୀବାଶ୍ମ ଇନ୍ଧନ ଉପରେ ପ୍ରାୟ ୪୦%ରୁ ଅଧିକ ହ୍ରାସ କରିବା ଏବଂ ତାହା ସ୍ଥାନରେ ଏକ ସ୍ୱଚ୍ଛ, ପ୍ରଦୂଷଣମୁକ୍ତ ଏବଂ ଅକ୍ଷୟ ଶକ୍ତି ଉତ୍ସ ବ୍ୟବହାର ପାଇଁ ଲକ୍ଷ୍ୟ ରଖିଛି ।
ଏ ସମ୍ପର୍କରେ ପ୍ରକାଶ କରି ଡାଲମିଆ ସିମେଣ୍ଟ ଭାରତ ଲିମିଟେଡର ରାଷ୍ଟ୍ରୀୟ ବିନିର୍ମାଣ ମୁଖ୍ୟ ଗଣେଶ ଜିରକୁଣ୍ଟୱାର କହିଛନ୍ତି, “ଭାରତର ଅନ୍ୟତମ ଅଗ୍ରଣୀ ସିମେଣ୍ଟ କମ୍ପାନୀ ଭାବରେ ଆମେ କେବଳ ସବୁଜ ନିର୍ମାଣ ସମାଧାନ ଯୋଗାଇଦେଇ ନୁହେଁ, ତାହାସହିତ ଆମର ସାଂଗଠନିକ ମୂଲ୍ୟ ଶୃଙ୍ଖଳରେ ଦୀର୍ଘସ୍ଥାୟୀ କୌଶଳକୁ ସନ୍ନିବେଶିତ କରି ଏକ ଦାୟିତ୍ୱସଂପନ୍ନ ପରିବେଶଗତ ନେତୃତ୍ୱ ନେବା ଦିଗରେ ଆମେ ପ୍ରତିବଦ୍ଧ ରହିଛୁ । ନିରନ୍ତର ଭାବରେ ସବୁଠାରୁ ସ୍ୱଚ୍ଛ ଏବଂ ସବୁଠାରୁ କମ୍‍ ମୂଲ୍ୟ ବିଶିଷ୍ଟ ଇନ୍ଧନକୁ ଆପଣେଇବା ଦିଗରେ ଆମର ପ୍ରୟାସକୁ କଟକସ୍ଥିତ କେସିଏମ୍ଡବ୍ଲୁ କାରଖାନାରେ ସୌର ଶକ୍ତି ପ୍ରକଳ୍ପର ସଂପ୍ରସାରଣ ଏକ ସଠିକ ଗତିଶୀଳତା ପ୍ରଦାନ କରିବା ଆମେ ମନେକରୁଛୁ । ଆମେ ୨୦୩୧ ସୁଦ୍ଧା ଆମର ମୋଟ ସ୍ଥାପିତ ସିମେଣ୍ଟ ଉତ୍ପାଦନ କ୍ଷମତା ୧୧୦ରୁ ୧୩୦ ନିୟୁତ ଟନରେ ପହଞ୍ଚାଇବା ଦିଗରେ ଅଗ୍ରସର ହେଉଥିବାବେଳେ ୨୦୩୦ ସୁଦ୍ଧା ଡିସିବିଏଲ୍‍ର ଦୀର୍ଘସ୍ଥାୟୀ ଲକ୍ଷ୍ୟ ଆରଇ୧୦୦ ହାସଲ ନିମନ୍ତେ ଏହି ପ୍ରୟାସ ସହାୟକ ହେବା ନେଇ ଆମେ ଦୃଢ ନିଶ୍ଚିତ ଅଛୁ ।”
ଏହି ପ୍ରକଳ୍ପ ରେକର୍ଡ ଅଢେଇ ମାସ ମଧ୍ୟରେ କାର୍ଯ୍ୟକାରୀ କରାଯାଇଛି ଏବଂ ଏହାଦ୍ୱାରା ପାରମ୍ପରିକ ଶକ୍ତି ବ୍ୟବହାର ୨୭% ହ୍ରାସ ପାଇବ । ସୌର ଶକ୍ତି ପ୍ରକଳ୍ପରୁ ଶକ୍ତି ବ୍ୟବହାର ବିଶେଷଭାବରେ ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ ଅଥବା ବ୍ରେକଡାଉନ ଭଳି ଜରୁରୀ ପରିସ୍ଥିତିରେ କେସିଏମ୍ଡବ୍ଲୁ, କଟକ କାରଖାନାରେ ନିରବଚ୍ଛିନ୍ନ ଉତ୍ପାଦନକୁ ସୁନିଶ୍ଚିତ କରିବ ।
ସୌର ଶକ୍ତି ପ୍ରକଳ୍ପର ସମ୍ପ୍ରସାରଣ ସମ୍ପର୍କରେ ମତ ଦେଇ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ, କେସିଏମ୍ଡବ୍ଲୁ, (କଟକ) ର କାରଖାନା ମୁଖ୍ୟ ଶ୍ରୀ ଭାବେଶ ୱାଲା କହିଛନ୍ତି, “ଆମ ପ୍ରକଳ୍ପରେ ସୌର ଶକ୍ତି ଉତ୍ପାଦନ ବ୍ୟବସ୍ଥା ଏବଂ ଅନ୍ୟ ଅକ୍ଷୟ ଶକ୍ତି ଉତ୍ସକୁ ରୂପାନ୍ତରିତ ହୋଇ ଆମେ କ୍ରଗାଗତ ଭାବରେ ଆମର ମୋଟାମୋଟି ଅଙ୍ଗାରକ ନିର୍ଗମନକୁ ହ୍ରାସ କରୁଛୁ ଏବଂ ସେହି ସମୟରେ ଆମର ଦୀର୍ଘସ୍ଥାୟୀ ପ୍ରତିବଦ୍ଧତାକୁ ପାଳନ କରିବା ସହିତ ୨୦୩୦ ସୁଦ୍ଧା ଆରଇ୧୦୦ ହାସଲ ଦିଗରେ ଅଗ୍ରସର ହେଉଛୁ । ଏହା ମଧ୍ୟ ଆଗାମୀ ବର୍ଷଗୁଡିକରେ ଆମକୁ ଆମର କ୍ଷମତା ସମ୍ପ୍ରସାରଣ ଯୋଜନାକୁ କାର୍ଯ୍ୟକାରୀ କରିବାରେ ସମର୍ଥ କରାଇବ, ଯେଉଁଥିପାଇଁ ଆମେ ଏକ ସମତୁଲ ଶକ୍ତି ମିଶ୍ରଣକୁ ଏକ ମୁଖ୍ୟ ଫାଇଦା ଭାବରେ ବିବେଚନା କରୁଛୁ ।”
ଏହାର ବ୍ୟବସାୟିକ କାର୍ଯ୍ୟଧାରା – ସ୍ୱଚ୍ଛ ଏବଂ ସବୁଜ ଲାଭଜନକ ଏବଂ ଦୀର୍ଘସ୍ଥାୟୀ- ଆଧାରରେ ଡାଲମିଆ ଭାରତ ଗତ ଦଶନ୍ଧିରେ ଏହାର ଅଙ୍ଗାରକ ନିର୍ଗମନରେ ୨୨% ହ୍ରାସ ଘଟାଇଛି ଏବଂ ସେହି ସମୟରେ ତିନିଗୁଣ ଅଭିବୃଦ୍ଧି ହାସଲ କରିବା ସହିତ ନିଜର ଲାଭ ଉପାର୍ଜନକୁ ଦୁଇଗୁଣ କରିଛି । ସଂପ୍ରତି କମ୍ପାନୀ ବିଶ୍ୱସ୍ତରରେ ଅନ୍ୟତମ ସବୁଠାରୁ କମ୍‍ ଅଙ୍ଗାରକ ନିର୍ଗମନକାରୀ ହୋଇଛି ଏବଂ ୨୦୪୦ ସୁଦ୍ଧା ଅଙ୍ଗାରକ ବିଯୁକ୍ତ ହେବାକୁ ପ୍ରତିବଦ୍ଧ ରହିଛି ।

0
0
0
s2sdefault