ଜଗତସିଂହପୁର/ସୁମନ୍ତ କୁମାର ଦାସ: ପଞ୍ଚାୟତ ନିର୍ବାଚନ ଦିନ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀ ମାନଙ୍କର ପ୍ରଚାର ପ୍ରସାର ସେତିକି ଜୋରଦାର ହେବାରେ ଲାଗିଛି । ସେହି ପରିପ୍ରେକ୍ଷୀରେ ଆଜି ଜଗତସିଂହପୁର ଜିଲ୍ଲା ପରିଷଦ ଜୋନ ନଂ- ୪ ଅନ୍ତର୍ଗତ ଅଳସୁଧା, ପିତେଇପୁର, ମୁଦୁପୁର ଆଦି ପଞ୍ଚାୟତରେ ନିର୍ବାଚନ ପ୍ରସ୍ତର କୋରଦାର ହେଉଥିବାର ଦେଖାଦେଇଛି । ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ସଭ୍ୟମାନେ ନିଜ ନିଜର ପ୍ରଚାରକୁ ତ୍ରିବତର କରିଛନ୍ତି । ପ୍ରାର୍ଥୀମାନେ ନିଜ ସପକ୍ଷରେ ଭୋଟ ହାସଲ କରିବା ନିମନ୍ତେ ଘରକୁ ଘର ବୁଲି ନିଜର ପୂଶିଙ୍ଗ କାର୍ଡ଼ ବାଣ୍ଟିବା ସହ ଭୋଟ ତଥା ଆଶୀର୍ବାଦ ଭିକ୍ଷା କରୁଛନ୍ତି । ପ୍ରଚାର ପ୍ରସାରରେ ଅଳସୁଧା ଗ୍ରାମ ପଞ୍ଚାୟତ ପାଦେ ଆଗରେ ରହିଥିବା ଦେଖାଯାଉଛି । ଏହି ପଞ୍ଚାୟତରେ ୪ଜଣ ସରପଞ୍ଚ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ସମିତି ସଭ୍ୟ ପାଇଁ ମଧ୍ୟ ୪ ଜଣ ପ୍ରାର୍ଥୀ ରହିଛନ୍ତି । ପଞ୍ଚାୟତର ବିଭିନ୍ନ ସ୍ଥାନରେ ପ୍ରାର୍ଥୀମାନେ ନିଜ ନିଜର ହୋର୍ଡିଙ୍ଗ ତଥା ବ୍ୟାନର ଲଗାଇଥିବା ବେଳେ ବିଭିନ୍ନ କାନ୍ଥବାନରେ ମଧ୍ୟ ନିଜର ନାମ ଏବଂ ନିର୍ବାଚନୀ ଚିହ୍ନ ଆଙ୍କି ଥିବାର ଦେଖାଦେଇଛି ମୋଟ ୩,୭୦୦ ଭୋଟରଙ୍କୁ ନେଇ ଗଠିତ ଏହି ପଞ୍ଚାୟତରେ ୧୮୮୫ ଜଣ ପୁରୁଷ ଭୋଟର ରହିଥିବା ବେଳେ ୧୭୯୧ ଜଣ ମହିଳା ଭୋଟର ରହିଛନ୍ତି ଚଳିତ ନିର୍ବାଚନରେ ବିଜୁ ଜନତା ଦଳର ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ଭାବେ ଲକ୍ଷ୍ମୀପ୍ରିୟା ପାଳ, ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଭାବେ ଦିଲ୍ଲୀପ କୁମାର ଦାସ, କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥନୀ ଭାବେ ଦେବଜାନି ସ୍ବାଇଁ ଏବଂ ସ୍ବାଧୀନ ସରପଞ୍ଚ ପ୍ରାର୍ଥୀ ଭାବେ ଭ୍ରମରବର ସ୍ନାଇଁ ପ୍ରତିଦ୍ବଳିତା କରୁଛନ୍ତି ସେହିଭଳି ପଞ୍ଚାୟତ ସମିତି ସଭ୍ୟ ପଦବୀ ନିମନ୍ତେ ବିଜେଡି ସମର୍ଥିତ ପ୍ରାର୍ଥୀ ଭାବେ ରତିରଞ୍ଜନ ବେହେରା, ସ୍ବାଧୀନ ପ୍ରାର୍ଥୀ ଭାବେ ଦେବୀପ୍ରସାଦ ସାହାଣୀ, କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଭାବେ ବୃନ୍ଦାବନ ପ୍ରଧାନ ଏବଂ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ସୁଗଳ ପଣ୍ଡା ନିବାଚନଲଢ଼ୁଛନ୍ତି । ତେବେ ଏଠାକାର ଭୋଟର ମାନଙ୍କ ମତାମତକୁ ପର୍ଯ୍ୟାଲୋଚନ କଲେ ଜଣାଯାଏ କି, ଚଳିତ ନିର୍ବାଚନରେ ଏଠାରେ ଜୋରଦାର ଲଢେଇ ହେବା ସହ କେଉଁ ପ୍ରାର୍ଥୀ ଜିତିବେ ତାହା ଏବେଠାରୁ ସହଜରେ ଅନୁମେୟ ହୋଇ ପାରୁନାହିଁ । ମୁଖ୍ୟତଃ ଏହି ପଞ୍ଚାୟତରେ ସମିତି ସଭ୍ୟ ଓ ସରପଞ୍ଚ ପଦବୀ ନିମନ୍ତେ କଡ଼ା ଟକ୍ଟର ତଥା ଘମାଘୋଟ ଲଢେଇ ହେବ ବୋଲି ଜଣାପଡ଼ୁଛି । ସେହିପରି ୪୫୪୦ ଭୋଟରଙ୍କୁ ନେଇ ଗଠିତ ବିଜେପୁର ଗ୍ରାମ ପଞ୍ଚାୟତରେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ଭାବେ ଆରତୀ ଭୋଇ, ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ଭାବେ ପୂର୍ବତନ ସମିତି ସଭ୍ୟ ପୁଷ୍ପଲତା ପାଇଁ ଏବଂ କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ଭାବେ ତୋଫାଆରା ବେଗମ ନିର୍ବାଚନରେ ପ୍ରାର୍ଥୀ ରହିଥିବାବେଳେ ମୁଖ୍ୟତଃ ତୋଫାଆରା ଏବଂ ପୁଷ୍ପଲତାଙ୍କ ମଧ୍ୟରେ ଜୋରଦାର ଟକ୍ଟର ହେବାର ସମ୍ଭାବନା ରହିଛି । ସେହିଭଳି ଏହି ପଞ୍ଚାୟତର ସମିତି ସଭ୍ୟ ପଦବୀ ନିମନ୍ତେ ବିଜେଡି ସମର୍ଥକ ପ୍ରାର୍ଥୀ ଭାବେ ପ୍ରଭାତ ନାୟକ, କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଭାବେ ହିମାଂଶୁ ପରିଡ଼ା ଏବଂ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ଚିତ୍ତରଞ୍ଜନ ନାୟକ ନିର୍ବାଚନ ଲଢ଼ୁଥିବାବେଳେ ଜନମତ କାହା ସପକ୍ଷରେ ଯିବ ତାହା ଅସ୍ପଷ୍ଟ ରହିଛି । ମୃଦୁପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବଳିତ ନିର୍ବାଚନ ରେ ଶାସକ ଦଳର ସମର୍ଥିତ ପ୍ରାର୍ଥୀ ସୁବାସ ଚନ୍ଦ୍ର ମହାନ୍ତି ଏବଂ ସମିତି ସଭ୍ୟ ପ୍ରାର୍ଥୀନୀ ମୌସୁମୀ ବାରିକ ପଞ୍ଚାୟତ ରେ ଜୋରଦାର ପ୍ରଚାର କରି ନିଜ ସପକ୍ଷରେ ଭୋଟ ହାସଲ କରିବା ପାଇଁ ପ୍ରୟାସ ଜାରି ରଖୁଛନ୍ତି । ଆଜି ଏହି ୪ ନମ୍ବର ଜିଲ୍ଲା ପରିଷଦ ଜୋନର କଂଗ୍ରେସ ସମର୍ଥିତ ପ୍ରାର୍ଥୀ ନାରାୟଣ ନାୟକ ଜୋନ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ନିଜ ଦଳୀୟ ପ୍ରାର୍ଥୀଙ୍କ ସହ ମିଶି ମାରାଥନ ପ୍ରଗର କରୁଥିବାର ଦେଖାଦେଇଛି।ତେବେ ଚଳିତ ନିର୍ବାଚନରେ ଶାସକ ଦଳର ଅସନ୍ତୁଷ୍ଟ ଗୋଷ୍ଠୀ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିବାର ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।
ରାଜ୍ୟ
ପଞ୍ଚାୟତ ନିର୍ବାଚନ : ଜୋରଦାର ହେଲାଣି ପ୍ରଚାର
- Hits: 369