ସମସ୍ତ ଆଠଗୋଟି ଜୋନରେ ବିଜେଡି ର ଲୋକପ୍ରିୟତାରେ ବୃଦ୍ଧି : ବିଜେଡି
ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ସମୁଦାୟ ୮ଗୋଟି ଜିଲ୍ଲା ପରିଷଦ ଯୋନ ରହିଛି । ଜିଲ୍ଲା ର ଆମ୍ବଭନା ଯୋନ ରୁ ଦଳୀୟ ପ୍ରାର୍ଥୀ ଙ୍କର ନିର୍ବିରୋଧ ବିଜୟ ଦଳର ସମସ୍ତ ପ୍ରାର୍ଥୀ ଙ୍କୁ ଆଗାମୀ ନିର୍ବାଚନରେ ଜିତିବା ପାଇଁ ମାନସିକ ଶକ୍ତି ଯୋଗାଇ ଥିବା ବେଳେ ବିଜେଡିରଏହି ନିର୍ବିରୋଧ ବିଜୟ ବିରୋଧି ଶିବିରକୁ ଆରମ୍ଭରୁ ହତୋତ୍ସାହିତ କରିଛି । ଅନ୍ୟପଟେ ବିଜୁ ଜନତା ଦଳ ନିଜର ସଂଗଠନ ମଜବୁତ କରିବା ସହିତ ନିର୍ବାଚନରେ ବିରୋଧୀ ଙ୍କୁ ଉଚିତ ଜବାବ ଦେବା ପାଇଁ ନିଜର ରଣନୀତି ପ୍ରସ୍ତୁତ କରି ସାରିଛି । ଆଜି ପଦ୍ମପୁର ବିଜୁ ଜନତା ଦଳ ଅଫିସ ରେ ପର୍ଯବେକ୍ଷକ ତଥା ଢେଙ୍କାନାଳ ବିଧାୟକ ଶ୍ରୀ ସୁଧୀର ସାମଲ , ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ , ପଦ୍ମପୁର ବିଧାୟକ ତଥା ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା ଙ୍କର ଉପସ୍ଥିତ ରେ ଆଠ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ଙ୍କର ସହିତ ଆଲୋଚନା କରି ରଣନୀତି ପ୍ରସ୍ତୁତ ହୋଇଥିଲା । ବିଜୁ ଜନତା ଦଳ ତଥା ମୁଖ୍ୟମନ୍ତ୍ରୀ ଙ୍କର ଲୋକପ୍ରିୟତା , ରାଜ୍ୟ ବାସୀଙ୍କର ବିକାଶ ପାଇଁ ରହିଥିବା ରାଜ୍ୟ ସରକାରଙ୍କ ଅନେକ ସଫଳ ଯୋଜନା , ରାଜ୍ୟ ସରକାରଙ୍କ ଅଗଣିତ ଉପଲବ୍ଧି , ଆଗାମୀ ନିର୍ବାଚନ ରେ ବିଜୁ ଜନତା ଦଲର ବିଜୟ ରେ ସହାୟକ ହେବ ବୋଲି ପ୍ରାର୍ଥୀ ମାନଙ୍କର ଆଶା । ମୁଦ୍ଦା ବିହୀନ ବିରୋଧୀ କେବଳ ଅପପ୍ରଚାର ଓ ପୁନର୍ବାର ମିଛ ପ୍ରତିଶୃତି ଦେଇ ବିଜୟ ହାସଲ କରିବାର ଅସଫଳ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ନିର୍ବାଚନ ସହିତ ଲଢ଼ିବା ସହିତ ବିରୋଧୀ ମାନଙ୍କର ମିଛ ପ୍ରଚାର ପ୍ରତି ମଧ୍ୟ ସତର୍କ ରହିବା ପାଇଁ ପାଇକମାଲ ଯୋନ ଦୁଇ ର ପ୍ରାର୍ଥୀ ତଥା ପାଇକମାଲ ବିଜୁ ଜନତା ଦଳର ବ୍ଲକ ସଭାପତି ଶ୍ରୀ ରାଜେନ୍ଦ୍ର ରାଉତ ପ୍ରକାଶ କରିଛନ୍ତି ।