ହେଡଲାଇନସ୍:

ପ୍ରଶାସନ ର ଅବହେଳା:  ମୁନାଫା ନେଉଛନ୍ତି ବେପାରୀ,ହନ୍ତସନ୍ତ ହେଉଛନ୍ତି ଜନ ସାଧାରଣ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 

ଯାଜପୁରରୁ ସୁବାଷ ଚନ୍ଦ୍ର ନାୟକଙ୍କ ରିପୋର୍ଟ

ଜଗତୀକରଣ ପ୍ରଭାବ ଓ ଉପଭୋକ୍ତା ସାମଗ୍ରୀର ଭେଳିକିରେ ମସ୍ଗୁଲ ହେଉଛନ୍ତି ମଲ୍ଟି ନ୍ୟାସନାଲ କମ୍ପାନୀ ମାନେ  । ମିଥ୍ୟା ଓ ଅତି ରଞ୍ଜିତ ବିଜ୍ଞାପନ ଲଟେରୀ ଓ ପ୍ରାଇଜ୍ ର ଗଣିତ ଖେଳରେ ଲୋକ ମାନଙ୍କୁ ଭକୁଆବନାଇ ଲକ୍ଷ ଲକ୍ଷ ଟଙ୍କାର ବେପାରର ମୁଖରେ ବ୍ୟାସନଗରର ମୁନିସି ପାଲିଟ୍ର ରାସ୍ତାର ଉଭୟ ପାଶ୍ୱର୍ରେ ଖୋଲି ଯାଇଛି ବଡ଼ ବଡ଼ ସପିଂ ମହଲ । ଅଣ ଚଉଡ଼ା ରାସ୍ତା ,ଆହେତୁକ ଯାନବାହାନ ଚଳ ପ୍ରଚଳ ,ବିପର୍ଯ୍ୟସ୍ତ ରାସ୍ତାଘାଟ ଜନ ସାଧାରଣଙ୍କ ଚଳାଚଳରେ ବ୍ୟାପକ ଅସୁବିଧା ସୃଷ୍ଟି କରୁଛି ।ସପିଂ ମହଲ ରାସ୍ତା ଅବରୋଧକରି ବିପୁଳ ଗାଡ଼ି ମୋଟରର ପାର୍କିଂ ନାହି ନଥିବା ଟ୍ରଫିକ ସମସ୍ୟା ସୃଷ୍ଟି କରୁଛି । ଏତଦ୍ ବ୍ୟତିତ କମ୍ପାନି ମାନଙ୍କର ବସ ୧୨ଚକିଆ ମାଲବୁହା ଟ୍ରକ ଓ ଲରି ଏହି ସମସ୍ୟା କୁ ଦ୍ୱିଗୁଣିତ କରୁଛି ।ଏହାର ମୁଖ୍ୟ କାରଣ ଭାବେ  ଅବହେଳିତ ଓ ନିଷ୍କି୍ରୟ ଟ୍ରାଫିକ୍ ବ୍ୟବସ୍ଥା ପୋଲିସ ପ୍ରଶାସନର ଅବହେଳା ଦାୟିବେଲି ସାଧାରଣରେ ମତ ପ୍ରକାଶ ପାଉଛି ।ଏହି ପରିପ୍ରେକ୍ଷିରେ ଉଦାହରଣ ସୂରୁପ ଚୋରଦା ଛକ ଠାରୁ ଗୋପବନ୍ଧୁ ଛକ ଓ ଚୋରଦା ବାଇପାସ ଛକରୁ ନହକା ଛକ, ରାଧାନାଥ ମାର୍ଗ ଠାରୁ ବସଷ୍ଟାଣ୍ଡ, ବସଷ୍ଟାଣ୍ଡ ଠାରୁ ଗୋପବନ୍ଧୁ ଛକ, ଡ଼ାକବଙ୍ଗଳାଛକରୁ ଦଳାଛକ, ଇତ୍ୟାଦି ଇତ୍ୟାଦି ,ରାସ୍ତାର ବିପର୍ଯ୍ୟସ୍ଥ ଟ୍ରାଫିକ ସମସ୍ୟା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଏହି ପ୍ରମୁଖ ରାସ୍ତା ବର୍ତ୍ତମାନ ମଲଟି ନେସନାଲ କମ୍ପାନୀ , ଯଥା- ରିଲିଆନ୍ସ ସ୍ମାର୍ଟ, ବଜାର କୋଲକାତା, ଏଇ ନିକଟରେ ଖେଲିବାକୁ ଯାଉଥିବା ବିଗ୍ ବଜାର , ଏମ୍ ବଜାର ,ତ୍ରିବେଣୀ ଏନ୍.ଏକ୍ସ , ସିଟି ଲାଇଫି ଓ ବଡ଼ ବଡ଼ ହୋଟେଲ, ବ୍ୟାଙ୍କ ଓ ଅବାଧ ରାସ୍ତା କଡ଼ ସରକାରୀ ଜମି ଜବରଦଖଲ, ଟ୍ରାଫିକ୍ ସମସ୍ୟା ପାଇଁ ମୁଖ୍ୟତଃ ଦାୟୀ ବୋଲି ସାଧାରଣରେ ଆଲୋଚନା ହେଉଛି । ଯେଉଁ କେତେ ଜଣ ପୁଲିସ କନେଷ୍ଟବଳ ଙ୍କୁ ଚୋରଦା ଛକ, ଗୋପବନ୍ଧୁ ଛକ, ନହକାଛକ , ଦଳାଛକ, ରାଧାନାଥ ମାର୍ଗରେ  ମୂତୟନ ଥିବା ପୋଲିସ ନିରବ ଦ୍ରଷ୍ଟାଭାବେ ଠିଆ ହୋଇ ଟ୍ରାଫିକ ସମସ୍ୟା ର ମଜା ନେଉଛନ୍ତି । ଏହି ଟ୍ରାଫିକ ସମସ୍ୟା ଉପରେ ବିଗତ ଦିନମାନଙ୍କରେ ଶାସକ ପ୍ରଶାସକ ଖବର କାଗଜରେ ପ୍ରକାଶିତ ହେବା ପରେ ତତ୍ କାଳୀନ ଥାନା ଅଧିକାରୀ ରାଜିବ ଲୋଚନ ପଣ୍ଡା ଙ୍କ ନିଦେ୍ର୍ଧଶ ରେ ୨ ଜଣ ପୋଲିସ ଙ୍କୁ ଚୋରଦା ବାଇପାସ୍ ରେ ନିର୍ମିତ ଟ୍ରାଫିକ ପୋଷ୍ଟରେ ଭିଡ଼ ନିୟନ୍ତ୍ରଣ କରିବାରେ କିଛି ଦିନ ସଫଳ ହୋଇଥିଲେ ଉକ୍ତ ଅଧିକାରୀ ଙ୍କ ବଦଳୀ ପରେ ଦୀର୍ଘ ୨ବର୍ଷ ହେବ ଏହି ଟ୍ରାଫିକ ପୋଷ୍ଟ ଟି ମୁକୁଳା ପଡ଼ିଛି ।ଏହି ଛକରେ ଗାଡ଼ି ଚଳାଛଳ ଅତ୍ୟନ୍ତ ବିପଦପୂର୍ଣ୍ଣ ଓ ଯେ କୌଣସି ମୁହୂର୍ତ୍ତରେ ଦୁର୍ଘଟଣା ଯେ ଘଟିବ ଏହି ସମ୍ଭାବନାକୁ ଏଡ଼ାଇ ଦିଆଯାଉ ନପାରେ ବ୍ୟାସନଗର ପୌରପ୍ରଶାସନ ସପିଙ୍ଗ୍ ମହଲ ର ଫିତାକଟା ଉସôବରେ ବ୍ୟସ୍ତ ରହି ପୌରପ୍ରଶାସନର ଗୁରୁ ଦାୟିତ୍ୱ ଓହରି ଯାଉଥିବାର ସାଧାରଣରେ ଆଲୋଚନା ହେଉଛି ଜନସାଧାରଣଙ୍କ ମୌଳିକ ସୁବିଧା ଯଥା- ରାସ୍ତାଘାଟ ମରାମତି,ବିଟ୍ ଲାଇଟର ଯୋଗାଣ ପାନୀୟ ଜଳର ସୁବିଧା । ଦୈନିକ ମାର୍କେଟ ଓ ବେପାରୀ ମାନଙ୍କର ଉନ୍ନତି ବୃକ୍ଷରୋପଣ, କଂସେଇ ଖାନା ବ୍ୟବସ୍ଥା ଓ ଡେ଼୍ରନେଜ ଓ ପରିମଳ ସୁବିଧା ଯୋଗାଇବାରେ ସମ୍ପୁର୍ଣ୍ଣ ବିଫଳ ଯଦି ଏହି ଧାରା ରେ ପୌର ପ୍ରଶାସନ,ପୋଲିସ ପ୍ରଶାସନ ଓ ସାଧାରଣ ପ୍ରଶାସନ ନିଜର କାର୍ଯ୍ୟଧାରା ଜାରି ରଖିବେ ତାହେଲେ ଆଗାମୀ ଦିନରେ ଏହି ସମସ୍ୟା ଗୁଡ଼ିକ ମହାଦ୍ରୁମ ରେ ପରିଣତ ହୋଇ ଜନସାଧାରଣଙ୍କର ବିନାଶର କାରଣ ହେବ ।

 

0
0
0
s2sdefault