ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ ଜଗନ୍ନାଥ ମନ୍ଦିରର ପୂଜକ ଘାସିରାମ ପାଣିଗ୍ରାହୀଙ୍କ ନିଧନ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହେଉଥିଲା । ସେ ଦୀର୍ଘ ୧୨ ବର୍ଷ ପୂର୍ବରୁ ଅନ୍ନ ଗ୍ରହଣ କରୁ ନ ଥିଲେ । ଗୋଟିଏ ଗ୍ଳାସ କ୍ଷୀର ଏବଂ ଗୋଟିଏ ରୁଟିରେ ଦୀର୍ଘ ୧୨ବର୍ଷ ପର୍ଯ୍ୟନ୍ତ ସୁସ୍ଥତାର ସହ ବଂଚି ରହିଥିଲେ । ସେ ଜଣେ ସରଳ ତଥା ମିଷ୍ଟଭାଷୀ ଥିଲେ । ତାଙ୍କର ନିଧନ ଖବର ପାଇ ଅଂଚଳର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ପହଂଚି ଶେଷ ଦର୍ଶନ କରିଥିଲେ । ତାଙ୍କର କେହି ପୂଅ ନ ଥିବା ବେଳେ ଦଶ ଗୋଟି ଝିଅ ଅଛନ୍ତି । ସ୍ୱର୍ଗତ ପାଣିଗ୍ରାହୀ ତାଙ୍କର ସମସ୍ତ ଦଶ ଗୋଟି ଝିଅଙ୍କୁ ଉଚ୍ଚ ଶିକ୍ଷିତା କରିବା ସହ ସମାଜରେ ପ୍ରତିଷ୍ଠିତ କରିଛନ୍ତି । ନିଧନ ଖବର ପାଇ ତାଙ୍କର ସମସ୍ତ ଝିଅ ମେଲଛାମୁଣ୍ଡାସ୍ଥିତ ବାସ ଭବନକୁ ପହଂଚି କୋକେଇକୁ ନିଜ କାନ୍ଧରେ ଗାଁ ମଶାଣି ପର୍ଯ୍ୟନ୍ତ ବୋହି ନେଇଥିଲେ । ନିଜ ମୃତ ପିତାଙ୍କୁ ଦଶ ଝିଅ କାନ୍ଧ ଦେବାର ଦୃଶ୍ୟ ଅଂଚଳବାସୀଙ୍କୁ ବେଶ ପ୍ରେରଣା ଦେଇଛି । ଦଶ ଝିଅ ଅଂଚଳବାସୀଙ୍କ ପ୍ରଂଶସାର ପାତ୍ରୀ ହୋଇ ପାରିଛନ୍ତି । ତାଙ୍କର ଜ୍ୱାଇ ତଥା ବର୍ତମାନର ମନ୍ଦିର ପୂଜକ ଗୌରାଙ୍ଗ ପଣ୍ଡା ମୁଖାଗ୍ନୀ ଦେଇଥିଲେ ।
ରାଜ୍ୟ
ମେଲଛାମୁଣ୍ଡା ମନ୍ଦିର ପୂଜକଙ୍କ ପରଲୋକ: କାନ୍ଧ ଦେଲେ ଦଶ ଝିଅ
- Hits: 800