ହେଡଲାଇନସ୍:

ଦୁଇ ଦିନିଆ ହରିକଥାମୃତ ଉପରେ ପ୍ରବଚନ :ବାବା ବଳିଆଙ୍କ ସାମ୍ବାଦିକ ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା(ସରୋଜ କୁମାର ସାହୁ) – ଦୁଇ ଦିନିଆ ରାୟଗଡା ଗସ୍ତରେ ଆସି ଲାୟନ୍ସ କ୍ଲବ ଠାରେ ହରିକଥାମୃତ ଉପରେ ପ୍ରବଚନ ଦେଇଛନ୍ତି ବାବା ବଳିଆ । ଏହି ପ୍ରବଚନ ଅନନ୍ତ ବଳିଆ ସେବାସଂଘ, ରାୟଗଡା ତରଫରୁ ଆୟୋଜନ କରାଯାଇଥିଲା । ପ୍ରବଚନ ରାୟଗଡା ସହରର ବହୁ ବୁଦ୍ଧିଜୀବି, ମାନ୍ୟଗଣ୍ୟ ବ୍ୟକ୍ତି, ବାବା ବଳିଆଙ୍କ ଭକ୍ତ ଯୋଗ ଦେଇ ପ୍ରବଚନ ଶୁଣି ସାନିଧ ଲାଭ କରିଥିଲେ । ରବିବାର ଦିନ ବାବା ବଳିଆ ସାମ୍ବାଦିକଙ୍କ ସହ ସାକ୍ଷାତ କରି ଭାରତରେ ହେଉଥିବା ଧର୍ମାନ୍ତୀକରଣକୁ ଦୃଢ ନିନ୍ଦା କରିବା ସହ ଏଥି ନିମନ୍ତେ ସରକାରଙ୍କ ତରଫରୁ କଡା ଆଇନ ଆଣିବା ପାଇଁ ମତବ୍ୟକ୍ତ କରିଥିଲେ । ବୃଦ୍ଧ ପିତାମାତଙ୍କ ପାଇଁ ପିଲାମାନଙ୍କ ଆନ୍ତରିକତା ରହିବା ଦରକାର ବୋଲି ମଧ୍ୟ ପ୍ରକାଶ କରିଥିଲେ । ଦାମ୍ପତ୍ୟ ଜୀବନ ସୁଖମୟ ପାଇଁ ଜାତକ ମେଳାପ ନ କରି ରକ୍ତ ମେଳାପ କରି ବିବାହ ହେବାକୁ ପରାମର୍ଶ ଦେଇଥିଲେ । ଦିନକୁ ଦିନ ପରିବେଶ ଦୂଷିତ ହେବାରେ ଲାଗିଛି । ସମୟ ଥାଉଣୁ ପିରବେଶକୁ ସନ୍ତୁଳିତ କରିବା ଆବଶ୍ୟକ ରହିଛି । ସମସ୍ତେ ବୃକ୍ଷରୋପଣ କରି ପରିବେଶକୁ ସନ୍ତୁଳିତ କରିବା ପାଇଁ ଆଗେଇ ଆସିବାକୁ ମଧ୍ୟ ଆହ୍ୱାନ ଦେଇଥିଲେ ବାବା ବଳିଆ । ପ୍ରାକୃତିକ ଜଙ୍କଲ ଆମକୁ ଯାହା ଦେଇପାରିବ, କୃତ୍ରିମ ଜଙ୍ଗଲ ତାହା ଦେଇପାରିବ ନାହିଁ ବୋଲି ମଧ୍ୟ ପ୍ରକାଶ କରିଥିଲେ । ଚୋରୀ, ରାହାଜାନି, ହତ୍ୟା, ଡକାୟତ ଓ ଦୁର୍ଷ୍କମକୁ ରୋକିବାକୁ ହେଲେ ପ୍ରଥମ ମଦ ବିକ୍ରୀ ଉପରେ କଟକଣା ଲଗାଇବାକୁ ପଡିବ । ମାଦକ ଦ୍ରବ୍ୟ ସେବନ ଦ୍ୱାରା ଯୁବ ସମାଜ ଭ୍ରଷ୍ଟ ହେବାରେ ଲାଗିଛି । ତେଣୁ ସମୟ ଆସିଛି ଏଥି ପ୍ରତି ସରକାର ଦୃଷ୍ଟି ଦେଇ ମଦ ବିକ୍ରୀ ଉପରେ ରୋକ ଲଗାଇ ବିପଥଗାମୀ ହେଉଥିବା ଯୁବଗୋଷ୍ଠୀଙ୍କୁ ସଠିକ୍ ମାର୍ଗକୁ ଆଣନ୍ତୁ ।

 

0
0
0
s2sdefault