ହେଡଲାଇନସ୍:

ଶେଷ ମୁହୂର୍ତ୍ତରେ ଅଟକିଲା ବିଜେପି ର ରେଳ ରୋକୋ ଆନ୍ଦୋଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ହସ୍ତକ୍ଷେପ

  • ଆନ୍ଦୋଳନ ଆରମ୍ଭ ହେବ କିଛି କ୍ଷଣ ପୂର୍ବ ରୁ ପ୍ରତିଶୃତି ପତ୍ର ନେଇ ପହଞ୍ଚିଲେ ମଣ୍ଡଳୀୟ ବ୍ୟବଶାୟିକ ପ୍ରବନ୍ଧକ

  • ରେଙ୍ଗାଲି ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ

ରେଙ୍ଗାଲି/ସମ୍ବଲପୁରରୁ ସନ୍ଦୀପ ଶର୍ମା - ବିଶ୍ୱ ମହାମାରୀ କରୋନାର ପ୍ରଥମ ଲହରରୁ ଗତ ୨୦୨୦ ମାର୍ଚ୍ଚ ୨୪ ତାରିଖ ମଧ୍ୟରାତ୍ରିରୁ ସର୍ବଭାରତୀୟ ସ୍ତରରେ ହୋଇଥିଲା ଲକଡାଉନ । ସମସ୍ତ ସରକାରୀ ବେସରକାରୀ ପ୍ରତିଷ୍ଠାନ ଓ ଅନୁଷ୍ଠାନ ସହିତ ସମସ୍ତ ପ୍ରକାର ଦୋକାନ ବଜାର ବନ୍ଦ ହେବା ସଙ୍ଗେ ସଙ୍ଗେ ଯାତାୟାତର ସମସ୍ତ ମାଧ୍ୟମ ରେ ମଧ୍ୟ ଲାଗିଥିଲା ସମ୍ପୂର୍ଣ୍ଣ ବ୍ରେକ । ପରବର୍ତ୍ତୀ ସ୍ଥିତିରେ ଧିରେ ଧିରେ ପରିସ୍ଥିତି ସ୍ୱାଭାବିକ ହେବାକୁ ଆରମ୍ଭ ହେଲା ଓ ଯାତାୟାତର ବିଭିନ୍ନ ଉତ୍ସ ମଧ୍ୟ ଧୀରେ ଧୀରେ ଉଣା ଅଧିକେ ଗତିଶୀଳ ହେବାକୁ ଆରମ୍ଭ ହେଲା । ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଅଧିକ ଚର୍ଚ୍ଚା ରେ ରହିଥିଲା ଭାରତୀୟ ରେଳ ସେବା । ବର୍ତ୍ତମାନ ସାରାଦେଶରେ ରେଳ ସେବା ଆରମ୍ଭ ହୋଇଛି ସତ କିନ୍ତୁ ସମସ୍ତ ଟ୍ରେନ ଚାଲୁ ହୋଇ ନାହିଁ ଓ ଯେତିକି ଚାଲୁଛି ସେଗୁଡିକର ପୂର୍ବସୂଚୀନୁସାରେ ଷ୍ଟେସନ ରେ ରହଣି ଆରମ୍ଭ ହୋଇ ନାହିଁ । ଏଣୁ କେତେବେଳେ କେଉଁ ଟ୍ରେନ ଚଳାଚଳ କୁ ତ ପୁଣି କେତେବେଳେ କେଉଁ ଷ୍ଟେସନ ରେ ଟ୍ରେନ ରହଣି କୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ଥାନରେ ସ୍ୱର ଉତ୍ତୋଳନ ହେବାକୁ ଆରମ୍ଭ ହେଲାଣି ।
ଏହି ମର୍ମରେ ସମ୍ବଲପୁର ଜିଲ୍ଲା ର ରେଙ୍ଗାଲି ଷ୍ଟେସନ ରେ ବିଭିନ୍ନ ଟ୍ରେନ ରହଣି ର ଦାବୀ ଏକ ବିଶେଷ ଗୁରୁତ୍ୱ ବହନ କରିଛି । ସମ୍ବଲପୁର ଜନକ୍ସନ ଓ ଝାରସୁଗୁଡା ଜନକ୍ସନ ମାଧ୍ୟମରେ ଯାତାୟାତ କରୁଥୁବା ଟ୍ରେନ ଗୁଡିକ ପାଇଁ ରେଙ୍ଗାଲି ଷ୍ଟେସନ ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ । ଶିଳ୍ପ ବହୁଳ ଅଞ୍ଚଳ ରେଙ୍ଗାଲି ରେ ଦେଶର କୋଣ ଅନୁକୋଣ ର ଲୋକେ ବସବାସ କରନ୍ତି ଓ ଯାତାୟାତ ପାଇଁ ରେଳ ସେବା କୁ ନିର୍ଭର କରିଥାନ୍ତି । ରେଳ ସେବା ସ୍ୱାଭାବିକ ହେଲା ପରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଟ୍ରେନ ରେଙ୍ଗାଲି ଷ୍ଟେସନ ରେ ରହୁ ନାହିଁ । ତେଣୁ, ଯାତ୍ରୀ ଙ୍କୁ ସମ୍ବଲପୁର କିମ୍ବା ଝାରସୁଗୁଡା ଉପରେ ନିର୍ଭର କରିବାକୁ ପଡୁଥିଲା ।
ତେଣୁ, ଅଞ୍ଚଳବାସୀ ଙ୍କ ସୁବିଧା ପାଇଁ ବହୁ ଦିନରୁ ରେଙ୍ଗାଲି ବିଜେପି ଏକ୍ସପ୍ରେସ ଟ୍ରେନ ଗୁଡିକର ରହଣି ପାଇଁ ସ୍ୱରଉତ୍ତୋଲନ କରିବା ଆରମ୍ଭ ହୋଇଥିଲା । ପ୍ରଥମେ ସେପ୍ଟେମ୍ବର ୧୯ ରେ ଏହି ପ୍ରସଙ୍ଗରେ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଯୋଗୁଁ ପୁଣି ଅକ୍ଟୋବର ୧ ରେ ପୁନଃ ଦାବିପତ୍ର ପ୍ରଦାନ କରିଥିଲା ରେଙ୍ଗାଲି ବିଜେପି । ଶେଷରେ ଗତ ଦୁଇ ଦିନ ପୂର୍ବରୁ ଅର୍ଥାତ ଅକ୍ଟୋବର ୧୬ ତାରିଖରେ ରେଳ ମଣ୍ଡଳୀୟ ପ୍ରବନ୍ଧକ ଙ୍କୁ ସାକ୍ଷାତ କରି ଚେତାବନୀ ଦେଇଥିଲେ ଯେ ଦୁଇ ଦିନ ମଧ୍ୟରେ ଦାବୀ ପୂରଣ ନହେଲେ ୧୮ ତାରିଖ ସକାଳେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଳ ରୋକୋ ଆନ୍ଦୋଳନ କରାଯିବ ।
ଅନ୍ୟ ପଟେ ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରି ନାୟକ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଯୋଗାଯୋଗ କରି ଏହି ବିଷୟରେ ହସ୍ତକ୍ଷେପ ଲୋଡିଥିଲେ ଓ ରେଳ ବିଭାଗର ଅଧିକାରୀଙ୍କ ସହିତ କଥାବାର୍ତ୍ତା ମଧ୍ୟ ଜାରି ରଖିଥିଲେ ।
ପୂର୍ବ ପ୍ରସ୍ତୁତି ଅନୁସାରେ ଆଜି ରେଙ୍ଗାଲି ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନାଉରି ନାୟକଙ୍କ ନେତୃତ୍ୱରେ ଆନ୍ଦୋଳନକାରୀ ମାନେ ରେଙ୍ଗାଲି ରେଳ ଷ୍ଟେସନ ଠାରେ ପହଞ୍ଚିଥିଲେ । ସକାଳେ ରାଉରକେଲା ଭୁବନେଶ୍ୱର ଇଣ୍ଟରସିଟି କୁ ଅଟକାଇବା କିଛି ସମୟ ପୂର୍ବରୁ ସମ୍ବଲପୁର ରେଳ ମଣ୍ଡଳ ର ମଣ୍ଡଳୀୟ ବ୍ୟବସାୟିକ ପ୍ରବନ୍ଧକ ବିଭାଗୀୟ ଅଧିକାରୀ ଙ୍କ ପ୍ରତିଶୃତି ପତ୍ର ନେଇ ପହଞ୍ଚି ଥିଲେ । ଏହା ପରେ ଆଜିର ରେଳ ରୋକୋ ଆନ୍ଦୋଳନ କୁ ସ୍ଥଗିତ ରଖିବାର ନିଷ୍ପତ୍ତି ନିଆଗଲା ।
ଆଜିର କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ରେଙ୍ଗାଲି ବ୍ଲକ ସାଂସଦ ପ୍ରତିନିଧି ଯୁଗଳ ଅଗ୍ରୱାଲ ଧନକଉଡା ବ୍ଲକ ସାଂସଦ ପ୍ରତିନିଧି ଆଶିଷ ହୋତା, କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି, ତିରୋଜ ହେଡେଞ୍ଜା, ନବୀନ ପ୍ରଧାନ, ପ୍ରଶାନ୍ତ ବାରିକ, ବିଶିକେସନ ପଣ୍ଡା, ପଙ୍କଜିନି ରାଉତ, ରମେଶ ଅଗ୍ରୱାଲ, ପ୍ରକାଶ ପୃଷ୍ଟି, ଜଗନ୍ନାଥ ପାଣି, ଉମା ଶଙ୍କର ନାଥ, ଶମ୍ଭୁନାଥ ଅଗ୍ରୱାଲ, ଲୋଚନ କଠାର, ଜିତେନ ପ୍ରଧାନ, ସୁମନ୍ତ ପାଣିଗ୍ରାହୀ, ସୁଧୀର ଗୁପ୍ତା, ସଜ୍ଜନ ପୋଦାର ପ୍ରମୁଖ ସାମିଲ ଥିଲେ |

0
0
0
s2sdefault