ହେଡଲାଇନସ୍:

ଏଫସିଆଇ ସମ୍ମୁଖରେ ବିଜୁ ଜନତା ଦଳର ଗଣଧାରଣା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବର୍ତ୍ତମାନ ଅନ୍ନଦାତା ବିଭିନ୍ନ ସମସ୍ୟାକୁ ନେଇ ରାଜରାସ୍ତାରେ ପ୍ରଦର୍ଶନ କରୁଛି । ଚାଷୀ ମାନଙ୍କ ସୁବିଧା କରିବା ପରିବର୍ତ୍ତେ କେନ୍ଦ୍ର ସରକାର ସେମାନଙ୍କର ଉପରେ ପ୍ରତକ୍ଷ ଓ  ପରୋକ୍ଷ ଭାବରେ ନାନା ପ୍ରକାରର ଦାଉ ସାଧୁଚନ୍ତି । ବିଗତ ଆଠ ମାସରୁ ଉର୍ଦ୍ବ ସମୟ ବିତି ଯାଇଛି ଦିଲ୍ଲୀ ରେ ଚାଷୀ ମାନଙ୍କର ଆନ୍ଦୋଳନକୁ । ହେଲେ ସରକାର ନିଦାବିଷ୍ଣୁ । ଓଡ଼ିଶାରେ ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା କୁ ନେଇ ଆଜି ବିଜୁ ଜନତା ଦଳ ରାଜ୍ୟରେ ଥିବା ଏଫ ସି ଆଇ ର ଗୋଦାମ ଗୁଡିକ ସମ୍ମୁଖରେ ଧାରଣ ଦେଇଛି । ଏହି କ୍ରମରେ  ଆଜି ବରଗଡ଼ ଜିଲ୍ଲାର ବରଗଡ଼ , ଅତାବିରା , ବରପାଲି ଓ ସୋହେଲା ସ୍ଥିତ ଗୋଦାମ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇଥିଲା ।  ସୋହେଲା ବ୍ଲକ ଦଶମାଇଲ ନିକଟସ୍ଥ  ଦଶମାଇଲ ଗୋଦାମ ସାମ୍ନାରେ  ଚାଷୀଙ୍କ ୬୫୦୦ କୋଟି ଟଙ୍କା ବକେୟା  ଓ ଏଫ ସି ଆଇ ର ୧୦ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଣରେ କେନ୍ଦ୍ରସରକାର କରୁଥିବା ଅବହେଳା ବିରୁଦ୍ଧରେ ବିଜୁ ଜନତା ଦଳ ସୋହେଲା ବ୍ଲକ ତରଫରୁ ଶାନ୍ତିପୂର୍ଣ୍ଣ ଗଣ ଧାରଣା କରାଯାଇଥିଲା । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ସଭାପତି ଭାବେ ଚାଷୀନେତା ଶ୍ରୀ ଗଣତନ୍ତ୍ର ପ୍ରଧାନ ଓ ଚାଷୀ ନେତା ଶ୍ରୀ ରବି ଶଙ୍କର ପ୍ରଧାନ ପରିଚାଳନା କରିଥିଲେ। ବ୍ଲକ୍ ଅଧ୍ୟକ୍ଷ ଜିବର୍ଧନ ବରିହା, ଗୌନ୍ତିଆ ଆଖଣ୍ଡଳ ସାହୁ, ବିଜେଡି ବ୍ଲକ୍ ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଦୟାନିଧି ପଟେଲ,ଲିଙ୍ଗରାଜ ଗୁରୁ, ବିଜୁ ଯୁବ ଜନତା ଦଳର ଜିଲ୍ଲା ଆଇ ଟି କୋଡ଼ିନେଟର ଓ ଡିଜିଟାଲ ସେକ୍ରେଟାରୀ ସୁରେଶ ବାଗ, ସୁବୋଧ ପ୍ରଧାନ, ଦିଲୀପ ସାହୁ, ଗୋବିନ୍ଦ ସାହୁ, ସନ୍ତୋଷ ମେହେର,ସୁଶିଲ ଭୋଇ,ପୂର୍ଣ୍ଣ ଚନ୍ଦ୍ର ସାହା,ସରପଂଚ କୃପାସିନ୍ଧୁ ପାତ୍ର,ଶ୍ରୀ ରାମ ନନ୍ଦ, ଯଶୋବନ୍ତ ପ୍ରଧାନ,ରାହୁଲ ସାହୁ,ପ୍ରକାଶ ପାତ୍ର, ବୈଷ୍ଣବ ରାବଣ,ବେଦବ୍ୟାସ ପ୍ରଧାନ,ପିଙ୍କୁ ବେହେରା,ବିଜୁ ଦାସ, ବୋନିଶ ସୁନା ,ଅଞ୍ଚଳର ଚାଷୀ ଭାଇ ମାନେ ଓ ଦଳୀୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ଅତାବିରା ଠାରେ ବିଧାୟିକା ତଥା ବିଜୁ ମହିଳା ଜନତା ଦଳର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ , ବରଗଡ଼ ଠାରେ  ବିଧାୟକ ଦେବେଶ ଆଚାର୍ଯ୍ୟ ଓ ପୂର୍ବତନ ବିଧାୟକ ଶ୍ରୀ ସାଧୁ ନେପାକ , ବରପାଲି ଠାରେ ବିଧାୟକ ଶ୍ରୀମତୀ ରୀତା ସାହୁ ଓ ଜିଲ୍ଲା ବିଜୁ ଯୁବ ଜନତା ଦଳର ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ , ଓଡିଶା ମୋ ପରିବାର ର ସଂଯୋଜକ ଶ୍ରୀ ଗୌରହରି ମିଶ୍ର ଙ୍କର ନେତୃତ୍ୱରେ ବିଜୁ ଜନତା ଦଳ ତରଫରୁ ଧାରଣା ଦିଆ ଯାଇଥିଲା ।

0
0
0
s2sdefault