ହେଡଲାଇନସ୍:

ସମ୍ ରେ କୋଭିଡରୁ ସୁସ୍ଥ ହେଲେ ୯୪ ବର୍ଷୀୟ ବ୍ୟକ୍ତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର, ୨୦/୦୭: ସମ୍ କୋଭିଡ ହସ୍ପିଟାଲ୍‌ରେ କୋଭିଡ୍‌-୧୯ କୁ ପୁଣି ପରାସ୍ତ କଲେ ଜଣେ ବୟୋଜ୍ୟେଷ୍ଠ । ପୁରୀ ଅଂଚଳର ୯୪ ବର୍ଷୀୟ ବ୍ୟକ୍ତି ସୁରଥ ରାଉତରାୟ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କୋଭିଡ ସଂକ୍ରମିତ ହେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ସମ୍ କୋଭିଡ ହସ୍ପିଟାଲ୍‌ରେ ଗତ ଜୁଲାଇ ୧୩ ତାରିଖରେ ଭର୍ତି କରାଯାଇଥିଲା । ମଙ୍ଗଳବାର ସୁରଥ  ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତି ହେବା ସମୟରେ ତାଙ୍କୁ ଅଧିକ ମାତ୍ରାରେ ଅକ୍ସିଜେନ୍ ର ଆବଶ୍ୟକତା ଥିଲା । ନିଃଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରିବା ସହ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ରୋଗ ସମେତ ଅନେକ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ମଧ୍ୟ ରହିଥିଲା । ହସ୍ପିଟାଲ୍‌ରେ ଭର୍ତି ହେବା ପରେ ତାଙ୍କୁ ତୁରନ୍ତ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଇଥିଲା । ତେବେ ସମ୍ କୋଭିଡ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା କର୍ମୀମାନଙ୍କର ସେବା, ଯତ୍ନ ଓ ଉତମ ଚିକିତ୍ସା  ଯୋଗୁଁ ସେ ଘରକୁ ଫେରିପାରିଛନ୍ତି ।

ସମ୍ କୋଭିଡ୍ ହସ୍ପିଟାଲ୍‌ରେ ସୁରଥଙ୍କ ଚିକିତ୍ସାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ତାଙ୍କ ବୋହୁ ଶ୍ରୀମତି ସୁଲୋଚନା ସାହୁ । ତାଙ୍କ ଶ୍ୱଶୁରଙ୍କ ଚିକିତ୍ସା ଠିକ୍ କରାଯାଉଥିଲା ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ସୂଚନା ଠିକ୍ ଭାବେ ପରିବାରକୁ ଜଣାଇ ଦିଆଯାଉଥିଲା ବୋଲି ସେ କହିଛନ୍ତି । କରୋନା ମହାମାରୀର ଦ୍ୱିତୀୟ ଲହରୀରେ ମଧ୍ୟ ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ଅନେକ ବୟୋଜ୍ୟେଷ୍ଠ ସୁସ୍ଥ ହୋଇ ଘରକୁ ଫେରିବା ଦେଖିବାକୁ ମିଳିଛି ।

0
0
0
s2sdefault