ଭୁବନେଶ୍ୱର : ରେଲୱେ ବୋର୍ଡ ପାସେଞ୍ଜର ଆମେନିଟିଜ୍ କମିଟି (ପିଏସି)ର ସର୍ବ ଭାରତୀୟ ସ୍ତରର ସଦସ୍ୟ ଭାବେ ଓଡ଼ିଶାର ବିଜେପିର ଟାଣୁଆ ଯୁବ ନେତା ଦିଲ୍ଲୀପ ମଲ୍ଲିକଙ୍କୁ ଭାରତୀୟ ରେଳ ମନ୍ତ୍ରଣାଳୟ ପକ୍ଷରୁ ମନୋନୀତ କରାଯାଇଛି | ପି କେ କୃଷ୍ଣଦାସଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଜାତୀୟ କମିଟିରେ ୨୫ ଜଣ ସଦସ୍ୟ ରହିଥିବା ବେଳେ ଓଡିଶା ବିଜେପିରୁ ଏକମାତ୍ର ସଦସ୍ୟ ଭାବେ ଶ୍ରୀ ମଲ୍ଲିକଙ୍କୁ ସାମିଲ କରାଯାଇଛି | ରେଲୱେର ଏହି ଗୁରୁତ୍ୱପୂର୍ଣ୍ଣ କମିଟିକୁ ତାଙ୍କୁ ମନୋନୀତ କରାଯାଇଥିବାରୁ ଶ୍ରୀ ମଲ୍ଲିକ ଦଳର ନେତୃତ୍ୱଙ୍କ ପାଖରେ ଖାସ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜପି ନଡ୍ଡା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଓ ପ୍ରଦେଶ ବିଜେପି ସଭାପତି ସମୀର ମହାନ୍ତିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଦଳର ନେତୃତ୍ୱଙ୍କ ବିଶ୍ୱାସକୁ ସମ୍ମାନ ଓ ଗୁରୁତ୍ୱ ଦେଇ ଯାତ୍ରୀ ସୁବିଧା ପାଇଁ ଦାୟିତ୍ୱର ସହ କାର୍ଯ୍ୟ କରିବେ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି |