ପଦ୍ମପୁର(ଶାସକ ପ୍ରଶାସକ): ପାଇକମାଲ ସ୍ଥିତ ନୃସିଂହନାଥ ଆଇଓସିଏଲ ଅତିଥି ଭବନ ଠାରେ ଭାରତୀୟ ଜନତାପାର୍ଟି ତରଫରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି । ବରଗଡ ଜିଲ୍ଲା ଉପ ସଭାପତି ଶ୍ରୀ ସରୋଜ ସାମଲଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନ ଦଳୀୟ କାର୍ଯ୍ୟକର୍ତ୍ତା ଙ୍କୁ ବିଜୟଶ୍ରୀ କରାଇବାକୁ ସ୍ବତନ୍ତ୍ର ରଣନିତୀ ପ୍ରସ୍ତୁତ କରିବାକୁ କାର୍ଯ୍ୟକର୍ତ୍ତା ମାନଙ୍କୁ ଆହ୍ଵାନ ଦେଇଥିଲେ । ସାଧାରଣ ଜନତାଙ୍କ ବିକାଶ ପାଇଁ କେନ୍ଦ୍ରରୁ ଆସୁଥିବା ଯୋଜନାର ସଫଳ ରୂପାୟନ ପାଇଁ ପଞ୍ଚାୟତ ସ୍ତରରୁ ଭାଜପା କାର୍ଯ୍ୟକର୍ତ୍ତା ନିର୍ବାଚିତ ହୋଇ ଆସିବା ଅପରିହାର୍ଯ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ । ସଭାରେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ସରୋଜ ପାଣିଗ୍ରାହୀ ସଙ୍ଗଠନର ଆଗାମୀ କାର୍ଯ୍ୟକ୍ରମ ସୂଚୀ ପ୍ରକାଶ କରିବା ସହ,ତୃଣମୂଳ ସ୍ତରରୁ ସଙ୍ଗଠନ କୁ ଶକ୍ତିଶାଳୀ କରିବାକୁ ସଙ୍କଳ୍ପ ନେବାକୁ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟ ରେ ରାଜ୍ୟ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଶ୍ରୀ ପ୍ରୀତେଶ ବହିଦାର,ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ,ପଦ୍ମପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ କୁମରମଣି ନାଏକ ନିଜ ନିଜ ବକ୍ତବ୍ୟ ରେ ସଙ୍ଗଠନ କୁ ଅଧିକ କ୍ରିୟାଶିଳ କରିବାକୁ ଆହ୍ବାନ ଦେଇଥିଲେ । ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ରାଜ୍ୟ ସଙ୍ଗଠନ ଓ ଜିଲ୍ଲା ସଙ୍ଗଠନ ରେ ଦାୟିତ୍ବ ନେଇଥିବା ଅନେକ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଦନା ଦିଆଯିବ ସହ ଦଳ ସେମାନଙ୍କ ଉପରେ ଗଭୀର ବିଶ୍ବାସ ର ସହ ଦେଇଥିବା ଗୁରୁ ଦାୟିତ୍ବ କୁ ନିର୍ବାହନ କରିବାକୁ ପ୍ରତିଶୃତିବଦ୍ଧ ବୋଲି ମତପ୍ରକାଶ ପାଇଥିଲା । ରାଜ୍ଯ କୃଷକ ମୋର୍ଚ୍ଚା ସଂଯୋଜକ ଶ୍ରୀ ଗୋବର୍ଦ୍ଧନ ଅଗ୍ରୱାଲ,ଝାରବନ୍ଧ ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ହରିହର ସାହୁ,ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଶ୍ରୀ ପୁରୁଷୋତ୍ତମ ନାଏକ,ଡା ଲମ୍ବୋଦର ପଣ୍ତା,ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ବଲରାମ ସାହୁ,ପଦ୍ମପୁର ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ଡା ଶ୍ରୀକାନ୍ତ ପାଣିଗ୍ରାହୀ,ପଦ୍ମପୁର ନଗର ସାଂସଦ ପ୍ରତିନିଧି ଶ୍ରୀ ଚିନ୍ମୟ ପଣ୍ତା,ଜିଲ୍ଲା ପରିଷଦ ସଦସ୍ୟ ରମିଲା ଲୁହାର,କୁମୁଦିନି ସାହୁ,ଜିଲ୍ଲା ସଂପାଦିକା ସରସ୍ଵତୀ ସାହୁ ମଞ୍ଚାସୀନ ଥିବା ବେଳେ ସମସ୍ତ ମଣ୍ତଳ ସଭାପତି,ସାଧାରଣ ସଂପାଦକ ଓ ବରିଷ୍ଠ କାର୍ଯ୍ଯକର୍ତ୍ତା ବୈଠକରେ ଉପସ୍ଥିତ ଥିଲେ । ପାଇକମାଲ ମଣ୍ତଳ ସଭାପତି ଶ୍ରୀ କୈଳାସ ଦିଶ୍ରୀ ସଭାରେ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ପଦ୍ମପୁର ନିର୍ବାଚନ ମଣ୍ଡଳୀ ବିଜେପି ସାଙ୍ଗଠନିକ ବୈଠକ ।
- Hits: 448








