ହେଡଲାଇନସ୍:

କାରଣ ଯଦି ସତ ତେବେ ସାଙ୍ଘାତିକ : ଜମି ବିକି ନପାରି ବିଷ ପିଇଲେ ବୃଦ୍ଧ ଗଜିନ୍ଦ୍ର !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ତହସିଲ ସମସ୍ୟା କାରଣରୁ ଦୀର୍ଘ ଦିନ ତହସିଲ ଅଫିସକୁ ଦୌଡି ନୟାନ୍ତ ହେଲା ପରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କିଟନାଶା ପିଇ ଆତ୍ମହତ୍ୟା ଉଦ୍ୟମ କଲେ୬୫ ବର୍ଷୀୟ ଗଜିନ୍ଦ୍ର !

ବରଗଡ: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ତହସିଲ ଅଫିସ ସମ୍ମୁଖରେ ଆଜି ରାଇସଲପଦର ଗ୍ରାମର ଗଜିନ୍ଦ୍ର ବାରିକ (୬୫) ନାମକ ଜଣେ ବ୍ୟକ୍ତି  କୀଟନାଶକ ଔଷଧ ପିଇ ତହସିଲ ଅଫିସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।ଅଭିଜୋଗ ଅନୁଯାୟୀ,  ଗଜିନ୍ଦ୍ର ବାରିକ ଚାରି ମାସ ପୂର୍ବରୁ ତାଙ୍କ ଝିଅ ବାହାଘର କରିଥିଲେ ଏଵଂ ବାହାଘରେ ଖର୍ଚ୍ଚ ହୋଇଥିବା ଟଙ୍କା ପଡୋଶୀ ଙ୍କ ଠାରୁ ଧାର ଆଣିଥିବା ଜଣାଇଛନ୍ତି | ତାଙ୍କ ପରିବାର ତେବେ ଧାର ଟଙ୍କା ଫେରାଇବାକୁ ଯାଇ ତାଙ୍କ ଛୋଟ ଖଣ୍ଡ ଜମି ଟିଏ ବିକ୍ରି କରିବାକୁ ଚେଷ୍ଟା କରିଥିଲେ । ସେ ଦୀର୍ଘ ଦୁଇ ମାସ ହେଲା ଗାଇସିଲେଟ ତହସିଲ ଅଫିସକୁ ଧାଉଥିଲେ । ହେଲେ ଅଭିଯୋଗ ଅନୁସାରେ ତାଙ୍କ ଜମି ତହସିଲ ସମସ୍ୟା କାରଣରୁ ବିକ୍ରି କରିପାରି ନ ପାରିବାରୁ ଆଜି ହଠାତ୍ ତହସିଲ ଅଫିସ ସମ୍ମୁଖକୁ ଯାଇ କୀଟନାଶକ ପିଇ ଦେଇଥିବା ଜଣା ପଡ଼ିଛି । ସେ ପଟେ ଗୋଟିଏ ପ୍ରଶ୍ନ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି ଘଟଣା ଟି ଯେତେବେଳେ ସରକାରି ଅଫିସ ସମ୍ମୁଖରେ ଘଟିଛି | ପୁଣି ଏକଜିକଇଉଟିଭ ମାଜିଷ୍ଟ୍ରେଟ କାହିଁକି ଆସି ନ ଥିଲେ ? ଘଟଣା ସ୍ଥଳରେ ଗାଇସିଲେଟ ପୋଲିସ ପହଞ୍ଚି ପ୍ରଥମେ ଗାଇସିଲେଟ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ପଦ୍ମପୁର ଡାକ୍ତରଖାନା କୁ ସ୍ଥାନାନ୍ତରିତ କଲା ପରେ ସେଠୁ ବରଗଡ଼ ଓ ପରେ ବୁର୍ଲା ବଡ଼ ମେଡ଼ିକାଲ କୁ ପଠା ଯାଇଥିବା ସୁଚନା ରହିଛି କରାଯାଇଛି ।

0
0
0
s2sdefault