ହେଡଲାଇନସ୍:

ବିଭିଷଣଙ୍କ ଉପରେ କେବେ ପଡିବ ପ୍ରଶାସନର ସଦୟ ନଜର !!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)- ଗରିବ ଅସହାୟ ଲୋକମାନେ ପକ୍କା ଘରେ ସୁବିଧାରେ ରହିପାରିବେ ସେଥିପାଇଁ ସରକାର ବିଜୁ ପକ୍କା ଘର ଯୋଜନା ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଲୋକଙ୍କୁ ପକ୍କାଘର ଯୋଗାଇ ଦେଉଛନ୍ତି । ହେଲେ ପଞ୍ଚାୟତ ସ୍ତରୀୟ ଓ ବ୍ଳକ ସ୍ତରୀୟ ଅସାଧୁ କର୍ମଚାରୀ ମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ପ୍ରକୄତ ହିତାଧିକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି  । ଏଭଲି ଖବର ସବୁବେଳେ ସାମନାକୁ ଆସୁଛି । ଏଭଲି ଅଭାବନୀୟ ଖବର ଦେଖିବାକୁ ମିଲିଛି ପଦ୍ମପୁର ବ୍ଳକ ଦହିତା ପଞ୍ଚାୟତ ଆମଦହନ ଗ୍ରାମରେ । ବିଭିଷଣ କୁମ୍ଭାର ଆମ୍ବଦହନ ଗ୍ରାମର ଜଣେ ଗରିବ ଲୋକ । ଚାଷ କାର୍ଯ୍ୟ ଓ ମୂଲ ଲାଗି ପରିବାର ପୋଷଣ କରନ୍ତି । ସରକାରଙ୍କ ଦ୍ବାରା ପ୍ରଦତ୍ତ ପକ୍କାଘର ଯୋଜନା ପାଇଁ ଗରିବ ଶ୍ରେଣୀର ତାଲିକାରେ ତାଙ୍କ ନାମ କ୍ରମିକ ନମ୍ବର ୩୭୩ ରେ ରହିଛି । ହେଲେ ତାଙ୍କୁ ଏବେ ଯାଏଁ ପକ୍କାଘର ଟିଏ ମିଲି ପାରିନାହିଁ ବୋଲି ସେ ପଦ୍ମପୁର ଉପଜିଲ୍ଲାପାଳଙ୍କ ଠାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ସେ ଏହାର ସତ୍ୟାସତ୍ୟ ତଦନ୍ତ କରି ଯଥାଶୀଘ୍ର ଏକ ପକ୍କାଘର ଯୋଗାଇ ଦେବାପାଇଁ ବିନମ୍ର ଅନୁରୋଧ କରିଛନ୍ତି । ଉପଜିଲ୍ଲାପାଳ ମହୋଦୟ ମଧ୍ୟ ବିଭିଷଣ କୁମ୍ଭାରଙ୍କ ଅଭିଯୋଗକୁ ଗୁରୁତ୍ବ ଦେଇ ସମାଧାନ କରିବେ ବୋଲି ଆଶା ।

 

0
0
0
s2sdefault