ହେଡଲାଇନସ୍:

ବ୍ୟବସାୟୀ ଓ ସାଧାରଣ ଖାଉଟିଙ୍କର ସୁବିଧା, ଅସୁବିଧା ପ୍ରତି ଜିଏସଟି  କାଉନ୍ସିଲ ସଚେତନ ଅଛନ୍ତି ଏବଂ ଆବଶ୍ୟକତା ଅନୁଯାୟୀ ନିୟମରେ ସଂଶୋଧନ କରାଯାଉଛି : ମନ୍ତ୍ରୀ ଶ୍ରୀ ବେହେରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

01-07-18-GST.jpg - 90.13 kB

ମୟୁରଭଞ୍ଜ ଜିଲ୍ଳାର ଜନଜାତିମାନଙ୍କର ମୁଖ୍ୟ ଜୀବନଜୀବିକା ଓ ପରିବେଶ ଅନୁକୂଳ ଶାଳ ଏବଂ ଶିଆଳି ପତ୍ରରେ ନିର୍ମିତ କପ୍ପ୍ଲେଟ୍ ଓ ସବାଇ ଘାସ ନିର୍ମିତ ଦଉଡ଼ିକୁ କରମୁକ୍ତ କରିବା ପାଇଁ ଓଡ଼ିଶା ସର୍ବଦା ଦାବି କରିଆସୁଛି |  ଓଡ଼ିଶାର ଦାବି ଫଳରେ ଏବେ ଏହା ଉପରେ ୫ ପ୍ରତିଶତ କରହାର ଲାଗୁ ହୋଇଛିା କିନ୍ତୁ ଏହାକୁ ସଂପୂର୍ଣ୍ଣ କରମୁକ୍ତ କରିବା ପାଇଁ ଓଡ଼ିଶା ପକ୍ଷରୁ ଦାବି କରାଯାଇଛିା ଜିଏସଟି କାଉନ୍ସିଲ ଦ୍ୱାରା ଗଠିତ ଫିଟ ମେଣ୍ଟ କମିଟି ଏହାକୁ କରମୁକ୍ତ କରିବା ଉପରେ ବିଚାର କରୁଛି ବୋଲି ଅର୍ଥ, ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି |

ଆଜି ଜୟଦେବ ଭବନରେ ସାରା ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସଟି) ଲାଗୁ ହେବାର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଏସଟି  ଦିବସ ପାଳନ କରାଯାଇଛିା ଏହି ଅବସରରେ ମୁଖ୍ୟ ଅତିଥି  ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ବେହେରା କହିଲେ ଯେ ଏହି ଜିଏସଟି ଦିବସ ପାଳନ ଟକିସ ପ୍ରଣାଳୀର ତାତ୍ପର୍ଯ୍ୟ ଏବଂ ମୂଲ୍ୟାୟନ ପାଇଁ ଏକ ଅବସର ଆଣିଛିା ଜିଏସଟି ଲାଗୁ ହେବା ଫଳରେ ଟିକସ ପଦ୍ଧତି ଓ ପ୍ରଶାସନ ସରଳ ହୋଇପାରିଛିା ଟିକସ ବ୍ୟବସ୍ଥାରେ ସରଳୀକରଣ ଏବଂ ସ୍ୱଚ୍ଛତା ସହିତ ବ୍ୟବସାୟ ଅନୁକୂଳ ବାତାବରଣ ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ଟିକସ ସଂସ୍କାରକୁ ସବୁବେଳେ ସମର୍ଥନ ଦେଇଆସିଛିା ବ୍ୟବସାୟୀ ଓ ସାଧାରଣ ଖାଉଟିଙ୍କର ସୁବିଧା, ଅସୁବିଧା ପ୍ରତି ଜିଏସଟି କାଉନ୍ସିଲ ସଚେତନ ଅଛନ୍ତି ଏବଂ ଆବଶ୍ୟକତା ଅନୁଯାୟୀ ନିୟମରେ ସଂଶୋଧନ କରାଯାଉଛି ବୋଲି ସେ କହିଛନ୍ତି |

ସେ ଆହୁରି ମଧ୍ୟ କହିଲେ ଯେ ଭାରତରେ ଜିଏସଟି ପ୍ରଚଳନ ପୂର୍ବରୁ ଯେଉଁ କେତେକ ରାଜ୍ୟରେ ଚେକ ଗେଟ ଉଚ୍ଛେଦ ହୋଇଥିଲା ସେମାନଙ୍କ ମଧ୍ୟରେ ଓଡ଼ିଶା ଅନ୍ୟତମା ଜିଏସଟି ଲାଗୁ ହେବାର ବହୁ ପୂର୍ବରୁ ଓଡ଼ିଶାରେ ଇ-ଓ୍ୱବିଲ୍ ସେବା ଲାଗୁ କରାଯାଇଥିଲାା କିନ୍ତୁ ଓଡ଼ିଶାର ବିଭିନ୍ନ ଦାବି ଏବେ ବି କେନ୍ଦ୍ର ସରକାରଙ୍କ ବିଚାରାଧୀନ ରହିଛି | ଓଡ଼ିଶାର ବୁଣାକାର, ଓଡ଼ିଆ ଭାଷାରେ ପ୍ରସ୍ତୁତ ଆଞ୍ଚଳିକ ସିନେମା ଜିଏସଟି ବ୍ୟବସ୍ଥା ଯୋଗୁଁ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ସେ କହିଥିଲୋ

ଏହି ଅବସରରେ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ  ତୁହିନ କାନ୍ତ ପାଣ୍ଡେ କହିଲେ ଯେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଫଳରେ ଟିକସ ପ୍ରଶାସନରେ ସ୍ୱଚ୍ଛତା ଆସିପାରିଛିା ଜିଏସ୍ଟି ପ୍ରଚଳନ ପରେ ପରେ ସୂଚନା ପ୍ରଯୁକ୍ତି ବିଦ୍ୟା ସଂପର୍କିତ ଯେଉଁ ସମସ୍ୟା ଦେଖାଦେଇଥ#ଲା ତାହାର ସମାଧାନ କରାଯାଇପାରିଛିା ଜିଏସ୍ଟି ରିଟର୍ଣ୍ଣ ଦାଖଲରେ ଜଟିଳତା ଲକ୍ଷ୍ୟ କରାଯାଇଥିଲା |  ସେଥ#ପାଇଁ ଜିଏସଟିଆର୍-୩ବି ପ୍ରଚଳନ କରାଗଲାା ଏବେ ରିଟର୍ଣ୍ଣ ଦାଖଲ ସରଳ କରିବା ପାଇଁ ଜିଏସଟି କାଉନ୍ସିଲ୍ ଦ୍ୱାରା ଗଠିତ କମିଟି ସରଳ ରିଟର୍ଣ୍ଣ ଫର୍ମ ତିଆରି କରୁଛି ବୋଲି ସେ ପ୍ରକାଶ କରିଥିଲ |

ଭାରତ ସରକାରଙ୍କ ଜିଏସଟି, ସେଣ୍ଟ୍ରାଲ ଏକ୍ସାଇଜ୍ ଓ କଷ୍ଟମ୍ର ଚିଫ୍ କମିଶନର ରାକେଶ କୁମାର ଶର୍ମା କହିଲେ ଯେ ଜିଏସଟି ପ୍ରଚଳନ ହେତୁ ପରୋକ୍ଷ କର ବ୍ୟବସ୍ଥାରେ ସବୁ ରାଜ୍ୟରେ ସମାନତା ଆସିପାରିଛିା ଏହା ଦ୍ୱାରା ୨୮ ପ୍ରତିଶତ କର ଲାଗୁଥିବା ୧୭୮ଟି ଦ୍ରବ୍ୟ ଓ ୫୪ଟି ସେବାର କର ହ୍ରାସ କରାଯାଇଛି ବୋଲି ସେ କହିଥିଲ | ଉତ୍ସବରେ ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଆଶୋକ କୁମାର ମୀନାଙ୍କ ସମେତ ଓଡ଼ିଶାର ବିଭିନ୍ନ ବାଣିଜ୍ୟ ଓ ବ୍ୟବସାୟ ସଂଘର ପ୍ରତିନିଧି ମାନେ ଜିଏସ୍ଟିର କାର୍ଯ୍ୟକାରିତା ସଂପର୍କରେ ସେମାନଙ୍କର ବକ୍ତବ୍ୟ ରଖିଥିଲେ | ଏହି ଅବସରରେ ଜିଏସଟି ପ୍ରଚଳନରେ ବିଶେଷ ଯୋଗଦାନ ଦେଇଥିବା ଟିକସ ଅଧିକାରୀମାନଙ୍କୁ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲୋ ଶେଷରେ ଓଡ଼ିଶା ସରକାରଙ୍କ କମର୍ସିଆଲ ଟ୍ୟାକ୍ସ ଓ ଜିଏସଟିର କମିଶନର  ଶାଶ୍ୱତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲୋ 

 

0
0
0
s2sdefault