ହେଡଲାଇନସ୍:

ମୁକୁନ୍ଦପୁର ଘାଟିରେ ବସ ଓଲଟି ୭ ଆହତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ କୁମାର ସାହୁ ):  ଗତକାଲି ବିଳମ୍ବିତ ରାତି ୧୨.୩୦ ମିନିଟ୍ ସମୟରେ ରାୟଗଡ ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁ୍ନ୍ଦପୁର ଘାଟିର ବୁଲାଣିରେ ଏକ ଘରୋଇ ବସ ଓଲଟି ୭ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ଜୟପୁର ଠାରୁ ନୟାଗଡ ଅଭିମୁଖେ ଯାଉଥିବା ଓମ ସାଇ ନାମକ ଏକ ଘରୋଇ ବସ ମୁକୁନ୍ଦପୁର ଗ୍ରାମ ପୂର୍ବରୁ ଥିବା ଦ୍ୱିତୀୟ ବୁଲାଣୀ ଠାରେ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ବସଟି ଓଲଟି ପଡିଥିବା ଯୋଗୁଁ ବସରେ ଥିବା ୭ ଜଣ ଯାତ୍ରୀ ଆହତ ହୋଇଥିଲେ । ଆହତ ବ୍ୟକ୍ତି ମାନଙ୍କ ମଧ୍ୟରୁ ମିଥୁନ ପ୍ରଧାନ ନାମକ ବ୍ୟକ୍ତି ଜଣଙ୍କ ଘଟଣା ସଂପର୍କରେ ପୋଲିସକୁ ସୂଚନା ଦେଇଥିଲେ । ଚାନ୍ଦିଲି ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଂଚି ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ରାୟଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଆହତ ସମସ୍ତ ବ୍ୟକ୍ତି ସୁରକ୍ଷିତ ଥିବା ଜଣାପଡିଛି ।  

 

 

 

0
0
0
s2sdefault