ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୪ଜଣଙ୍କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ନିଯୁକ୍ତି ଦେଇଛନ୍ତି । ଏହି କ୍ରମରେ ଗଜପତି ଜିଲ୍ଲା ପାଇଁ ଅନ୍ତର୍ଯ୍ୟାମୀ ଗମାଙ୍ଗ, ସୁନ୍ଦରଗଡ ପାଇଁ ସନ୍ତୋଷ ଅମାତ, ରାୟଗଡା ପାଇଁ ଜଗନ୍ନାଥ ନନ୍ଦରୁକା ଓ ମୟୁରଭଞ୍ଜ ପାଇଁ ଡାକ୍ତର ଦେବାଶିଷ ମରାଣ୍ଡିଙ୍କୁ ନିଯୁକ୍ତି ମିଳିଛି । ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ଆଦିବାସୀ ବହୁଳ ଜିଲ୍ଲା ଗୁଡିକରେ ଆଦିବାସୀମାନଙ୍କ ବିକାଶ ଲାଗି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିବା ବିଷୟ ଘୋଷଣା କରିଥିଲେ. ।