ଜିଲ୍ଲାସ୍ତରୀୟ ୮୬ ତମ ପୋଲିସ ପ୍ରତିଷ୍ଠା ଦିବସ -୨୦୨୧ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡା ସ୍ଥିତ ଜିଲ୍ଲା ସଂରକ୍ଷିତ ସଶସ୍ତ୍ର ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ଥିବା ପୋଲିସ ରିଜର୍ଭ ପଡିଆ ଠାରେ ଆଜି ଜିଲ୍ଲାସ୍ତରୀୟ ୮୬ ତମ ପୋଲିସ ପ୍ରତିଷ୍ଠା ଦିବସ-୨୦୨୧ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି।

ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ତପନ କୁମାର ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଥମେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ତଥା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ପରେ ପୋଲିସ ଜନସାଧାରଣଙ୍କୁ ସବୁବେଳେ ନିରବଛିନ୍ନ ସେବା ଯୋଗାଇ ଦେଇଆସୁଛି । ଏମିତିକି , ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ପୋଲିସ ସର୍ବଦା ସମାଜର ଜାଗ୍ରତ ପ୍ରହରୀ ଭଳି କାର୍ଯ୍ୟ କରିଆସୁଛି ।

 ବିଭିନ୍ନ ସମୟରେ ପୋଲିସ ବାହିନୀର ସେବା ଓ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସମସ୍ତେ ମିଳିମିଶି ସମାଜର ସେବା କରିବା ସହ ଜାତୀୟ ସଂହତିକୁ ସର୍ବଦା ବଜାୟ ରଖିବାକୁ ଆହ୍ବାନ କରିଥିଲେ ।

ପରେ ଏହି ଅବସରରେ ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରେରିତ ବାର୍ତ୍ତା ପାଠ କରିଥିଲେ ।

 

ପ୍ରତିଷ୍ଠା ଦିବସ ପାଳନ ଅବସରରେ ଉଲ୍ଲେଖନୀୟ ସେବା କ୍ଷେତ୍ରରେ ସଫଳତା ହାସଲ କରିଥିବା ଜିଲ୍ଲା ପୋଲିସ ଓ ଓଏସଏପି:ର ସବଇନ୍ସପେକ୍ଟର , ଏଏସଆଇ:, ହାବିଲଦାର , ଜମାଦାର ଓ କନଷ୍ଟେବଳ ମାନଙ୍କ ସମେତ କରୋନା ଯୋଦ୍ଧା ମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା ।

ପରେଡ଼ରେ କେବଳ ଏପିଆର: ଓ ଓଏସଏପି: ବାହିନୀ ସାମିଲ ଥିଲେ । ଏହାକୁ ରିଜର୍ଭ ଇନ୍ସପେକ୍ଟର ଶ୍ରୀ ଡମ୍ବରୁ ଧର ହନାଗା ଏବଂ ସରଜେଣ୍ଟ ଶ୍ରୀ ଏମ: ଲକ୍ଷ୍ମୀ ରଞ୍ଜନ ପରିଚାଳନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଓଏସଏପି: କମାନଡେଣ୍ଟ ଶ୍ରୀ ଜୁରିଆ ବେହେରା , ଡେପୁଟି କମାନଡେଣ୍ଟ ଶ୍ରୀ ପି: କିଶୋର କୁମାର ସୁବୁଦ୍ଧି , ଡିଏସପି ଶ୍ରୀ ରାମକୃଷ୍ଣ ପତି , ଡିଆଇବି-ଡିଏସପି ଶ୍ରୀ ଏଲବିଏସ:- ଆଚାରୀ ପ୍ରମୁଖଙ୍କ ସମେତ ବହୁ ପୋଲିସ ଅଧିକାରୀ ଓ ଅବସରପ୍ରାପ୍ତ ଅଧିକାରୀ ଯୋଗ ଦେଇଥିଲେ ।

0
0
0
s2sdefault