ଜିଲ୍ଲାସ୍ତରୀୟ ଆଶା , ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆୟୋଜକରେ  ଜିଲ୍ଲାସ୍ତରୀୟ  ଆଶା , ଗାଁ କଲ୍ୟାଣ  ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ମୁଖ୍ୟଅତିଥି ଭାବେ ଯୋଗଦେଇ ଆଶାମାନେ ସମସ୍ତଙ୍କ ଆଶା ଓ ଭରସା , ସ୍ୱାସ୍ଥ୍ୟ କ୍ଷେତ୍ରରେ  ସେମାନେ ସମାଜର ସୈନିକ ଭଳି କାର୍ଯ୍ୟ କରିଥାନ୍ତି । ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମକୁ ଜାତୀୟ ମିଶନ ମାଧ୍ୟମରେ ସଫଳତାର ଶୀର୍ଷରେ ପହଞ୍ଚାଇବା ପାଇଁ ଆଶା ଓ ଗାଁ କଲ୍ୟାଣ ସମିତିର ଭୂମିକା ଓ ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ସ୍ୱଳ୍ପ ପାରିଶ୍ରମିକରେ ଅଧିକ ପରିଶ୍ରମ ଓ ନିଷ୍ଠାପର ସେବା ଅତ୍ୟନ୍ତ ପ୍ରଶଂସନୀୟ ।ଏମିତିକି ସହର ଠାରୁ ବହୁ ଦୂରରେ ଥିବା ଅପହଞ୍ଚ ଦୁର୍ଗମ ଅଞ୍ଚଳରେ ଥିବା ବିଭିନ୍ନ ଗାଁ-ଗଣ୍ଡାରେ  ସ୍ୱାସ୍ଥ୍ୟ, ପରିମଳ , ପାନୀୟଜଳ , ଅପପୁଷ୍ଟି ଚିହ୍ନତିକରଣ , ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା , ଓ ବିଭିନ୍ନ ଜନସ୍ୱାସ୍ଥ୍ୟ ସେବା ଦିଗରେ କାର୍ଯ୍ୟ କରିବା  ଆମ ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ । 

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ ପ୍ରଦୀପ କୁମାର ପାତ୍ର , ଏଡିପିଏଚଓ ଡାଃ ଏମ: ସିରାଜ ମୁନିର , ଏଡିପିଏଚଓ ଡାଃ ମୁବାରକ ଅଲି ଏବଂ ଡିପିଏମ ସୌମ୍ୟରାଣୀ ଗୌଡ଼ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ତ ସରକାରୀ ଯୋଜନା ଓ ବିଭିନ୍ନ ସୂଚନା ସେମାନେ ହିଁ ଲୋକମାନଙ୍କ ଠାରେ ପହଞ୍ଚାଇ ଥାନ୍ତି ବୋଲି କହି ଏମାନଙ୍କ ଭୂମିକା ଓ ଦାୟିତ୍ୱ , କାର୍ଯ୍ୟକ୍ରମର ସଫଳତା ଓ ତାର ପ୍ରଭାବ , ଆଶା କଲ୍ୟାଣ ଓ ମାତୃତ୍ବ   ଯୋଜନା , ଆଶା ପ୍ରୋତ୍ସାହନ ରାଶି ଓ ବୀମା ଯୋଜନା ଏବଂ ଗାଁ କଲ୍ୟାଣ ସମିତିର କାର୍ଯ୍ୟକ୍ରମ ଓ ସଫଳତା ପ୍ରଭୃତି ଉପରେ ଆଲୋଚନା କରିଥିଲେ । 

ବିଭିନ୍ନ ପଞ୍ଚାୟତ ଅଞ୍ଚଳର ଆଶାଦିଦି ସେମାନଙ୍କ କାର୍ଯ୍ୟ ଦାୟିତ୍ୱର ଅନୁଭୂତି ସମ୍ପର୍କରେ କହିଥିଲେ । 

ଏହି ଅବସରରେ ଆଶା , ଗାଁ କଲ୍ୟାଣ ଓ ମହିଳା ଆରୋଗ୍ୟ ସମିତିର ସଭ୍ୟା ମାନଙ୍କୁ ଜିଲ୍ଳା ବ୍ଲକ ଓ ପଞ୍ଚାୟତ ସ୍ତରରେ  ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀ ସାହା ପୁରସ୍କାର ସହ ଅର୍ଥରାଶି ବଣ୍ଟନ କରିଥିଲେ । 

ସମସ୍ତ କାର୍ଯ୍ୟକ୍ରମକୁ ଜନ୍ମାଜୟ ସାହୁ , ନାରାୟଣ ମଲ୍ଲିକ , ଶୁଶାନ୍ତ ପ୍ରସାଦ ନାୟକ ଏବଂ ମମତା ପାଢ଼ୀ ପ୍ରମୁଖ ପରିଚାଳନା କରିଥିଲେ ।

0
0
0
s2sdefault