ସମ୍ବଲପୁର/ରମାକାନ୍ତ ବିଶ୍ୱାଳ : ଭିସୁଟ କୁ ବ୍ୟାପିଲା ଭୀମସାର ର ରେଗିଙ୍ଗ ସଂକ୍ରମଣ | ଶିକ୍ଷା ନଗରୀ ବୁର୍ଲା ରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଏବେ ରେଗିଙ୍ଗ ଘଟଣା ପ୍ରାୟତଃ ଘଟୁଥିବା ଅଭିଯୋଗ ହେଉଛି । କିଛିଦିନ ପୂର୍ବରୁ ଭିମସାର ରେ ମେଡ଼ିକାଲ ଛାତ୍ର ଙ୍କ ମଧ୍ୟରେ ହୋଇଥିବା ରେଗିଙ୍ଗ ଘଟଣା କୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ବର୍ତ୍ତମାନ ଭିମସାର ର ଏହି ରେଗିଙ୍ଗ ସଂକ୍ରମଣ ଏବେ ଭିସୁଟ କୁ ବ୍ୟାପିଥିବା ଦେଖିବାକୁ ମିଳିଛି । ଭିସୁଟ ର ବିଟେକ ଚତୁର୍ଥ ବର୍ଷ କିଛି ଛାତ୍ର ବିଟେକ ଦ୍ବିତୀୟ ବର୍ଷ ର ଛାତ୍ର ମାନଙ୍କୁ ରେଗିଙ୍ଗ କରୁଥିବା ନେଇ ରେଗିଙ୍ଗ ର ଶିକାର ହୋଇଥିବା ଛାତ୍ର ମାନେ କତ୍ତୃପକ୍ଷ ଏବଂ ଆଣ୍ଟି ରେଗିଙ୍ଗ ସେଲ କୁ ଲିଖିତ ଭାବେ ଅଭିଯୋଗ କରିଥିବା ଜଣାପଡିଛି । ତେବେ ଛାତ୍ର ଙ୍କ ଅଭିଯୋଗ ଆଧାର ରେ ଗତକାଲି ଏକ କମିଟି ଗଠନ କରାଯାଇ ଘଟଣା ର ତଦନ୍ତ ଆରମ୍ଭ ହୋଇଥିବା ଭିସୁଟ ଦାୟିତ୍ୱ ରେ ଥିବା କୁଳପତି ପ୍ରଫେସର ବି. ବି ପତି ସୂଚନା ଦେଇଛନ୍ତି । ତେବେ କିଛିଦିନ ହେବ ବିଟେକ ଦ୍ଵିତୀୟ ବର୍ଷର କିଛି ଛାତ୍ର ଙ୍କୁ ଚତୁର୍ଥ ବର୍ଷ ର କିଛିଛାତ୍ର ବିଳମ୍ବିତ ରାତି 2 ଟା ସମୟରେ ଏକ କୋଠରି ମଧ୍ୟକୁ ଜୋର ଜବରଦସ୍ତ ଡାକି ନେଇ ସେଠାରେ ସେମାନଙ୍କୁ ଅକଥନୀୟ ନିର୍ଯାତନା ଦେଉଥିଲେ । ଏପରିକି ଦ୍ଵିତୀୟ ବର୍ଷ ର ଛାତ୍ର ମାନଙ୍କୁ ସେହି ବରିଷ୍ଟ ଛାତ୍ର ମନେ ପେଣ୍ଟ ସାର୍ଟ ଖୋଲି ସେମାନଙ୍କୁ ଆଣ୍ଠେଇ ବସିବାକୁ କହି ସେମାନଙ୍କ ମୁହଁରେ ଗଂଜେଇ ଧୂଆଁ ଫୁଙ୍କୁ ଥିବା ଛାତ୍ର ମାନେ ଅଭିଯୋଗ କରିଛନ୍ତି । ତେବେ ଭିସୁଟ ରେ ଏଭଳି ରେଗିଙ୍ଗ ପୂର୍ବରୁ ବି ହେଉଥିବା ନଜିର ରହିଛି । ତେବେ କତ୍ତୃପକ୍ଷ କ୍ୟାମ୍ପସ ରେ ଏହି ରେଗିଙ୍ଗ ରୋକିବାକୁ ଫେଲ ମାରୁଥିବା ଅଭିଯୋଗ ହୋଇଛି ।