ଅଂଶୁଘାତ ମୁକାବିଲା ନେଇ  ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡା / ସରୋଜ କୁମାର ସାହୁ :-ରାୟଗଡା ଜିଲ୍ଲାରେ ଚଳିତ ଗ୍ରୀଷ୍ମରେ ଅଂଶୁଘାତ ଜନିତ ସମସ୍ୟାକୁ ମୁକାବିଲା ନେଇ ଜିଲ୍ଲାପାଳ ରାୟଗଡା ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧକ୍ଷ୍ୟତାରେ ଏକ ବୈଠକ ଆଜି ଜିଲ୍ଲାପାଳଙ୍କ  ସଦଭାବନା ସଭାଗୃହରେ  ଅନୁଷ୍ଠିତ ହୋଇଯାଇଛି l  ଏହି ବୈଠକରେ ମୁଖ୍ୟତଃ ଗ୍ରୀଷ୍ମ ପ୍ରବହ ଜନିତ ସମସ୍ୟାକୁ ବିଭନ୍ନ ବିଭାଗରେ ଯଥା ସ୍ୱାସ୍ଥ୍ୟ, ଗ୍ରାମ୍ୟ ଜଳଯୋଗlଣ, ବିଦ୍ୟୁତ ବିଭାଗ, ଶ୍ରମିକ ଓ ପରିବହନ  ବିଭାଗ ପ୍ରସ୍ତୁତି ସମ୍ଭନ୍ଧରେ  ସମୀକ୍ଷା କରିଥିଲେ l ଜିଲ୍ଲାରେ   ପିଇବା ପାଣି ସମସ୍ୟାକୁ ଉପରେ ଅଭିଯୋଗ ବାହାର ଆଡୁ ଆସିବl  ଆଗରୁ ସଂପୃକ୍ତ ଅଧିକାରୀ ମାନଙ୍କ ଠାରୁ ଯେପରି ତାହାର ନିରାକାରଣ ରିପାର୍ଟ  ପାଇବା  ଉପରେ ନିର୍ବାହୀ ଯନ୍ତ୍ରୀ ଗ୍ରlମ୍ୟା  ଜଳ ଯୋଗାଣ ସଂସ୍ଥାଙ୍କୁ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ  l ଅଚଳ ନଳକୂପ ଗୁଡିକ ତୁରନ୍ତ ମରାମତି କରାଯାଇ ପିଇବାପାଣି  ସମସ୍ୟା  ଦୂରକରାଯାଇ ପାରିବ ସେଥିପାଇଁ  ଅଧିକାରୀ ମାନେ ନିଜ ଆଡୁ ଉଦ୍ୟମ କରିବାକୁ ଜିଲ୍ଲାପାଳ କହିଥିଲେ l ସେହିପରି 

 ସ୍ୱାସ୍ଥ୍ୟ ବିଭାଗ ତରଫରୁ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି, ଜୀବନ ରକ୍ଷକ ମେଡ଼ିସିନ, ଓଅlରଏସେ, ସାଲାଇନ ସବୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହଜୁଦ ରଖାଯାଇଛି, ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରରେ 4ଟି ଶଯ୍ୟା ରିଜର୍ବ ରଖାଇଥିବା ବେଳେ ପ୍ରତ୍ୟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ 3ଟି ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ 2ଟି ଲେଖାଏଁ ଶଯ୍ୟl   ଅଂଶୁଘାତ ରୋଗୀଙ୍କ ପାଇଁ ରଖାଯାଇଛି l ଏହା ସହିତ ବରଫ, କୁଳର ଆଦି ବ୍ୟବସ୍ଥl କରାଯାଇ ଥିବା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ  ଡ଼ା. ରାଜୁ ପ୍ରକାଶ କରିଥିଲେ l   ବିଦ୍ୟୁତ ବିଭାଗ ତରଫରୁ ଏହି ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ କlଟ  ନକରିବାକୁ ଜିଲ୍ଲାପାଳ କହିଥିଲେ l

ସେହିପରି ଶ୍ରମ ବିଭାଗ ତରଫରୁ ନିୟମିତ ତଦାରଖ କରି କାର୍ଯ୍ୟକ୍ଷେତ୍ରରେ ପୂର୍ବାହ୍ନ 11.00ଠାରୁ  ଅ.ଘ 3.00ପର୍ଯ୍ୟନ୍ତ କାମ ବନ୍ଦ ରଖାଯିବାକୁ ଓ କାର୍ଯ୍ୟାସ୍ଥଳୀରେ ପିଇବା ପାଣିର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ସେହିପରି ବସ ଯାତାୟାତ ମଧ୍ୟ ନିୟନ୍ତ୍ରଣ, ବସରେ ପିଇବା ପାଣି, ବରଫ, ତଉଲିଆ ଆଦି ମହଜୁଦ ରଖିବାକୁ ବସ ମାଲିକ ମାନଙ୍କୁ ନିର୍ଦ୍ଦେଶ ଦେବାକୁ ଜିଲ୍ଲାପାଳ କହିଥିଲ l

ଏହି ବୈଠକରେ ଅବ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥା ରାୟଗଡା ଶ୍ରୀ ମହେଶ୍ୱର ନାଏକ, ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦାନ କରିଥିଲେ l

0
0
0
s2sdefault