ବରଗଡ :- ମଂଗଳବାର ଦିନ ସନ୍ଧ୍ୟାରେ ବରଗଡ ଜିଲ୍ଲା ଖଣ୍ଡହଥା ଗ୍ରାମ ରେ ଜନ୍ମ ଗ୍ରହଣ କରିଥିବା ଶହୀଦ ରଞ୍ଜନ ଦାଶ ଙ୍କ ପଞ୍ଚମ ଶହୀଦ ବାର୍ଷିକୀ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ଯ ଅତିଥି ଭାବରେ ଶ୍ରୀଯୁକ୍ତ ଲାଲଚାନ୍ଦ ଯାଦବ (DIG DC CRPF)ସମ୍ବଲପୁର ଏବଂ ସମ୍ମାନୀତ ଅତିଥି ଭାବରେ ଶ୍ରୀଯୁକ୍ତ ଭଗବାନ ସାହୁ (Assistant Commandant)ଯୋଗଦେଇ ଶହୀଦ ରଞ୍ଜନ ଦାଶ ସ୍ମୃତି କମିଟି ଓ ନିଷ୍ଠା ପରିବାର ର ମିଳିତ ଉଦ୍ୟମ ରେ ହେଉଥିବା ରକ୍ତଦାନ ଶିବିର କୁ ଫିତାକାଟି ଉଦ୍ଘାଟନ କରିଥିଲେ । ଏହି ଶିବିର ରୁ ବରଗଡ ରକ୍ତ ଭଣ୍ଡାର ଦ୍ବାରା ସର୍ବମୋଟ ୨୭ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ସ୍ମୃତି ସଭାରେ ମୁଖ୍ଯବକ୍ତା ଭାବରେ ଅଶୋକ କୁମାର ପୁଝାରୀ ଯୋଗଦେଇ ଥିଲେ । ସ୍ମୃତି କମିଟିର ସଭାପତି ବିଦ୍ୟାଧର ଭୋଇ,ଶହିଦ ଙ୍କ ବଡଭାଇ ଉତ୍ତମ ଦାସ ମଞ୍ଚାସୀନ ଥିଲେ,ସଂପାଦକ ରିଲୁ ଶତପଥି ବିବରଣୀ ପାଠ କରିଥିବା ବେଳେ ଅଶୋକ ସାହୁ ମଂଚ ପରିଚାଳନା କରିଥିଲେ । ଅତିଥି ମାନଙ୍କ ଦ୍ବାରା "ଶହୀଦ ସ୍ମରଣେ " ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ କୃତି ଛାତ୍ରଛାତ୍ରୀ,ଅବସରପ୍ରାପ୍ତ ସୈନିକ ତଥା ସମାଜ ସେବା କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର ଏବଂ ସଂକଳ୍ପ ପରିବାର କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶହୀଦ ରଞ୍ଜନ କୁ ନେଇ ଏକ ସୁନ୍ଦର ସଂଗୀତ ତିଆରି କରିଥିବା ପୁରା ଟିମ ଙ୍କୁ ମଧ୍ଯ ସମ୍ମାନିତ କରାଯାଇଥିଲା । ସମସ୍ତ ରକ୍ତଦାତା ଏବଂ ସହଯୋଗୀ ମାନଙ୍କୁ ଶହୀଦ ରଞ୍ଜନ ଦାଶ ସ୍ମୃତି କମିଟି ଏବଂ ନିଷ୍ଠା ପରିବାର ତରଫରୁ ଅନେକ ଅନେକ ଧନ୍ୟବାଦ ଜ୍ଞାପନ କରାଯାଇଛି ।
ରାଜ୍ୟ
ଶହୀଦ ରଞ୍ଜନ ଦାଶଙ୍କ ପଞ୍ଚମ ଶହୀଦ ଦିବସ ପାଳନ
- Hits: 417