ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ବାର ଆସୋସିଏସନର ସଭାପତି ଭାବେ ରାମନାଥ ମିଶ୍ର ନିର୍ବାଚିତ ହୋଇଛନ୍ତି। ଉପସଭାପତି ଭାବେ ରାମକୃଷ୍ଣ ନାୟକ , ସମ୍ପାଦକ ଏମ୍.ପୃଥ୍ବୀରାଜ , ସହସମ୍ପାଦକ ନିଳମାଧବ ଅଧିକାରୀ , କର୍ଯ୍ୟକାରୀ ସଦସ୍ୟ ଭାବେ ରଜତ ପାତ୍ର , ଜିତେନ୍ଦ୍ର ପଟ୍ଟନାୟକ , ରାଜେନ୍ଦ୍ର ପଣ୍ଡା , ଏସ୍. ଶ୍ରୀରାମୁଲୁ , ବିରଞ୍ଚି ପାତ୍ର ପ୍ରମୁଖ ନିର୍ବାଚିତ ହୋଇଛନ୍ତି।
ସେହିପରି ଗଜପତି ଜିଲ୍ଲା ମୋହନା ଓକିଲ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ ଦେୱାନି ବିଚାରପତି ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତ ପରିସରରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ୧୯ ଜଣ ଭୋଟରଙ୍କ ମଧ୍ୟରୁ କୌଣସି କାରଣରୁ ୨ ଜଣ ଭୋଟର ଭୋଟଦାନ କରିପାରି ନଥିଲେ । ସମ୍ପାଦକ ସୁଶାନ୍ତ ଜୁମାର ମଲ୍ଲିକ , ଯୁଗ୍ମ ସମ୍ପାଦକ ପ୍ରଭାତ ଚାନ୍ଦ ପାଇକ, ଉପସଭାପତି ପଦ୍ମନାଭ ପତି ବିନା ପ୍ରତିଦ୍ୱନ୍ଦୀତାରେ ନିର୍ବାଚିତ ହୋଇଥିଲେ। କୋଷାଧ୍ଯକ୍ଷ ଭାବେ ଯୋଶେଫ ମାଝା ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ । ନିର୍ବାଚନ ଅଧିକାରୀ ଓକିଲ ମଧୁସୂଦନ ପାଢୀ ନିର୍ବାଚନ ପ୍ରକ୍ରିୟାକୁ ଶାନ୍ତି ଶୁଙ୍ଗଳାର ସହ ସମାପନ କରିଥିଲେ ।