ହେଡଲାଇନସ୍:

ସମ୍ବଲପୁରୀ ଭାଷାର ଲୋକପ୍ରିୟତାକୁ ନ୍ୟୁନ କରିବା ପାଇଁ ଅପଚେଷ୍ଟା ଅଭିଯୋଗ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ସମ୍ବଲପୁରୀ ଭାଷାର ଲୋକପ୍ରିୟତାକୁ ନ୍ୟୁନ କରିବା ପାଇଁ ଅପଚେଷ୍ଟା ଚାଲିଥିବା ଅଭିଯୋଗ କରି ଏହାରି ଉପରେ  ଆମର ଭାଷା ଅଗବା ସମ୍ବଲପୁରୀ ପକ୍ଷରୁ  ଏକ ସାମ୍ବାଦିକ ସମ୍ମିଳନୀରେ ଉଦବେଗ ପ୍ରକାଶ କରାଯାଇଛି  । ଏଥିରେ  ଅନୁଷ୍ଠାନ ପକ୍ଷରୁ  ରାଜେଶ କୁମାର ବେହେରା କହିଥିଲେ ଯେ ସେ ସୂଚନା ଅଧିକାର ବଳରେ କେନ୍ଦ୍ର ସରକାରଙ୍କ ଠାରୁ ଜାଣିବାକୁ ପାଇଛନ୍ତି  ଯେ ଓଡିଶା ରେ କୋଶଲ ଭାଷାର ଅସ୍ତିତ୍ବ ବାବଦରେ କୌଣସି ପ୍ରାମାଣିକ ତଥ୍ୟ ନାହିଁ । ଏହା ଜାଣିବା ପରେ ସେ ସମ୍ବଲପୁର ବିଶ୍ବ ବିଦ୍ୟାଲୟ କର୍ତ୍ତୃପକ୍ଷଙ୍କୁ ଲିଖିତରୂପେ ଅନୁରୋଧ କଲେ ଯେ ସମ୍ବଲପୁରୀ ଭାଷାକୁ ନେଇ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ସମ୍ବଲପୁରୀ ସହିତ କୋଶଲୀ ଶବ୍ଦ ଯୋଡା ନ ଯାଉ । ବିଶ୍ବବିଦ୍ୟାଲୟ କୁଳପତି ଓ ଓଡିଶା ରାଜ୍ୟପାଳଙ୍କ କାର୍ଯ୍ୟଲୟରୁ ଏ ବିଷୟରେ ଲିଖିତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ବୋଲି ସେ ସାମ୍ବାଦିକ ସମ୍ବିଳନିରେ ସୁଚନା ଦେଇଛନ୍ତି । ସାମ୍ବାଦିକ ସମ୍ବିଳନିରେ ଅନୁଷ୍ଠାନ ର ଅନ୍ୟତମ ବରିଷ୍ଠ ସଭ୍ୟ  ଆନନ୍ଦ ସାଗର ଦାଶ  ଉତ୍ତର ପ୍ରଦେଶ ଅନ୍ତର୍ଗତ ପୂର୍ବକାଳୀନ ଅଓ୍ବଧ ରାଜ୍ୟର ଏକ ସୀମିତ ଅଞ୍ଚଳ ବର୍ତ୍ତମାନ କୋଶଲ ରାଜ୍ୟ  ଓ ସେଠାକାର ଲୋକଭାଷା କୋଶଲୀ ରୂପେ ପରିଚିତ । ଏବିଷୟରେ ନିଜର ଯୁକ୍ତିକୁ ପ୍ରମାଣିତ କରିବା ପାଇଁ ସେ ବିଭିନ୍ନ ଦସ୍ତାବିଜ ମଧ୍ୟ ଦେଖାଇ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ପକ୍ଷ ରଖିଥିଲେ ।

0
0
0
s2sdefault