ହେଡଲାଇନସ୍:

ପ୍ରଦୀପ ଗଲେ ଗଣଶିକ୍ଷା, ନିରଞ୍ଜନ ସାହୁ ଆସିଲେ ତୃତୀୟ ମହଲା ଗର୍ଗ ଦମ୍ପତିଙ୍କୁ କୃଷି ଆଉ ଶ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

ଭୁବନେଶ୍ୱର: ଗୁରୁତ୍ୱପୂର୍ଣ  ଖାଦ୍ୟ ଯୋଗାଣ ବିଭାଗରୁ ଆଶ୍ଚର୍ଯ୍ୟଜନକ ଭାବେ ବିଦା ହୋଇଛନ୍ତି ବରିଷ୍ଠ ଆଇଏସ ଅଫିସର ପ୍ରଦୀପ ମହାପାତ୍ର ଏହାସହିତ କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରିଥିବା ଗର୍ଗ ଦମ୍ପତିଙ୍କୁ ମଧ୍ୟ ଦାଇତ୍ୱ ଦିଆଯାଇଛି ସେହିପରି । କେନ୍ଦ୍ରୀୟ ଡେପୁଟେସନ ଅପେକ୍ଷାରେ ଥିବା ମନୋଜ ଆହୁଜାଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ଅଫିସର  ଅନ.ସ୍ପେସିଆଲ ଡିଉଟି ଭାବେ ଅବସ୍ଥାପିତ କରାଯାଇଛି ଶିଳ୍ପ ନିର୍ଦେଶକ ଥିବା ନିରଞ୍ଜନ ସାହୁଙ୍କୁ ତୃତୀୟ ମହଲା ରେ ଅବସ୍ଥାପିତ କରାଯାଇଛି `   

ଗୋପବନ୍ଧୁ ଏକାଡେମିରେ ବହୁଦିନ ମଶା ବାଡେଇବା ପରେ ସେଠାରେ ମହାନିର୍ଦ୍ଦେଶକ ଥିବା ମୁଖ୍ୟଶାସନ ସଚିବ ପାହ୍ୟାର ଅଫିସର ସଂଗ୍ରାମ କେଶରୀ ମିଶ୍ରଙ୍କୁ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ରଞ୍ଜନା ଚୋପ୍ରାଙ୍କ ସମବାୟ ବିଭାଗର ସଚିବ ଭାବେ ବଦଳି କରାଯାଇଛି । ଶ୍ରୀମତୀ ଚୋପ୍ରାଙ୍କୁ ଗୋପବନ୍ଧୁ ଏକାଡେମିର ମହାନିର୍ଦ୍ଦେଶକ ଭାବେ  ଅତିରିକ୍ତ ଦାୟିତ୍ୱ ଦିଆଯାଇଛି  ହେଲେ ଗୁରୁତ୍ୱପୂର୍ଣ ଖାଦ୍ୟ ଓ ଯୋଗାଣ ବିଭାଗର ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ଅବ୍ୟାହତି ଦିଆଯାଇ ତାଙ୍କୁ ଟେନସନିଆ  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ କରାଯାଇଛି । ଖାଦ୍ୟ ଓ ଯୋଗାଣ ବିଭାଗରେ ଶ୍ରୀ ମହାପାତ୍ରଙ୍କ ସ୍ଥାନ ନେବେ ଭି ଭି ଯାଦବ। ସମ୍ପ୍ରତି ଶ୍ରୀ ଯାଦବ ବିଜ୍ଞାନ ଓ କାରିଗରୀ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରିଲା ପରେ ସୌରଭ ଗର୍ଗଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଓ ଅନୁ ଗର୍ଗଙ୍କୁ ଶ୍ରମ ଓ  ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି। ଏବେ କୃଷି ବିଭାଗର ପ୍ରମୁଖ ସଚିବ ଥିବା ମନୋଜ ଆହୁଜାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସ୍‌ଡି ଭାବେ ବଦଳି କରାଯାଇଛି। ସେହିପରି ଶ୍ରମ ବିଭାଗର ପ୍ରମୁଖ ସଚିବ ଥିବା ଜି ଶ୍ରୀନିବାସଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଏହି ବିଭାଗରେ ଏବେ ପ୍ରମୁଖ ସଚିବ ଭାବେ କାର୍ଯ୍ୟରତ ସଞ୍ଜୟ ରସ୍ତୋଗୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯାଇଛି।

ସମ୍ପ୍ରତି ନୂଆଦିଲ୍ଲୀରେ ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ଆବାସିକ କମିସନର୍‌ ଥିବା ନିକୁଞ୍ଜ ବିହାରୀ ଧଳଙ୍କୁ ଓଡ଼ିଶାରେ ନୂଆ ନିଯୁକ୍ତି ମିଳିଛି। ତାଙ୍କୁ ଅବକାରୀ ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଏହା ସହ ସେ ବିଜ୍ଞାନ ଓ କାରିଗରୀ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ବିଷ୍ଣୁପଦ ସେଠୀଙ୍କୁ ଓସ୍‌ଡମାର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। କିଛିଦିନ ତଳେ ଖୋର୍ଦ୍ଧା ଜିଲ୍ଲାପାଳ ଥିବା ରୂପାରସନ ସାହୁଙ୍କୁ ତୃତୀୟ ମହଲାକୁ ନିଆଯାଇଥିବା ବେଳେ ଆଜି ଆଉଜଣେ ପୁବତନ ଖୋର୍ଦ୍ଧା ର ପୂର୍ବତନ ଜିଲ୍ଲାପାଳ ତଥା ଶିଳ୍ପ ନିର୍ଦେଶକ ନିରଞ୍ଜନ ସାହୁଙ୍କୁ ଏବେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରିବେ।

0
0
0
s2sdefault