ହେଡଲାଇନସ୍:

ଅକ୍ଟୋବର ୧୫ ସୁଦ୍ଧା ବର୍ଷା ଓ ମରୁଡି ସ୍ଥିତି ସମ୍ପର୍କରେ ରିପୋର୍ଟ ଦିଅ : ୯ ଜିଲ୍ଲାର ୧୧୪ ବ୍ଲକରେ  ସ୍ୱାଭାବିକ ଠାରୁ କମ ବର୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱରରୁ ମାନସୀ ମିଶ୍ର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ହୋଇଥିବା ବୃଷ୍ଟିପାତ ଓ ଫସଲ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି  । ଅକ୍ଟୋବର ୧୫ ତାରିଖ ସୁଦ୍ଧା ବୃଷ୍ଟିପାତ ଓ ଫସଲ ସ୍ଥିତି ସମ୍ପର୍କରେ ସବିଶେଷ ସ୍ଥିତି ସମ୍ବଳିତ ରିପୋର୍ଟ ପ୍ରଦାନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି । ଜିଳ୍ଲାପାଳଙ୍କ ରିପୋର୍ଟକୁ ଆଧାର କରି ମରୁଡି ପାଇଁ ଧାର୍ଯ୍ୟ ମାପଦଣ୍ଡ ଅନୁସାରେ ରାଜ୍ୟ ସରକାର ମରୁଡିର ବାସ୍ତବ ଆକଳନ ଅକ୍ଟୋବର ୩୦ ତାରିଖ ସୁଦ୍ଧା ସାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକପରେ ଜଣାପଡିଛି  । ବର୍ତମାନ ସୁଦ୍ଧା ରାଜ୍ୟରେ ୧୧୪ଟି ବ୍ଲକ୍ ସ୍ୱଳ୍ପ ବୃଷ୍ଟିପାତ ଦ୍ୱାରା ପ୍ରଭାବିତ ହୋଇଛି । ଗୋଟିଏ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୨୦ଟି ଜିଲ୍ଲାରେ ବର୍ଷା ସ୍ୱାଭାବିକ ହୋଇଛି  । ହେଲେ ୯ଟି ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି  । କମ୍ ବର୍ଷା ହୋଇଥିବା ଅଂଚଳରେ ଅଚଳ ଥିବା ଉଠାଜଳସେଚନ ପଏଂଟ ଗୁଡିକ କାର୍ଯ୍ୟକ୍ଷମ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି  । ସେହିପରି କେନାଲ ଜଳର ସୁପରିଚାଳନା ଉପରେ  ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କହିଥିଲେ  । ସେହିପରି ମହାତ୍ମାଗାନ୍ଧୀ ନିଶ୍ଚିତ ନିଯୁକ୍ତି ଯୋଜନାରେ ଯେପରି ଲୋକମାନେ ପର୍ଯ୍ୟାପ୍ତ କାମ ପାଇପାରିବେ ସେଦିଗରେ କଡାପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି  । 

0
0
0
s2sdefault