ହେଡଲାଇନସ୍:

ବାରମ୍ବାର ଅଚଳ ହେଉଛି ଦୁର୍ଗା, କ୍ଷତି ସହୁଛି ରାଉରକେଲା ଷ୍ଟିଲ ପ୍ଲାଣ୍ଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରମ୍ବାର ଅଚଳ ହେଉଛି ଦୁର୍ଗା, କ୍ଷତି ସହୁଛି  ରାଉରକେଲା ଷ୍ଟିଲ ପ୍ଲାଣ୍ଟ

ରାଉରକେଲାରୁ ସୁଶାନ୍ତ ବେହେରା : ପୁଣି  ଅଚଳ ହୋଇଯାଇଛି ରାଉରକେଲା ଷ୍ଟିଲ ପ୍ଲାଣ୍ଟର ୫ ନମ୍ବର ବ୍ଲାଷ୍ଟ ଫର୍ଣ୍ଣସ, ଆର୍‌ଏସ୍‌ପିର ଉତ୍ତପ୍ତ ଲୌହ ଉତ୍ପାଦନ ପ୍ରାୟ ୫ ହଜାର ଟନ୍‌ ହ୍ରାସ ପାଇଛି। ପ୍ରାୟ ୧୦ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଥିବା ଆଶଙ୍କା । ଏହି ଫର୍ଣ୍ଣସରେ ବାରମ୍ବାର ଅଚଳାବସ୍ଥା ଦେଖା ଦେଉଥିବାରୁ ଷ୍ଟିଲ ପ୍ଲାଣ୍ଟରେ ଉତ୍ପାଦନ ଜନିତ କ୍ଷତି ଘଟୁଛି `। ଖରାପ ହୋଇଯାଇଥିବା ବ୍ଲାଷ୍ଟ ଫର୍ଣ୍ଣସଜେ ନାମ ଦୁର୍ଗା, ସେଲର ଆଧୁନିକୀକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ବ୍ଲାଷ୍ଟ ଫର୍ଣ୍ଣସ ପ୍ରାୟ ୩୭୦୦ କୋଟି ତାଙ୍କ ବ୍ୟୟରେ ସ୍ଥାପିତ ହୋଇଥିଲା ।

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ ଏପ୍ରିଲ୍‌ ପହିଲାରେ ଏହାକୁ ଜାତି  ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ହେଲେ ବାରମ୍ବାର ଖରାପ ହେଉଥିବା ଏହି  ବ୍ଲାଷ୍ଟ ଫର୍ଣ୍ଣସର ଗୁଣାତ୍ମକ ମାନକୁ ନେଇ ଏବେ ଇସ୍ପାତ ନଗରୀରେ ଚର୍ଚା । ବ୍ଲାଷ୍ଟ ଫର୍ଣ୍ଣସ ବାରମ୍ବାର ଖରାପ ହେଉଥିବା ଯୋଗୁ ନିମ୍ନମାନର ଯନ୍ତ୍ରାଂଶ ଯୋଗୁ ତାହା ହେଉଥାଇପାରେ ବୋଲି ଆଶଙ୍କା କରାଯାଉଛି 

0
0
0
s2sdefault