ରଘୁନାଥ ମିଶ୍ରଙ୍କ "ସଜଳ ସ୍ମୃତି ସାଉଁଟା ସମ୍ପତ୍ତି" ପୁସ୍ତକ  ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଅବସରପ୍ରାପ୍ତ ଲୋକପ୍ରିୟ ପ୍ରଶାସକ ଶ୍ରୀ ରଘୁନାଥ ମିଶ୍ରଙ୍କ ରଚିତ ପୁସ୍ତକ "ସଜଳ  ସ୍ମୃତି ସାଉଁଟା ସମ୍ପତ୍ତି"ର ଶୁଭ ଲୋକାର୍ପଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ନବୀନ ନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରୀ ପଟ୍ଟନାୟକ ଲେଖକ ଶ୍ରୀ ମିଶ୍ରଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଦୀର୍ଘ ପ୍ରଶାସନିକ ଅନୁଭୂତିକୁ ଲେଖା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମର ସଫଳତା କାମନା କରିଥିଲେ । ସୂଚନାଯୋଗ୍ୟ, ଶ୍ରୀ ରଘୁନାଥ ମିଶ୍ର ତାଙ୍କ ଦୀର୍ଘ ପ୍ରଶାସନିକ କାର୍ଯ୍ୟକାଳ ମଧ୍ୟରେ କଟକ, ଖୋର୍ଦ୍ଧା ଜିଲାପାଳ  ଭାବେ ବେଶ ଲୋକପ୍ରିୟତା ଓ ସୁନାମ ଅର୍ଜନ କରିଥିଲେ | ବିଧାନସଭାର ସଚିବ ଭାବରେ ମଧ୍ୟ ଦକ୍ଷତାର ସହ ଦାୟିତ୍ୱ ନିର୍ବାହ କରିଥିଲେ ।

0
0
0
s2sdefault