ଦିନ ଦହାଡେ ଖୋଲାଖୋଲି ଭାବରେ ଚାଲିଛି ସଟ୍ଟା ଖେଲ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜଣେ ସରକାରୀ କର୍ମଚାରୀ କୁଆଡେ ଏହି ଅଞ୍ଚଳର ସଟ୍ଟା କିଙ୍ଗ !!!!

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ସଟ୍ଟା ଖେଲ।  ଖୋଲାଖୋଲି ଭାବରେ ବିଭିନ୍ନ ଛକ ମାନଙ୍କରେ ଚାଲିଛି ସଟ୍ଟା ଖେଲ । ସତେ ଯେମିତିକା ପୋଲିସ ପ୍ରଶାସନକୁ ସଟ୍ଟା ମାଲିକଙ୍କ ନିଜ ଲୋକ । ଏହି ସଟ୍ଟା ଖେଲ ଯୋଗୁଁ ଅଞ୍ଚଳର ଯୁବପିଢ଼ି ପଥଭ୍ରଷ୍ଟ ହେଉଥିବା ଦେଖିବାକୁ ମିଲୁଛି । ଟଙ୍କା ଲୋଭରେ ଯୁବପିଢ଼ି ଚୋରି କରିବାକୁ ମଧ୍ୟ ପଛାଉ ନଥିବା ଦେଖିବାକୁ ମିଲୁଛି । ଗାଇସିଲାଟ ଅଞ୍ଚଳର ବିଭିନ୍ନ ପାନ ଦୋକାନ, ବନ୍ଧ ହିଡ ତଥା ଗଳିକନ୍ଦିରେ ସଟ୍ଟା ଖେଲ ଚାଲୁଥିବା ଦେଖିବାକୁ ମିଲୁଛି ,ଏମିତି ଗାଇସିଲାଟ ସହରର ମୁଖ୍ୟ ଛକ ଥାନା ସମ୍ମୁଖରେ ଖୋଲାଖୋଲି ଭାବରେ ସଟ୍ଟା ଖେଲ ଚାଲିଛି । ଏହି ଅଞ୍ଚଳରେ ଜଣେ ସରକାରୀ କର୍ମଚାରୀ ଏହି ଅଞ୍ଚଳର ସଟ୍ଟା କିଙ୍ଗ ବୋଲି ଚର୍ଚ୍ଚା ହେଉଛି । ଏପରିକି ପୋଲିସ ଅଧିକାରୀ ମଧ୍ୟ ଏହି ସଟ୍ଟା ଖେଲ ଉପରେ କୌଣସି ପଦକ୍ଷେପ ନେଉନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ପୋଲିସ ପ୍ରଶାସନ ଏହି ସଟ୍ଟା ଖେଳ ବିଷୟରେ ଜାଣିଶୁଣି ଅଜଣା ହେଉଛି ନା ସୁରକ୍ଷା ଦେଉଛି ତାହା ଲୋକଙ୍କ ଭିତରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗାଇସିଲାଟ ଅଞ୍ଚଳର ଏହି ସଟ୍ଟା ଖେଳ ଉପରେ ରୋକ ଲଗାଇବା ପାଇଁ ଜନସାଧାରଣ ଦାବି କରିଛନ୍ତି ।

0
0
0
s2sdefault