ଆରମ୍ଭ ହେବ ବହୁ ପ୍ରତିକ୍ଷୀତ କରୋନା ଟୀକାକରଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୟୂରଭଞ୍ଜରେ ରାଜ୍ୟର ସର୍ବାଧିକ ୧୦ଟି ଟୀକାକରଣ କେନ୍ଦ୍ର

କେନ୍ଦ୍ର ପରିଦର୍ଶନ କରି ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ  

ବାରିପଦା(ଦିଲ୍ଲୀପ ମହାନ୍ତି) : ବହୁପ୍ରତିକ୍ଷୀତ କରୋନା ଟୀକାକରଣ ନିମନ୍ତେ ମୟୂରଭଞ୍ଜ ପ୍ରସ୍ତୁତ। ଶନିବାରଠାରୁ ଜିଲ୍ଲାରେ ଟୀକାକରଣ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ଏହି କାର୍ୟ୍ୟକ୍ରମ ଉଦ୍ଘାଟନ କଲାପରେ ଜିଲ୍ଲାରେ ଏହା ଆରମ୍ଭ ହେବ। ଏନେଇ ଆଜି ବିଭିନ୍ନ ଟୀକାକରଣ କେନ୍ଦ୍ର ପରିଦର୍ଶନ କରି ସ୍ଥିତି ପରଖିଥିଲେ ଜିଲ୍ଲାପାଳ ବିନୀତ ଭରଦ୍ବାଜ। ଜିଲ୍ଲାପାଳ ଦେବେନ୍ଦ୍ରପୁରସ୍ଥିତ ଟୀକାକରଣ କେନ୍ଦ୍ର ବୁଲି ଦେଖିବା ସହିତ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଜିଲ୍ଲାରେ ଟୀକାକରଣ ନିମନ୍ତେ ସମସ୍ତ ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇଛି। ପ୍ରଥମ ପର୍ୟ୍ୟାୟରେ ଜିଲ୍ଲାରେ ୧୮ହଜାର ୪୨୬ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟୀକା ପ୍ରଦାନ ନେଇ ଚିହ୍ନଟ କରାଯାଇଥିବା ଜିଲ୍ଲାପାଳ ଶ୍ରୀ ଭରଦ୍ବାଜ ପ୍ରକାଶ କରିଛନ୍ତି। ଜିଲ୍ଲାର ତିନି ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ସମେତ ପିଆରଏମ୍ ମେଡିକାଲ କଲେଜ୍ ଏବଂ ହସ୍ପିଟାଲ, ବିଜାତଳା, ଠାକୁରମୁଣ୍ଡା, ଯଶୀପୁର, କପ୍ତିପଦା, ଉଦଳା ପ୍ରଥାମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଦେବେନ୍ଦପୁର ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର ଭଳି ୧୦ଟି ପ୍ରମୁଖ ସ୍ଥାନରେ ଟୀକାକରଣ କରାଯିବା ନିମନ୍ତେ ସ୍ଥିର ହୋଇଛି। ଏହା ରାଜ୍ୟରେ ସର୍ବାଧିକ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜିଲ୍ଲାକୁ ପ୍ରଥମ ଦଫାରେ ୧୧ହଜାର ୯୦୦ ଡୋଜ୍ ଟୀକା ଆସିଛି। ଟୀକାକୁ ଜିଲ୍ଲା ଟୀକା ଭଣ୍ଡାରରେ ସଂରକ୍ଷିତ କରି ରଖାଯାଇଛି। ଉଲ୍ଲେଖଯୋଗ୍ୟଯେ କରୋନା କାରଣରୁ ଜିଲ୍ଲାରୁ ୯୧ଜଣ ପ୍ରାଣ ହରାଇଛନ୍ତି। 

 

0
0
0
s2sdefault