ହେଡଲାଇନସ୍:

କୋଭିଡ-୧୯ ଟିକାକରଣ ପ୍ରକ୍ରିୟାର ପୂର୍ବାଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା  ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ-ଚିକିତ୍ସାଳୟ ପରିସରରେ ଥିବା ପ୍ରସୂତିକାଳୀନ ଏବଂ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ କୋଭିଡ୍ -୧୯ ଟିକାକରଣ ପ୍ରକ୍ରିୟାର ପୂର୍ବାଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  

   କରୋନା ମହାମାରୀକୁ ନେଇ ସାରା ବିଶ୍ବରେ ଦେଖା ଦେଇଥିବା ଆତଙ୍କର ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି ଓ ନିର୍ଦ୍ଦେଶ ପ୍ରକାରେ ଉପଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡାଙ୍କ ସମେତ ସିଡିଏମଓ:  ଡାଃ ପ୍ରଦୀପ କୁମାର ପାତ୍ର ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିଭାଗ  ଅଧିକାରୀ ମାନଙ୍କ ଉପସ୍ଥିତିରେ କୋଭିଡ-୧୯ ଟୀକାକରଣ ପ୍ରକ୍ରିୟାର ପୂର୍ବାଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

ଏଥିରେ ପୁର୍ବ ପ୍ରସ୍ତୁତି ପ୍ରକାରେ ଚିହ୍ନଟ କରାଯାଇଥିବା ୨୫ ଜଣ ସ୍ବାସ୍ଥ୍ୟ କର୍ମୀଙ୍କୁ ଟିକା କରଣ କରିବାର ଅଭ୍ୟାସ କରା ଯାଇଥିଲା। ଏଥିପାଇଁ ଏହି କାର୍ଯ୍ୟକ୍ରମରେ ନିୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ତାଲିମ ପ୍ରାପ୍ତ  ୫ ଜଣିଆ ଏକ ଦଳକୁ ଏଥିପାଇଁ ଦାୟିତ୍ୱ ଦିଆଯାଇ  ଟୀକାକରଣ କିଭଳି ହେବ , ସେ ଉପରେ ପୂର୍ବାଭ୍ୟାସ କାର୍ଯ୍ୟକ୍ରମ ଦେଖାଇ ଦିଆ ଯାଇଥିଲା । 

  ଏହି ପୂର୍ବଭ୍ୟାସ କାର୍ଯ୍ୟକ୍ରମ ପ୍ରକାରେ ଏହାର ପୂର୍ବଦିନ, ସମସ୍ତ ଟିକା ଗ୍ରହଣକାରୀଙ୍କ ନିକଟକୁ ସେମାନଙ୍କ ମୋବାଇଲ୍ ଫୋନ ଯୋଗେ ମେସେଜ ପହଞ୍ଚିଥିବା ଦେଖାଇ ଦିଆଯାଇଥିଲା  ।  ସେଥିରେ ଥିବା ଟିକା ଗ୍ରହଣକାରୀଙ୍କ ପରିଚୟ ପତ୍ର ତଥା ଅନ୍ ଲାଇନ୍ ଡାଟାବେସ୍  ଦେଖିବା ପରେ ଟିକା ଦିଆଯିବା ଆରମ୍ଭ କରଯାଇଥିଲା। 

କୋଭିଡ ଟୀକା ପ୍ରଦାନ କରାଯିବା ପରେ ଯଦି ପାର୍ଶ୍ବ-ପ୍ରତିକ୍ରିୟା ଦେଖାଦିଏ  ତା'ହେଲେ ସେଥିପାଇଁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତା ମୂଳକ ପ୍ରକ୍ରିୟା ତଥା ପଦକ୍ଷେପ ନେବାପାଇଁ ପ୍ରସ୍ତୁତି ହୋଇସାରିଛି ।

ଏମିତିକି , ଏଥିପାଇଁ ଯେ କୌଣସି ପରିସ୍ଥିତିର ମୁକାବିଲା କରାଯିବାକୁ ଏବଂ ସମସ୍ତଙ୍କୁ ଯେଭଳି ସୁରୁଖୁରୁରେ ଟୀକା ପ୍ରଦାନ କରାଯାଇପାରିବ ସେଥିପାଇଁ ସମସ୍ତ ପ୍ରସ୍ତୁତି ହୋଇଛି । 

ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟରେ ଏହି କୋଭିଡ-୧୯ ଟୀକାକରଣ କାର୍ଯ୍ୟକ୍ରମରେ ପାରାମେଡିକଲ , ଡାକ୍ତର , ଷ୍ଟାଫନର୍ସ , ଫାର୍ମାସିଷ୍ଟ , ପ୍ରାଇଭେଟ ପ୍ରାକ୍ଟିସନର , ଆମ୍ବୁଲାନ୍ସ ଷ୍ଟାଫ ଏବଂ ଆଉଟ ସୋର୍ସିଙ୍ଗ ଷ୍ଟାଫ ପ୍ରମୁଖ ମୋଟ ୬ ହଜାର ୯୯୩ ଜଣଙ୍କୁ ସାମିଲ କରାଯିବାକୁ ସ୍ଥିରୀକୃତ ହୋଇଛି ବୋଲି ସିଡିଏମଓ: ଡାଃ ପ୍ରଦୀପ ପାତ୍ର ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି । 

ଏଥିରେ  ମୁଖ୍ୟତଃ ସମସ୍ତ ବ୍ଲକରୁ ଆସିଥିବା ସ୍ବାସ୍ଥ୍ୟ ଦଳ ଯେଉଁମାନେ କି  କୋଭିଡ-୧୯ ଟୀକାକରଣ  କାର୍ଯ୍ୟକ୍ରମ ବେଳେ ନିୟୋଜିତ ହେବେ , ସେମାନେ ଉପସ୍ଥିତ ରହି ସମସ୍ତ ପୂର୍ବାଭ୍ୟାସ ପ୍ରକ୍ରିୟା କାର୍ଯ୍ୟକ୍ରମକୁ ବାହାରେ ରହି ଦେଖିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଏଡିପିଏଚଓ: ଡାଃ ଏମ: ଏସ: ମୁନିର , ଡିପିଏମ: ସୌମ୍ୟରାଣୀ ଗୌଡ଼ , ଏଡିଏମଓ: ଡାକ୍ତର ପଣ୍ଡା , ଆରସିଏଚ:- ଡେପୁଟି ମ୍ୟାନେଜର ଶ୍ରୀ ଶୁଶାନ୍ତ କୁମାର ନାୟକ , ଜିଲ୍ଲା ଡାଟା ମ୍ୟାନେଜର ଶ୍ରୀ ଅରବିନ୍ଦ ପାଣି ପ୍ରମୁଖଙ୍କ ସମେତ ସମସ୍ତ ବ୍ଲକର ଏମଓଆଇସି: ଡାକ୍ତର ଏବଂ ୫ ଜଣିଆ ଦଳ , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅନ୍ୟାନ୍ୟ ଡାକ୍ତର ,  ଷ୍ଟାଫ ନର୍ସ , ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ ।

0
0
0
s2sdefault