ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ପବିତ୍ର କାର୍ତିକମାସ ଶୁକ୍ଳ ଦଶମୀ ତିଥିରେ ଓଡଗାଁ ପ୍ରଭୁ ଶ୍ରୀରଘୁନାଥଜୀଉଙ୍କ ପୀଠରେ ରାଇଦାମୋଦର ବେଶ ବେଶ ଅନୁଷ୍ଠିତ ହୋଇଥିଲା । ପରମ୍ପରା ଅନୁସାରେ ବିଧି ବିଧାନ ପୂର୍ବକ ମନ୍ଦିରରେ ନୀତିକାନ୍ତୀ ଚାଲିଥିଲେ ମଧ୍ୟ କୋଭିଡ କଟକଣା ଯୋଗୁଁ ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦିର ପ୍ରବେଶ ପାଇଁ ବାରଣ ରହିଛି । ଅନେକ ଶ୍ରଦ୍ଧାଳୁ ମନ୍ଦିର ସିଂଘ ଦୁଆର ସମୁଖରେ ପହଁଚି ପ୍ରଭୁଙ୍କୁ ଦର୍ଶନ କରି ଭକ୍ତି ନୈବେଦ୍ୟ ଅର୍ପଣ କରି ଫେରି ଯାଇଥିଲେ । ଆଜି ଭୋର ୪ଟାରେ ମନ୍ଦିର ଦ୍ୱାର ଫିଟା ହୋଇ ଶୋଧନ ନିତି ପରେ ସକାଳ ୫ଟାରେ ମଙ୍ଗଳଆଳତୀ, ଅବକାଶ, ପଂଚାମୃତସ୍ନାନ, ମଇଲମ, ତଡପଲାଗି, ଖଟଣୀ ନୀତି ଅନୁଷ୍ଠିତ ହୋଇଥିଲା । ପହଡ଼ ପରେ ପାଳିଆ ପଣ୍ଡା ତିନି ଠାକୁରଙ୍କୁ ଆଜି ରାଇଦାମୋଦର ବେଶରେ ସଜ୍ଜିତ କରିଥିଲେ । ପାଳିଆ ପଣ୍ଡା ଓ ପୂଜକ ପରିଷଦର ସମସ୍ତ କର୍ମକର୍ତା, ମନ୍ଦିର ପରିଚ୍ଛା, ମନ୍ଦିର ପରିଚାଳକଙ୍କ ଦ୍ୱାରା ସୁଚାରୁ ରୁପେ ସମସ୍ତ ନିତୀ ସଂପାଦିତ ହୋଇଥିଲା ।