ହେଡଲାଇନସ୍:

ମେଲଛାମୁଣ୍ଡା ପୁଲିସ ଏଏସଆଇଙ୍କ ଅକାଳ ବିୟୋଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା,(ମନୋଜ ଭୋଇ)- ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନାରେ କାର୍ଯ୍ୟରତ ପୁଲିସ ଆସିଷ୍ଟାଣ୍ଟ  ସବ ଇନ୍ସପେକ୍ଟର (ଏଏସଆଇ) ଦିଲିପ କୁମାର ଦେହୁରୀଙ୍କ ସୋମବାର ଭୋରରୁ ଅନଗୁଲ ଜିଲ୍ଳାର ଏକ ନର୍ସିଙ୍ଗହୋମରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଲକୁ ତାଙ୍କ ୫୬ବର୍ଷ ହେଉଥିଲା । ସେ ଦୀର୍ଘ ବର୍ଷ ହେବ ଶ୍ୱାସ ରୋଗରେ ପିଡିତ ଥିଲେ । ମାତ୍ର ଗତ ୨ମାସ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଥାନାରୁ ଛୁଟି ନେଇ ତାଙ୍କ ନିଜ ଗାଁ ଅନୁଗୁଲ ଜିଳ୍ଳା ଛେଣ୍ଡିପଦା ଥାନା ଅଧିନସ୍ଥ ବସନ୍ତପୁରକୁ ଯାଇଥିଲେ । ସେଠାରେ ଏକ ଚିକିତ୍ସାଳୟରେ ଚିକିତ୍ସା ହେଉଥିବା ବେଳେ ସୋମବାର ଭୋରରୁ ତାଙ୍କର ଦେହାନ୍ତ ଘଟିଥିଲା । ତାଙ୍କର ଅକାଳ ବିୟୋଗ ଖବର ଜାଣିବା ପରେ ମେଲଛାମୁଣ୍ଡା ଥାନା କର୍ମଚାରୀ ତଥା ତାଙ୍କ ସଂସ୍ପଶରେ ଆସିଥିବା ବ୍ୟକ୍ତି ବିଶେଷଙ୍କ ମନରେ ଶୋକର ଲହରି ଖେଲିଯାଇଥିଲା । ସ୍ୱର୍ଗତ ଦେହୁରୀ ତାଙ୍କ ପଛରେ ତାଙ୍କ ସ୍ତ୍ରୀ, ୨୮ ବର୍ଷର ପୁଅ ଓ ୨୧ ବର୍ଷର ଗୋଟେ ଝିଅ ଛାଡି ଚାଲିଯାଇଛନ୍ତି । ସେ ଜଣେ ସରଳ, କର୍ତବ୍ୟନିଷ୍ଠ, ସ୍ପଷ୍ଟବାଦୀ ବ୍ୟକ୍ତି ଭାବେ ମେଲଛାମୁଣ୍ଡା ଥାନା ଅଂଚଳରେ ବେଶ ଜଣାଶୁଣା ଥିଲେ ।

0
0
0
s2sdefault