ହେଡଲାଇନସ୍:

ନୂଆ ସ୍ୱରୂପ ନେବ ସ୍ୱର୍ଗଦ୍ୱାର, ମାର୍ଚ୍ଚ ସୁଦ୍ଧା ସରିବ  ପୁନଃବିକାଶ କାର୍ଯ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ ଗସ୍ତରେ ୫-ଟି ସଚିବ ପାଣ୍ଡିଆନ, ବିକାଶ କାର୍ଯ୍ୟର କଲେ ସମୀକ୍ଷା 

ପୁରୀ : ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ପୁରୀ ସ୍ୱର୍ଗଦ୍ୱାରର ପୁନଃବିକାଶ କାର୍ଯ୍ୟ ସମ୍ପନ୍ନ ହେବ । ନୂଆ ସ୍ୱରୂପ ନେବା ସ୍ୱର୍ଗଦ୍ୱାର | ଗତ ଫନୀ ବାତ୍ୟାରେ ଅସଜଡ଼ା ହୋଇଯାଇଥିବା ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଘୋଷଣା ଅନ୍ତର୍ଗତ  ସ୍ୱର୍ଗଦ୍ୱାରର ନବୀକରଣକୁ ପ୍ରାଥମିକତା ଦିଆଯାଇଛି |  ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ବିଜେସ୍ଥଳୀ ଶ୍ରୀକ୍ଷେତ୍ର  ସର୍ବୋପରି  ଭାରତର ଚାରୋଟି ପବିତ୍ର ଧାମ ମଧ୍ୟରେ ଅନ୍ୟତମ ପୁରୁଷୋତ୍ତମ କ୍ଷେତ୍ର ପ୍ରତିବର୍ଷ ସମଗ୍ର ବିଶ୍ୱରେ ବହୁ ସଂଖ୍ୟାରେ ତୀର୍ଥଯାତ୍ରୀଙ୍କୁ ଆକର୍ଷିତ କରୁଥିବା ବେଳେ ଏହାର ବିକାଶ ପାଇଁ ରାଜ୍ୟ ସରକାର କଟୀବଦ୍ଧ | ଆଉ ଏହି ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ବିକାଶ ପ୍ରକ୍ରିୟା | ଆଉ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଆଜି ପୁରୀ ଗସ୍ତରେ ଆସି ସ୍ୱର୍ଗଦ୍ୱାରର ନବୀକରଣ କାର୍ଯ୍ୟର ସମୀକ୍ଷା କରିବା ପରେ ମାର୍ଚ୍ଚ ମାସ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ କଣ୍ଟ ଦେଇଛନ୍ତି । ଏଥିସହ ଶ୍ରୀ ପାଣ୍ଡିଆନ୍ ଗୋଶାଳା ଏବଂ ବଡ଼ଦାଣ୍ଡ ଭିକାରୀଙ୍କ ଥଇଥାନ କାର୍ଯ୍ୟର ସମୀକ୍ଷା କରିଥିଲେ ।

ବଡ଼ଦାଣ୍ଡକୁ ଗାଈଗୋରୁ ଓ ଷଣ୍ଢଙ୍କ ଦୌରାତ୍ମ୍ୟରୁ ମୁକ୍ତାରଖିବା ସହ ସଫାସୁତୁରା ରଖିବା ପାଇଁ ବୁଲା ଗାଈଗୋରୁଙ୍କ ପାଇଁ ଗୋଶାଳା ନିର୍ମାଣ ସମ୍ପନ୍ନ ହୋଇଛି । ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୭୦୦ ଗାଈଗୋରୁଙ୍କୁ ସେହି ଗୋଶାଳାକୁ  ସ୍ଥାନାନ୍ତର କରାଗଲାଣି । ଅନ୍ୟ ଏକ ମାସରେ ଆସନ୍ତା ୪୦୦ ଗାଈ ଗୋରୁଙ୍କୁ  କୁ ସ୍ଥାନାନ୍ତରିତ କରାଯିବ । ଏଥିପାଇଁ ଆବଶ୍ୟକୀୟ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଯୋଗାଇ ଦିଆଯାଉଛି | ସେହି ପରି ବଡ଼ଦାଣ୍ଡରେ ଭିକ ମାଗି ଚଳୁଥିବା ଭିକାରି ମାନଙ୍କ ସମ୍ମାନର ସହ ବଂଚିବା ପାଇଁ ଥଇଥାନ ବ୍ୟବସ୍ଥା କରାଯାଉଛି | ଏଯାବତ  ୫୦୦ ଭିକାରୀଙ୍କୁ ଉଦ୍ଧାର କରାଯାଇଥିବା ବେଲେ ତନ୍ମଧ୍ୟରୁ ୧୫୦ ଭିକାରୀଙ୍କ ପରିଚୟ ଚିହ୍ନଟ କରାଯାଇ  ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି | 

ପୁରୀ ଗସ୍ତ ଅବସରରେ ଶ୍ରୀ ପାଣ୍ଡିଆନ୍ ବାଙ୍କୀ ମୁହାଣ,  ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ ଓ ନୀଳାଦ୍ରି ବେଳାଭୁମି  ପରିଦର୍ଶନ କରି ସେଠାରେ ଉନ୍ନତି କାର୍ଯ୍ୟର ସମୀକ୍ଷା କରିଥିଲେ । ସମୀକ୍ଷା ବୈଠକରେ ପୁରୀ ଜିଲ୍ଲାପାଳ, ବିଏମସି ଓ ସିଏମସି କମିଶନଙ୍କର ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ

 । ବିଏମସି ଓ ସିଏଏମସି ମଧ୍ୟ ଅନୁରୂପ ଭାବେ ସେମାନଙ୍କ ଅଂଚଳର ଗାଇଗୋରୁମାନଙ୍କୁ ସହର ଭିତରୁ ନେଇ ଗୋଶାଳାରେ ଥଇଥାନ କରିବେ | ସେମାନଙ୍କ ଅଂଚଳରେ ଥିବା ଭିକାରୀମାନଙ୍କୁ ମଧ୍ୟ ସେମାନେ ଅନୁରୂପ ଢଙ୍ଗରେ ଥଇଥାନ କରିବେ | ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ବା ପ୍ରକ୍ରିୟା ପୂର୍ଣ୍ଣାଙ୍ଗ ହେଲେ ପୁରୀ ସହର ନୂଆ ରୂପ ପାଇବା ବୋଲି ଆଶାବ୍ୟକ୍ତ କରାଯାଇଛି | 

0
0
0
s2sdefault