ହେଡଲାଇନସ୍:

ପୂର୍ବତନ ମୁଖ୍ୟ ଶାସନ ସଚିବ  ଡ଼  ବି. ଭେଙ୍କଟରମଣଙ୍କ ପରଲୋକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡ଼ିଶା କ୍ୟାଡରର ପୂର୍ବତନ ଆଇଏଏସ୍ ଅଫିସର ଡ. ବି. ଭେଙ୍କଟରମଣଙ୍କ ଦିଲ୍ଲୀସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛିା ମୄଯଉଁବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲାା ୧୯୫୦ ବ୍ୟାଚର ଏହି ପୂର୍ବତନ ପ୍ରଶାସକ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବା ସହ ଓଡ଼ିଶାର ପର୍ଯ୍ୟଟନ ଓ ସଂସ୍କୃତି ଏବଂ ଗୃହ ବିଭାଗର ସଚିବ ଭାବେ କାର୍ଯ୍ୟ କରିଥିଲେ | ସେ ମଧ୍ୟ ୧୯୮୦ ମସିହା ଫେବୃଆରୀ ମାସରେ ଏକ ମାସ ପାଇଁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ| କେନ୍ଦ୍ର ପର୍ଯ୍ୟଟନ ମନ୍ତଣାଳୟ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ ଭାବେ ଡ. ଭେଙ୍କଟରମଣ କାର୍ଯ୍ୟ କରିଥିଲୋ

ଓଡ଼ିଶାରେ ତାଙ୍କର କାର୍ଯ୍ୟକାଳ ସମୟରେ ଭୁବନେଶ୍ୱରସ୍ଥିତ ମୁ୍ୟଜିୟମରେ  ତାଳପତ୍ର ପୋଥିର ସଂରକ୍ଷଣ, ଲକ୍ଷ୍ମଣେଶ୍ୱର, ଶତ୍ରୁଘ୍ନେଶ୍ୱର ଏବଂ ଭରତେଶ୍ୱର ଭଳି ପୁରାତନ ମନ୍ଦିରଗୁଡ଼ିକର ପୁନରୁଦ୍ଧାର ପାଇଁ ସେ ପଦକ୍ଷେପ ନେଇଥିଲେ | ଫୁଲବାଣୀ ସହରକୁ ପାନୀୟ ଜଳ ଯୋଗାଣ ଓ କେନ୍ଦୁଝର କଲେଜ ସ୍ଥାପନ ପାଇଁ ମଧ୍ୟ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା | ଏତଦ୍ବ୍ୟତୀତ ଚୋଳ କଳା ଓ ଇତିହାସର ଜଣେ ବିଦ୍ୱାନ ଏବଂ ଗବେଷକ ଭାବରେ ସେ ଚୌଳ ମନ୍ଦିର, କଳା, ସଂସ୍କୃତି, ଐତିହ୍ୟ ଉପରେ ଅନେକ ପୁସ୍ତକ ରଚନା କରିଛନ୍ତିା ଓଡ଼ିଶାର କଳାସଂସ୍କୃତି, ଐତିହ୍ୟ ପ୍ରତି ତାଙ୍କର ଗଭୀର ଅନୁରାଗ ଥିଲା ଏବଂ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାର ବିକାଶ ପାଇଁ ସେ ତାଙ୍କ ପ୍ରଶାସନିକ ଦାୟିତ୍ୱ ମଧ୍ୟରେ ବହୁ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଥିଲେ ଏବଂ ଜଣେ ଦରଦୀ ପ୍ରଶାସକ ଭାବେ ସୁନାମ ଅର୍ଜନ କରିଥିଲୋ 

0
0
0
s2sdefault