ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଜନ୍ ନାୟକଙ୍କ ଦେହାନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ):  ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଜନ୍ ନାୟକଙ୍କ ଦେହାନ୍ତ ହୋଇଛି। ପୋଲିସ ଡିଜି ପଦରୁ ୨୦୦୨ ରେ ଅବସର ନେଇଥିବା ୧୯୬୫ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଗତକାଲି ରାତିରେ କରୋନା କାରଣରୁ ପ୍ରାଣ କରାଇଥିବା ଓଡିଶା ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କ ଟୁଇଟରୁ  ଜଣାପଡିଛି । ଡିଜିପି ଓଡିଶା ଶ୍ରୀ ଅଭୟ  ସ୍ବର୍ଗତ ଶ୍ରୀ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି ଯେ “ଫୁଲବାଣୀର ଏକ ଦୁର୍ଗମ ଆଦିବାସୀ ଗ୍ରାମରୁ ରାଜ୍ୟର ଡିଜି ପଦବୀ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ପ୍ରେରଣାଦାୟକ ଥିଲା। ”

ଜନ୍ ନାୟକ, ୧୯୪୨ ମସିହାରେ କନ୍ଧମାଲ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ | ନିଜର ନିଷ୍ଠା, କଠିନ ଅଧ୍ୟବସାୟ ବଳରେ ଏହା ପରେ ସେ ରେଭେନ୍ସା କଲେଜ, କଟକରୁ ସମ୍ମାନ ସହ ସ୍ନାତକ ହାସଲ କରିଥିଲେ | ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏମଏ ଏବଂ ଆଇନ ଡିଗ୍ରୀ ହାସଲ କରିଥିଲେ | ସେ ୧୯୬୫ରେ ଆଇପିଏସରେ ଯୋଗ ଦେଇଥିଲେ ଏବଂ ୨୦୦୨  ରେ ପୋଲିସର ମହାନିର୍ଦ୍ଦେଶକ ଭାବରେ ଅବସର ନେଇଥିଲେ। ତାଙ୍କର ସେବା କ୍ୟାରିଅର୍ ସମୟରେ, ସେ ବିଶେଷ ଭାବରେ ସମାଜର ଦୁର୍ବଳ ବର୍ଗର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆନ୍ତରିକ ଏବଂ ନମ୍ର ଉଦ୍ୟମ କରିଥିଲେ | ଅବସର ପରେ ସେ ନିଜକୁ ମାନବିକ, ଦାତବ୍ୟ  ଏବଂ ସାମାଜିକ ସେବାରେ ସଂଗଠନ ସହିତ ଜଡିତ ହୋଇ ସେବା କାର୍ଯ୍ୟରେ  ନିୟୋଜିତ ଥିଲେ।

 

0
0
0
s2sdefault