ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ କୃଷି ସଂସ୍କାର ଆଇନକୁ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କେରାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଅମରା ଗ୍ରାମର ଚାଷୀ ମାନେ ସ୍ୱାଗତ କରିବା ସହ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଗ୍ରାମର ୨ ଜଣ ଚାଷୀ ସୁନୀଲ କୁମାର ମହାପାତ୍ର ଏବଂ ସୁରେଶ ଜେନା ପ୍ରମୁଖ କେନ୍ଦ୍ର ସରକାରଙ୍କ କୃଷି ସଂସ୍କାର ଆଇନ ସମ୍ପର୍କରେ କହିଛନ୍ତି ଯେ , ଏହି ଆଇନ ଚାଷୀମାନଙ୍କୁ ସୁହାଇଲା ଭଳି ଘୋଷଣା ହୋଇଛି ଯାହାକି , ଏହି ଆଇନ ମୁଖ୍ୟତଃ କୃଷି କ୍ଷେତ୍ରକୁ ସମୃଦ୍ଧ କରିବା ସହ ଚାଷୀ ମାନଙ୍କ ସଶକ୍ତ କରାଇବ ।
ଏମିତି କି ଏଥିରେ , ଚାଷୀ ମଞ୍ଜି ବୁଣିବା ଠାରୁ ଆରମ୍ଭ କରି ଧାନ ବିକ୍ରି କରିବା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ଉପକୃତ ହୋଇପାରିବ । ଚାଷୀମାନେ ସେମାନଙ୍କ ଉତ୍ପାଦିତ କୃଷିଜାତ ସାମଗ୍ରୀକୁ ନିଜର ଇଛାନୁସାରେ ଯେଉଁଠି ଚାହିଁବେ ସେଠାରେ ଲାଭ ପାଇବା ଭଳି ମୂଲ୍ୟରେ ବିକ୍ରି କରିପାରିବେ ।
ପୂର୍ବରୁ ଚାଷୀମାନଙ୍କ ପାଇଁ ବଜାର ସୁବିଧା କହିଲେ ମଣ୍ଡି ମଧ୍ୟରେ ହିଁ ସୀମିତ ଥିଲା , ଚାଷୀ ଏଣିକି ମଣ୍ଡିକୁ ଆସି ଲମ୍ବା ଧାଡିରେ ଠିଆ ହେବାକୁ ପଡିବ ନାହିଁ କି ଦଲାଲଙ୍କ କବଳରେ ପଡିବେ ନାହିଁ । ଏହି କୃଷି ସଂସ୍କାର ଆଇନ ଦ୍ୱାରା ଚାଷୀମାନେ ବେଶ ଉପକୃତ ହେବେ , ତେଣୁ ଆମେ ଏଥିପାଇଁ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି ଚାଷୀମାନେ କହିଛନ୍ତି ।