ହେଡଲାଇନସ୍:

ପ୍ରଧାନମନ୍ତ୍ରୀଙ୍କ କରୋନା ମୁକାବିଲା ଜନ ଆନ୍ଦୋଳନରେ ସାମିଲ ହେବାପାଇଁ ଓଡ଼ିଶାବାସୀଙ୍କୁ ନିବେଦନ କଲେ ଧର୍ମେନ୍ଦ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

• ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ଏବଂ ହାତକୁ ସଫା ରଖିବା ପାଇଁ ନିବେଦନ

• ନିଜକୁ କରୋନାରୁ ସୁରକ୍ଷିତ ରଖିବା ପାଇଁ ସଂକଳ୍ପ କରିବା

• କରୋନା ଟୀକା ନଆସିବା ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ

ଭୁବନେଶ୍ୱର(ଶାସକ ପ୍ରଶାସକ) - କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗୁରୁବାର ଶୁଭାରମ୍ଭ ହୋଇଥିବା ଏକ ଜନଆନ୍ଦୋଳନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ସାମିଲ ହୋଇ ଓଡ଼ିଶାବାସୀଙ୍କୁ ଏହି ଜନଆନ୍ଦୋଳନରେ ସାମିଲ ହେବାକୁ ନିବେଦନ କରିଛନ୍ତି ।

ମାସ୍କକୁ ସଠିକ୍ ଭାବରେ ପିନ୍ଧିବା, ସର୍ବସାଧାରଣ ସ୍ଥାନରେ ଦୁଇ ମିଟର ସାମାଜିକ ଦୂରତା ରଖିବା ଏବଂ ହାତକୁ ସଫା ରଖିବା ପାଇଁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଆଗାମୀ ପର୍ବ ପର୍ବାଣୀ ସମୟରେ କରୋନା ମୁକାବିଲାରେ ଜନଭାଗିଦାରୀ ବଢାଇବା ଏବଂ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଜନଆନ୍ଦୋଳନର ଶୁଭାରମ୍ଭ କରିଛନ୍ତି  । କରୋନା ଟୀକା ନଆସିବା ପର୍ଯ୍ୟନ୍ତ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି, ଏହା ପ୍ରଧାନମନ୍ତ୍ରୀଙ୍କ ମୂଳ ଆହ୍ୱାନ  ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନରେ ସମସ୍ତେ ନିଜକୁ କରୋନାରୁ ସୁରକ୍ଷିତ ରଖିବା ପାଇଁ ସଂକଳ୍ପ କରିବାକୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ପାଳନ କଲେ ଏହି କରୋନା ଯୁଦ୍ଧରେ ସମସ୍ତେ ବିଜୟୀ ହୋଇପାରିବା ବୋଲି ସେ କହଛନ୍ତି  ।

ସୂଚନାଯୋଗ୍ୟ ଯେ ମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି  ଇସ୍ପାତ ମନ୍ତ୍ରଣାଳୟର ଅଧିକାରୀ ତଥା ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଅଧିକାରୀ ତଥା ସେମାନଙ୍କ ପିଏସୟୁ ଗୁଡ଼ିକର ଅଧିକାରୀମାନଙ୍କୁ  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କୋଭିଡ ସଚେତନତା ପାଇଁ ଦେଇଥିବା ଆହ୍ବାନ ର ଶପଥ ପାଠ କରାଇଥିଲେ ।

0
0
0
s2sdefault