ଅତିଶିଘ୍ର କ୍ଷତି ହୋଇଥିବା ଧାନଚାଷକୁ ଆକଳନ କରିବା ସହିତ ଇନପୁଟ ସବସିଡି ଯୋଗାଇ ଦେବାପାଇଁ ଦାବୀ ଜଣାଇଲେ କ୍ଷତିଗ୍ରସ୍ତ ଚାଷୀ
ପଦ୍ମପୁର-ବରଗଡ ଜିଲ୍ଲା ସାରା ଓଡିଶାରେ ଭାତହାଣ୍ଡି ଭାବେ ପରିଚିତ l ପଦ୍ମପୁର ଅଂଚଳ ରେ ବସବାସ କରୁଥିବା ଅଧିବାସୀ ଖରିଫଋତୁ ରେ ଧାନ ଚାଷକୁ ପ୍ରଧାନ୍ୟ ଦେଇଥାନ୍ତି କାରଣ ଏ ଅଂଚଳ ରେ ଚାଷୀ ମାନଙ୍କ ପାଇଁ ଚାଷ କାର୍ଯ୍ୟ ସକାଶେ ସ୍ଥାୟୀ ସୁବିଧା ଆଜି ପର୍ଯ୍ୟନ୍ତ ହୋଇ ପାରିଲା ନାହିଁ l ନେତୃସ୍ଥାନୀୟ ବ୍ୟକ୍ତି ମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ ପଦ୍ମପୁର ଅଂଚଳଟି ଏକ ପ୍ରକାର ର ମରୁଡି ଅଂଚଳ ଭାବେ ରହିଯାଇଛି l ଦୂରଦୃଷ୍ଟି ଏହାର ମୁଖ୍ୟ କାରଣ ଅଟୋ ସେ ଯାହାବି ହେଉ ଚାଷୀ ଚଳିତ ଖରିଫ ଋତୁ ର ମୁଠାଏ ଧାନ ପାଇଁ ଆଜିକାର ଦିନ ରେ ଚିନ୍ତାଶୀଳ ଅବସ୍ଥା ରେ ମୁଣ୍ଡ ରେ ହାତ ଦେଇ ବସି ପଡିଲାଣି l ମୁଣ୍ଡ ର ଝାଳ ତୁଣ୍ଡ ରେ ମାରି ଚାଷୀ ଆଜି ଦିଗହରା ଭାବେ ଛୁଟି ଆସିଥିଲା ପଦ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଅଭିମୁଖେ l ବିଭିନ୍ନ ପ୍ରକାର ର ରୋଗ ରେ ଜର୍ଜରୀତ ହୋଇ ଧାନ ଫସଲ ସମ୍ପୂଣ୍ଣ ଭାବେ ଉଜୁଡି ସାରିଲାଣି l କାଳ ବିଳମ୍ବ ନକରି ଅତିଶିଘ୍ର କ୍ଷତି ହୋଇଥିବା ଧାନଚାଷ କୁ ଆକଳନ କରିବା ସହିତ ଚାଷୀ ମାନଙ୍କୁ ଇନପୁଟ ସବସିଡି ଯୋଗାଇ ଦେବାପାଇଁ ଦାବୀ ପତ୍ର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ୍ ଙ୍କୁ ପ୍ରଦାନ କରିଛନ୍ତି l ଆଜି ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ପୁରେନା ଗ୍ରାମପଂଚାୟତ ର ମାଁ ଠାକୁରଦେଇ କୃଷକ ସଙ୍ଗଠନ ର ସଭାପତି ଶ୍ରୀଯୁକ୍ତ ଦେବରାଜ ସାହୁ ଙ୍କ ନେତୃତ୍ୱ ରେ ଚାଷୀମାନେ ଏ ବିଷୟରେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଏହାସହ ନଷ୍ଟ ହୋଇଥିବା ଧାନକେଣ୍ଡାକୁ ନିଜର ଅସୁବିଧା ଜଣାଇଥିଲେ l ସମସ୍ତ ବିଷୟକୁ ଅବଗତ କଲାପରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦରୱାନ୍ ଏହାକୁ ବରଗଡ ଡି.ଡି.ଏ ଙ୍କୁ ଜଣାଇଦିଆଯିବ ବୋଲି ଚାଷୀ ଙ୍କୁ ପ୍ରତିଶୃତି ପ୍ରଦାନ କରିଥିଲେ l ଏଠାରେ ଉଲ୍ଲେଖନୀୟ ଏହିକି ବଜାର ରେ ଚାହା ଦୋକାନ ଖୋଲିଲାଭଳି ବିନା ପଂଜିକୃତ ସାର ଓ କୀଟନାଶକ ଓୌଷଧ ଦୋକାନ ଗ୍ରାମାଂଚଳରେ ଛାଇଁ ହୋଇଗଲାଣି l ସେମାନେ ଛତିଶଗଡ ରାଜ୍ୟ ତଥା ବିଭିନ୍ନ ପ୍ରଦେଶ ରୁ ଡୁପ୍ଲିକେଟ ସାର ତଥା କୀଟନାଶକ ଔଷଧ ବିଭିନ୍ନ ପ୍ରକାର ର ବାହାନା ଦେଖାଇ ମାଲେମାଲ ହେବାରେ ଲାଗିଥିବାବେଳେ ଏଭଳି ଔଷଧ ବ୍ୟବହାର କରିବାଫଳ ଚାଷ ରେ ଲାଗିଥିବା ବିଭିନ୍ନ ଜାତୀୟ ରୋଗ ରୁ ଚାଷ କୁ ରକ୍ଷା କରିପାରିଲେ ନାହିଁ l ଏଣୁ ଉଚିତ ତଦନ୍ତ କରି ବିନା ପଂଜିକୃତ ସାର ଓ କୀଟନାଶକ ଔଷଧ ଦୋକାନ ଗୁଡିକ ବନ୍ଦକରି ଅଶିକ୍ଷିତ ବେପାରୀ ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ କୃଷୀବିଭାଗୀୟ ଅଫିସର ବରଗଡଙ୍କୁ ଚାଷୀମାନେ ଅନୁରୋଧ କରିଛନ୍ତି l








