ମାମଲାର ବିଚାର କରିଥିବା ସିବିଆଇର ସ୍ୱତନ୍ତ୍ର ବିଚାରପତି ଦିଲୀପଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଅକ୍ଟୋବର ୧୪ରେ ଦଣ୍ଡବିଧାନ ହେବା ସଂଭାଵନା
ନୂଆଦିଲ୍ଲୀ (ଶାସକ ପ୍ରଶାସକ) - ୧୯୯୯ ଝାରଖଣ୍ଡ କୋଇଲା ଘୋଟାଲାରେ ସମ୍ପୃକ୍ତ ଥିବାରୁ ସିବିଆଇର ସ୍ୱତନ୍ତ୍ର ବିଚାରପତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସ୍ୱତନ୍ତ୍ର ବିଚାରପତି ଭରତ ପରାଶର ଆଜି ଶ୍ରୀ ରାୟ ଏବଂ ଅନ୍ୟମାନଙ୍କୁ ଅପରାଧିକ ଷଡ଼ଯନ୍ତ୍ର ଏବଂ ଅନ୍ୟାନ୍ୟ ଅପରାଧ ପାଇଁ ଭାରତୀୟ ଦଣ୍ଡବିଧି ଆଇନର ଧାରା 120-ବି, 409 ଏବଂ 420 ଅନୁଯାୟୀ ଷଡଯନ୍ତ୍ର, ଠକେଇ ଏବଂ ବିଶ୍ୱାସର ଉଲ୍ଲଂଘନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଶ୍ରୀ ରାୟଙ୍କ ବ୍ୟତୀତ କୋର୍ଟ କୋଇଲା ମନ୍ତ୍ରଣାଳୟର ଦୁଇଜଣ ବରିଷ୍ଠ ଅଧିକାରୀ ପ୍ରଦିପ କୁମାର ବାନାର୍ଜୀ ଏବଂ ନିତ୍ୟାନନ୍ଦ ଗୌତମ ଏବଂ କାଷ୍ଟ୍ରୋନ ଟେକ୍ନୋଲୋଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରିଛନ୍ତି। ସୂଚନାଯୋଗ୍ୟ ଯେ ଯେ ୧୯୯୯ରେ ଅଟଳ ବିହାରୀ ବାଜପେୟୀ ସରକାରରେ ଦିଲ୍ଲୀପ ରାୟ କୋଇଲା ମନ୍ତ୍ରୀ ଥିଲା ବେଲେ ଝାରଖଣ୍ଡ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା |
ସିବିଆଇ ଦ୍ୱାରା ସେମାନଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟର ଆଇନଗତ ବୈଧତାକୁ ନେଇ ଶ୍ରୀ ରାୟ ଓ ଅନ୍ୟଅଭିଯୁକ୍ତମାନେ ପ୍ରଶ୍ନ ଉଠାଇ । ଯୁକ୍ତି ଦର୍ଶାଯାଇଥିଲା ଯେ,ଶ୍ରୀ ରାୟ, ଶ୍ରୀ ଗୌତମ ଏବଂ ଶ୍ରୀ ବାନାର୍ଜୀ ସରକାରୀ ସେବାରେ ଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ପୂର୍ବ ମଞ୍ଜୁରୀ ଆବଶ୍ୟକ ଥିଲା। ସ୍ୱତନ୍ତ୍ର ଜଜ୍ କହିଛନ୍ତି ଯେ ଚାର୍ଜସିଟ୍ ଦାଖଲ କରିବା ସମୟରେ ଶ୍ରୀ ରାୟ, ଶ୍ରୀ ଗୌତମ ଏବଂ ଶ୍ରୀ ବାନାର୍ଜୀ ସେବାରୁ ନିବୃତ ହୋଇସାରିଥିଲେ | ତେଣୁ ସେ ନିୟମ ସେମାନଙ୍କ ପାଇଁ ଲାଗୁ ହେବ ନାହିଁ | ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ ଅପରାଧିକ ମାମଲା ଆରମ୍ଭ ହେବା ପୂର୍ବରୁ ମଧ୍ୟ ମଞ୍ଜୁର ପାଇଁ ଆବଶ୍ୟକ କରୁଥିବା ଅଧିନିୟମ (ଧାରା 19) ର ସଂଶୋଧନ ଅଭିଯୁକ୍ତଙ୍କ ପାଇଁ ବି ପ୍ରଯୁଜ୍ୟ ନୁହେଁ। କାରଣ ସଂଶୋଧନ କାର୍ଯ୍ୟକାରୀ ହେବା ପୂର୍ବରୁ ପ୍ରୋସେକ୍ୟୁସନ ପ୍ରକ୍ରିୟା ଆରମ୍ଭ ହୋଇଥିଲା |
14 ଅକ୍ଟୋବରରେ ଦଣ୍ଡବିଧାନ ହେବାର ଆଶା କରାଯାଉଛି | ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟକୁ ଡକାଯାଇଛି।