ମୁଣ୍ଡକୁ ଛାତ ଟିକେ କେବେ ଦେବେ ମୋ ସରକାର ଏ ଗରିବ ଦମ୍ପତିଙ୍କୁ
ଧର୍ମଗଡ ସୁଶାନ୍ତ ରାଉତ : ଅତି ନିରୀହ ଗରିବ ବାସହୀନ ବ୍ୟକ୍ତି ଙ୍କୁ ଚିହ୍ନଟ କରି ଘର ଖଣ୍ଡିଏ ଯୋଗାଇବା ପାଇଁ ତିଆରି ହୋଇଛି ଆବାସ ଯୋଜନା ,ସରକାର ଏଥି ପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା | ହେଲେ ଏବେବି ପ୍ରଶାସନର ନଜର ଆଢୁଆଳରେ ରହିଛନ୍ତି ପ୍ରକୃତ ହିତାଧିକାରୀ ।
ବିକାଶର ନାରା ଦେଇ ଜନ ପ୍ରତିନିଧି ବୋଲାଉଥିବା କର୍ତ୍ତା ଓ ପ୍ରଶାସନିକ କର୍ମଚାରୀ ମାନଙ୍କ ଅବହେଳା ,ମନମୁଖୀ କାର୍ୟ୍ୟ ଯୋଗୁଁ ଏବେବି ଅବହେଳିତ ହୋଇ ପଡିରହିଛନ୍ତି ଅତି ନିରୀହ,ଗରିବ ଶ୍ରେଣୀର ଲୋକେ । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଡୁମେରଗୁଡା। ଗ୍ରାମ ପଞ୍ଚୟତ ଅଧୀନରେ ଥିବା କୀର୍କାକାନୀ ଗ୍ରାମରେ । ଉକ୍ତ ଗ୍ରାମର ଜଗଦେଵ ହରିଜନ(୭୦) ଓ ସ୍ତ୍ରୀ ମୀରା ହରିଜନ ବୟସ -୬୪ ଏକଛୋଟ ମାଟି କୁଡ଼ିଆରେ ବସବାସ କରୁଥିବା ଦୃଶ୍ୟ ସାମ୍ନା କୁ ଆସିଛି । କେଉଁ ପରିସ୍ଥିତିରେ କି ଭଳି ଭାବେ ଏକ ବିପଦ ଭରା ଏକ ଛୋଟ କୁଡ଼ିଆରେ ଜୀବନ ଯାପନ କରୁଛନ୍ତି ତାହା ଏ ଦୃଶ୍ୟ ଦେଖିଲେ ଜଣା ପଡ଼େ | ପ୍ରଶ୍ନ ଉଠେ ଏ ଆବାସ ଯୋଜନା କାହାପାଇଁ ! ଘର ଖଣ୍ଡିଏ ପାଇଁ ବାରମ୍ବାର ସ୍ଥାନୀୟ ସରପଞ୍ଚ, ୱାର୍ଡ ମେମ୍ବରକୁ ଗୁହାରି କରିଥିଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଜଗଦେଵ ହରିଜନଙ୍କୁ ଆବାସ ଘର ଖଣ୍ଡିଏ ଯୋଗାଇ ଦେବାପାଇଁ ସରକାରଙ୍କ ପାଖରେ ଗ୍ରାମବାସୀ ନିବେଦନ କରିଛନ୍ତି ।