ହେଡଲାଇନସ୍:

ଝାରବନ୍ଧ ନୂତନ ତହସିଲଦାରଙ୍କ ଦାୟିତ୍ୱ ଗ୍ରହଣ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଝାରବନ୍ଧ-ମନୋହର ଦାଶ :  ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧର ନୂତନ ତହସିଲଦାର ଭାବରେ ସୀମା ସବିତା କୁଲୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଦାୟୀ ତହସିଲଦାର ଅନୀଲ ହୋତାଙ୍କ ଠାରୁ ଶ୍ରୀମତୀ କୁଲୁ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଏହା ପୂର୍ବରୁ ଶ୍ରୀମତୀ କୁଲୁ ଭେଡେନ ଠାରେ ତହସିଲଦାର ଥିଲେ। ଭେଡେନ ଠାରେ ଆଦିବାସୀ ଓ ଦଳିତ ପରିବାର ଵର୍ଗଙ୍କ ଦୀର୍ଘ ବର୍ଷର ପ୍ରତିକ୍ଷିତ ଜମିପଟ୍ଟା ପ୍ରଦାନ କରିଥିବା ଶ୍ରୀମତୀ କୁଲୁଙ୍କୁ ଭେଡେନ ଅଞ୍ଚଳରେ ଏବେ ବି ତାଙ୍କ କାର୍ଯ୍ୟ ଦକ୍ଷତା ପାଇଁ ମନେ ପକାଉଛନ୍ତି। ଝାରବନ୍ଦ ତହସିଲର ସମସ୍ତ କର୍ମଚାରୀ ଉପସ୍ଥିତ ରହି ନୂତନ ତହସିଲଦାର ଶ୍ରୀମତୀ କୁଲୁ ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନକରି ସ୍ୱାଗତ କରିଥିଲେ। ଅତିରିକ୍ତ ତହସିଲଦାର ପର୍ଶୁରାମ ପଣ୍ଡାଙ୍କ ସମେତ ରାଜସ୍ବ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।ସରକାରଙ୍କ ନିୟମାବଳୀ ମାଧ୍ୟମରେ ସମସ୍ତ କାର୍ଯ୍ୟ କରିବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେବା ସହିତ ଜନପ୍ରତିନିଧି ଓ ଗଣମାଧ୍ୟମର ସାହାଯ୍ୟ ନିହାତି ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।

0
0
0
s2sdefault