ହେଡଲାଇନସ୍:

 ମଣିଷ ପଣିଆ ଦେଖାଇଲେ ବିଧାୟକ ପ୍ରୀତିରଞ୍ଜନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦୁଇ ବାପାମା ଛେଉଣ୍ଡ ଛୁଆଙ୍କୁ ବଢ଼ାଇଲେ ସହୃଦୟତାର ହାତ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଚାରି ପ୍ରାଣୀ କୁଟୁମ୍ବରେ ଚାଲିଥିଲା ସଂସାର ଦୁଃଖେ ସୁଖେ | ପ୍ରଥମେ ବାପା , ତାପରେ ପରେ ମା ସତେ ଯେମିତି ହାତ ଧରାଧରି ହୋଇ ଚାଲିଗଲେ | ପିଲା ଦିଟା ଅନାଥ ହୋଇଗଲେ, ଦୁନିଆ କଣ ଜାଣିବା ପୂର୍ବରୁ ଦୁନିଆ ପିଲା ଦିଟାଙ୍କ ପାଇଁ ଅନ୍ଧାର ହେଇଗଲା | ଏ ଖବର ଶୁଣିବା ପରେ ଅବିଳମ୍ବେ ମଣିଷପଣିଆର ନିଦର୍ଶନ ଦେଖାଇ ସହାୟତାର ହାତ ବଢ଼ାଇଛନ୍ତି ସୁକିନ୍ଦାର ବିଧାୟକ ଇଂ ପ୍ରିତିରଂଜନ ଘଡେଇ | 

ସୁକିନ୍ଦା ବ୍ଲକ ଅନ୍ତର୍ଗତ କଂସ ଗ୍ରାମ ପଞ୍ଚାୟତ ସରୁଆବିଲ୍(ଚିରୁସାହି) ଗ୍ରାମର ବୁଧୁରାମ ଥଟାରୀ | ଅକସ୍ମାତ୍ ତାଙ୍କର ବିୟୋଗ ପରେ ସ୍ତ୍ରୀ ବାଇଯାନୀ ଥଟାରୀ ପିଲା ଦିଟାକୁ ନେଇ ସଂସାର ମଙ୍ଗ ସମ୍ଭାଳିବା ବେଳକୁ ତାଙ୍କର ବି  ଅକାଳ ବିୟୋଗ ହୋଇଗଲା | ପିଲା ଦିଜଣ ଯାକ ବେସହାରା ଜୋଇଁ ପଡ଼ିଥିଲେ | ସମ୍ପର୍କୀୟ ସାହି ପଡିଶାଙ୍କ ସହୃଦୟତାରେ ଯେନତେନ ଚାଲିଯାଉଥିବା ବେଲେ ସେମାନଙ୍କ ସ୍ଥିତି ଓ ଅସହାୟତା ବିଷୟରେ ଜାଣିବାକୁ ପାଇଥିଲେ ସୁକିନ୍ଦା ବିଧାୟକ ଇଂ ପ୍ରିତିରଞ୍ଜନ ଘଡ଼ାଇ | ଘୋର ଅଭାବ ଅନଟନରେ  ଚାଲିଆସୁଥିବା ଦୁଇ ସନ୍ତାନ ପୁଟୁଳ ଥଟାରୀ ଓ ରେଖା ଥଟାରୀଙ୍କୁ ତୁରନ୍ତ ସହାୟତାର ହାତ ବଢାଇଥିଲେ । ବିଧାୟକ ଶ୍ରୀ ଘଡେ଼ଇଙ୍କ ପରାମର୍ଶ କ୍ରମେ ସ୍ଥାନୀୟ ସମାଜସେବୀ ଆଶିଷ ଜେନା, କାଳିଆପାଣି ନାୟବ ସରପଞ୍ଚ ମୋତିଲାଲ୍ ମହାନ୍ତ ଏବଂ କଂସ ଯୁବ ବିଜେଡି ସଭାପତି ସୁଶାନ୍ତ ପ୍ରଧାନ ସରୁଆବିଲ୍(ଚିରୁସାହି) ଯାଇ  ଦୁଇ ସନ୍ତାନଙ୍କୁ ସାକ୍ଷାତ କରିବା ସହ ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ  | ହଠାତ ସେମାନଙ୍କ ଚାଲିବା ପାଇଁ ସମସ୍ତ ରାସନ ସାମଗ୍ରୀ ଯୋଗାଇ ଦେବା ସହ କରୋନାଠାରୁ ରକ୍ଷା ପାଇଁ ମାସ୍କ୍ ଓ ସାନିଟାଇଯାର୍ ଯୋଗାଇ ଦେଇଥିଲେ । ଆଗକୁ ସେମାନଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବା ସଯ  ରେଖା ଥଟାରୀକୁ ଏକ ଆଶ୍ରମରେ ପଢ଼ାଇବା ସମସ୍ତ ବ୍ୟବସ୍ଥା କରିବେ ବେଳେ ବିଧାୟକ ଶ୍ରୀ ଘଡେଇ ପ୍ରତିଶ୍ରୁତି ଦେଇଥିବା ସେମାନେ ଅବଗତ କରାଇଥିଲେ | 

0
0
0
s2sdefault